ସ୍କୁଲସ୍ତରୀୟ କ୍ଲବ୍ କର୍ମଶାଳା

 ପାଣିକୋଇଲି: ବିଦ୍ୟାଳୟସ୍ତରୀୟ କ୍ଲବ୍ କର୍ମଶାଳାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ସାହିତ୍ୟ, ସୃଜନ. ଜିଜ୍ଞାସା, କୈାଶଳୀ ଏବଂ କ୍ରୀଡାଙ୍ଗନା କ୍ଲବର ଛାତ୍ରଛାତ୍ରୀ ଗଣ ବିଭିନ୍ନ ପ୍ରକାରର ସୃଜନାତ୍ମକ ତଥା ଗଠନ ମୂଳକ ପ୍ରକଳ୍ପ ଏବଂ ହସ୍ତ ପ୍ରସ୍ତୁତ ପ୍ରାଚୀର ପତ୍ର ତଥା ପ୍ରସଙ୍ଗ ଭିତିକ ନମୁନାର ଉପସ୍ଥାପନା କରିଥିଲେ । କ୍ଲବରେ ପର୍ଯ୍ୟବେକ୍ଷକ ତଥା ନିରୀକ୍ଷକ ଭାବେ କୈଳାସ ଚନ୍ଦ୍ର ମିଶ୍ର ଓ ଶ୍ରୀକାନ୍ତ ଦାସ ଯୋଗ ଦେଇ ପ୍ରକଳ୍ପ ତଥା ଅନ୍ୟ କାର୍ଯ୍ୟ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ଚାରି କ୍ଲବର ମେଂଟର ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ନାୟକଙ୍କ ସଭାପତିତ୍ୱରେ ସଭାରେ ମୁଖ୍ୟଅତିଥି ଶ୍ରୀ ମିଶ୍ର ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ଲାଗି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ଦାଶ ସଭା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରେମେଶ ଚନ୍ଦ୍ର ମହାକୁଡ଼ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।