୪ ବେପାରୀ ଗିରଫ; ୨୨ କେଜି ଗଞ୍ଜେଇ ଜବତ
ଭୁବନେଶ୍ୱର, ୧୮ା୧୨ : କନ୍ଧମାଳ ଜିଲ୍ଲାର ଏକ କାରରେ ଚୋରା ଗଞ୍ଜେଇ ଆଣି ଭୁବନେଶ୍ୱର ଆଣି ବରମୁଣ୍ଡା ମଶାଣି ଠାରେ ଗ୍ରାହକ ଅପେକ୍ଷା କରିଥିବା ବେଳେ, ମାଡି ବସିଲା ଖଣ୍ଡଗିରି ପାଟ୍ରୋଲିଂ ଟିମ । କାର ଭିତରୁ ଜଣେ ମହିଳା ଓ ୩ ଜଣ ପୁରୁଷ ବେପୋରୀଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୨୨ କେଜି ଗଞ୍ଜେଇ ଓ ଏକ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, କନ୍ଧମାଳ ଜିଲ୍ଲାର ପ୍ରକାଶ ଦିଗାଲ, ମଧୂସ୍ମିତା ଦିଗାଲ, ଦିଲିପ୍ ଦିଗାଲ ଓ ଭିମଶେନ ଦିଗାଲ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଖଣ୍ଡଗିରି ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ କରି ଏକ କାରରେ କିଛିଜଣ ବରମୁଣ୍ଡା ମଶାଣି ପଡ଼ିଆ ଠାରେ ଗ୍ରାହକ ଅପେକ୍ଷାରେ ଥିବା ଟିମ ଖବର ପାଇଥିଲା । ପରେ ସେଙ୍ଗେ ସଙ୍ଗେ ସେଠାରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ କାବୁ କରିବା ସହ କାର ଭିତରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେମାନଙ୍କୁ କାବୁ କରି ଥାନାକୁ ନେବା ସହ ବେଆଇନ୍ ଗଞ୍ଜେଇ ଚାଲାଣ ମାମଲା ରୁଜୁକରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଜନସାଧାରଣମାନେ ବେଆଇନ୍ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ୱାଟସ୍ଆପ୍ ନମ୍ବର - ୭୦୭୭୭୯୮୧୧୧ ଜାରି କରାଯାଇଛି ।