ସ୍ୱନକ୍ଷତ୍ର ଦିବସର ପ୍ରସ୍ତୁତି ବୈଠକ

 ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଲାଞ୍ଜି ଗ୍ରାମ ଠାରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ପକ୍ଷରୁ ସ୍ୱନକ୍ଷତ୍ର ଦିବସ ଉପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ଶମ୍ଭୁ କିଶୋର ଦଣ୍ଡସେନା ଅଧ୍ୟକ୍ଷତା କରିଥିବା ବେଳେ, ସଙ୍ଗଠକ ପରମେଶ୍ୱର ବାରିକ ଅତିଥିଙ୍କୁ ମଞ୍ଚକୁ ଆବାହନ କରିଥିଲେ । ମୁଖ୍ୟ ସମ୍ପାଦକ ଦିଲ୍ଲୀପ ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ବୈଠକରେ ଉପକୂଳପତି ସୁରେନ୍ଦ୍ର ପ୍ରଧାନୀ, ସହସମ୍ପାଦକ ସୁନୀଲ ମାଝୀ, ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସଙ୍ଗଠକ ବିଭୁତି ଭୂଷଣ ବିଶି, ଯୁଗ୍ମ ସଙ୍ଗଠକ ଜଗଦୀଶ ବାରିକ , କୋଷାଧ୍ୟକ୍ଷ ଶ୍ରୀବସô ବାରିକ, ବରିଷ୍ଠ ପରାମର୍ଶ ଦାତା ଜିତେନ୍ଦ୍ର ସିଂ ବାରିକ, ବିଜୟ ପ୍ରତାପ ସିଂ ମହାରଥା,ନନ୍ଦଲାଲ ବାରିକ, ମହେଶ୍ୱର ପ୍ରସାଦ ବାରିକ, ବିଦ୍ୟାଧର ବିଶି,ରମଣ ସିଂ ବାରିକ, ଦେବ ସିଂ ନାଏକ,ବଳଦେବ ରାଉତ,ପ୍ରମୋଦ କୁମାର ଦଣ୍ଡସେନା, ଖରତ ଚନ୍ଦ୍ର ବାରିକ, ଲାଞ୍ଜି ଗ୍ରାମାଞ୍ଚଳ ସଭାପତି ସଂଜୀବ ସିଂ ବାରିକ ମଞ୍ଚାସୀନ ଥିଲେ । ବୈଠକରେ ଚଳିତ ମେ ମାସ ୨୭ ତାରିଖରେ ହେବାକୁ ଥିବା ୫୨ତମ ସ୍ୱନକ୍ଷତ୍ର ଦିବସ ଖଡିଆଳ ସ୍ଥିତ ସମାଜ ଭବନରେ ପାଳନ, ସମ୍ବିଧାନ ସଂଶୋଧନ, ଅତିଥି ଚୟନ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଲାଞ୍ଜି ଅଞ୍ଚଳ ସଭାପତି ସଂଜୀବ ସିଂ ବାରିକ, ଉପସଭାପତି ଅଙ୍କବର ମାଝୀ, ସମ୍ପାଦକ ହୀରାଲାଲ ପଣ୍ଡା, ସହସମ୍ପାଦକ ଶଶୀଭୂଷଣ ପ୍ରଧାନୀ, କୋଷାଧ୍ୟକ୍ଷ ଗୁରୁଶଙ୍କର ମଲ୍ଲିକ, କେନ୍ଦ୍ର ସଦସ୍ୟ ନିର୍ଭୟ ସିଂ ବାରିକ, ବିପିନ ବିହାରୀ ପଣ୍ଡା, ଜଗବନ୍ଧୁ ନାଏକ, ମଙ୍ଗଳ ବିଶି, ବଲ୍ଲଭ ସିଂ ମଲ୍ଲିକ, ଧୀରେନ୍ଦ୍ର ନାଥ ବକ୍ସି, ଚୁଡାମଣି ବକ୍ସି ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ସଦସ୍ୟ ହୃଷିକେଶ ଦଣ୍ଡସେନା, ଡ. ସୁଶାନ୍ତ ବିଶି, ରତନ ସିଂ ବାରିକ, ତୁମେଶ୍ୱର ଚଳାନ, ନନ୍ଦକିଶୋର ପ୍ରଧାନୀ, ଉମାକାନ୍ତ ରାଉତ ସମେତ ୩୦ଟି ଅଞ୍ଚଳର ଦୁଇ ଜଣ ଲେଖାଏ କେନ୍ଦ୍ର ସଦସ୍ୟ, ଅଂଚଳ ସଭାପତି, ଅଞ୍ଚଳ ସମ୍ପାଦକ ୭ ଜଣ ମନୋନୀତ କେନ୍ଦ୍ର ସଦସ୍ୟ ଉପସ୍ଥିତ ଥିଲେ ।