୩ ସାଇବର ଠକ ଗିରଫ
ରାଇଘର: ସାଇବର ଠକେଇ ଘଟଣାରେ ରାଇଘର ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ଠକ ତିନି ଜଣ ହେଲେ ଆଶିଷ ଅରକନ ଏକ୍କା, ଆକାଶ ମଣ୍ଡଳ ଏବଂ ଜଣେ ନାବାଳକ ଛଦ୍ମନାମ ତିର୍କି । ପ୍ରକାଶ ଯେ, ଗତ ୨୦୨୪ମସିହା ଏପ୍ରିଲ ମାସ ୨୪ତାରିଖ ଦିନ ଯୋଡେଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ମନୋଜ କୁମାର ମଣ୍ଡଳଙ୍କ ନିକଟକୁ ଏକ ଭଏସ୍ କଲ ଆସିଥିଲା । କଲ୍ କରିଥିବା ଲୋକଟି କହିଥିଲା ତୁମ ଝିଆରୀ ଓ ତାଙ୍କ କିଛି ସାଙ୍ଗ ମିଶି ରେଷ୍ଟୁରାଣ୍ଟ ଯାଇଥିଲେ ଏବଂ ସେଠାରେ ଜଣେ ଝିଆରୀର ସାଙ୍ଗକୁ କୁର୍କମ କରାଯାଇଛି । ଝିଆରୀ ବର୍ତ୍ତମାନ ଥାନାରେ ଅଟକ ଅଛି । ଯଦି ତାର ସୁରକ୍ଷା ଚାହୁଁଛ ତାହେଲେ ଏକଲକ୍ଷ ଟଙ୍କା ଦେବାକୁ ପଡିବ । ଏଥି ସହ ଦୁଇଟି ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲେ । ଏହି କଥା ଶୁଣି ଫାର୍ମାସିଷ୍ଟ ମନୋଜ ବିଚଳିତ ହୋଇ ଝିଆରୀ କିପରି ସୁରକ୍ଷିତ ରହିବ ଭାବି ତୁରନ୍ତ ଯୋଡେଙ୍ଗାରେ ଥିବା କିଓସ୍କ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ୪୧୯୩୩୮୨୧୮୧୮ ଏବଂ ୪୨୮୮୮ ୭୨୭୩୬୩ରେ ୫୦ହଜାର ଲେଖାଏଁ ଏକ ଲକ୍ଷ ଟଙ୍କା ଜମା କରିଦେଇଥିଲେ । ଏଥି ମଧ୍ୟରୁ ଗୋଟିଏ ଓଡିଶା ଆକାଉଣ୍ଟ ହୋଇଥିବାବେଳେ ଅନ୍ୟଟି ରାଜସ୍ଥାନର । ପରେ ଭୁବନେଶ୍ୱରରେ ରହି ନର୍ସିଂ ପଢୁଥିବା ଝିଆରୀ ସୁରକ୍ଷିତ ଥିବା ଏବଂ ତାର କୌଣସି ଅସୁବିଧା ହୋଇନଥିବା ଜାଣି କେହି ତାଙ୍କୁ ଠକିଥିବା ନେଇ ତା ୧୦/୫/୨୦୨୪ ରିଖ ରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ରାଇଘର ପୋଲିସ ଏସପିଙ୍କ ନିଦେ୍ର୍ଦଶରେ ରାଇଘର ଥାନା ସବ୍ଇନେସପେକ୍ଟର ମନୋରଞ୍ଜନ ବେହେରାଙ୍କ ସହ ଏକ ଟିମ୍ ଯାଇଥିଲେ ରାଜଗାଙ୍ଗପୁର । ସେଠାରେ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ପୋଲିସ କହିବା ଅନୁଯାୟୀ ଆଶିଷ ଗୋଟିଏ ଥର ବ୍ୟାଙ୍କ ଟ୍ରାଞ୍ଜାକ୍ସନରେ ହଜାରେ ଟଙ୍କା ପାଏ, ସେ ପଠାଏ ନାବାଳକଙ୍କ ଆକାଉଣ୍ଟକୁ । ଏଥିରେ ନାବାଳକ ୫ ହଜାର ପାଏ ଏବଂ ନାବାଳକ ଆକାଶକୁ ପଠାଏ । ଏଥିରୁ ଆକାଶ ପାଏ ୨ ହଜାର ଏହି ପରି ଏମାନେ ଏକ ଟିମ୍ ଏଥିରେ କାମ କରୁଥିବା ଜଣା ପଡିଛି । ଆସନ୍ତା ଦିନରେ ଅନ୍ୟମାନେ ମଧ୍ୟ ଧରାହେବ ନେଇ ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି । ପୁଲିସ ଉକ୍ତ ମାମଲାରେ କେସ୍ ନମ୍ବର ୧୫୪ /୨୪, ୪୧୯, ୪୨୦ ଆଇ.ପି.ଏସ, ୬୬ (ଡି)ଆଇଟି ଆକ୍ଟରେ ତିନିଜଣ ଠକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।