ପ୍ରଦୂଷିତ ଜଳବାୟୁ ଓ ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା

ପ୍ରଦୂଷିତ ଜଳବାୟୁ ଓ ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା


ଓଡ଼ିଶାର ପ୍ରଦୂଷଣ ରାଜଧାନୀ ଦିଲ୍ଲୀକୁ ଟିପଯାଇଛି । ରାଜ୍ୟର ପ୍ରମୁଖ ସହର ଧୂଳି, ଧୂଅାଁରେ ଅଣନିଃଶ୍ୱାସୀ ହୋଇ ପଡ଼ିଛି । ରାଜ୍ୟର ପ୍ରମୁଖ ସହର ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ତରରେ ରହିଛି । ଯାନବାହାନ ଓ ଶିଳ୍ପାଞ୍ଚଳରୁ ନିର୍ଗତ ଧୂଅାଁ, ନିର୍ମାଣ କାର୍ଯ୍ୟଯୋଗୁଁ ବାହାରୁଥିବା ଧୂଳି, ବର୍ଜ୍ୟବସ୍ତୁ ପୋଡ଼ିବା ଯୋଗୁ ସହରାଞ୍ଚଳ ପ୍ରଦୂଷଣ ବଳୟରେ ଢାଙ୍କି ହୋଇଯାଉଛି । ଗତ କିଛି ମାସ ହେବ ରାଜ୍ୟରେ ଟୋପାଏ ବର୍ଷା ନ ହେବା ଏବଂ ବାୟୁ ପ୍ରବାହ ଅତ୍ୟନ୍ତ ଧିମା ଥିବାରୁ ପ୍ରଦୂଷଣ ମାତ୍ରା ବହୁ ମାତ୍ରାରେ ବଢି ଯାଇଛି ।
ବାୟୁର ପ୍ରଦୂଷଣ ସ୍ତର ୦ – ୫୦ବାୟୁ ମାନଦଣ୍ଡ ବା ଏୟାର କ୍ୱାଲିଟଇ ଇଣ୍ଡେକ୍ସ ଭିତରେ ରହିଲେ ତାହା ସ୍ୱାସ୍ଥ୍ୟ ପାଇଁ ଭଲ । ମାତ୍ର୩୦୧ରୁ ୪୦୦ ମଧ୍ୟରେ ରହିଲେ ତାହା ମାରାତ୍ମକ । ରାଜଧାନୀ ଦିଲ୍ଲୀରେ ବାୟୁ ମାନଦଣ୍ଡ ୩୪୬ ଥିବାବେଳେ ଅନୁଗୋଳରେ ୩୫୭, ଭୁବନେଶ୍ୱରରେ ୩୪୨, ବାଲେଶ୍ୱର ସହରରେ ୩୩୬, କେନ୍ଦୁଝର, ୩୨୮, କଟକ ୩୪୨, ତାଳଚେର ୩୧୪ ରହିଛି ।
ପ୍ରଦୂଷଣ ଉପରେ ନଜର ରଖିବାପାଇଁ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ଼ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାର୍ଯ୍ୟକରୁଛି । ବୋର୍ଡ଼ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ୱୟ ରହୁନଥିବାରୁ ସହରବାସୀ ପ୍ରଦୂଷଣରେ ଛଟପଟ ହେଉଛନ୍ତି । କହିବାକୁ ଗଲେ ସହରରେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି । ଶ୍ୱାସ ରୋଗୀ, ବୃଦ୍ଧାବୃଦ୍ଧ, ପିଲା ଏବଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ପରିବେଶବିତ୍ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରଦୂଷଣ ରୋକିବାରେ ଅବହେଳା ଭୁବନେଶ୍ୱର ଗାଡ଼କଣରେ ଠୁଳ ହୋଇଥିବା ଆବର୍ଜନା ଦୁର୍ଗନ୍ଧରୁ ସ୍ପଷ୍ଟ ବାରିହୋଇପଡ଼ୁଛି । 
ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳଲାଣି । ଗତ କିଛି ବର୍ଷ  ହେବ ରାଜ୍ୟରେ ଅପ୍ରତ୍ୟାଶିତ ବନ୍ୟା, ବାତ୍ୟା, ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଘଟଣାରୁ ଏହା ସ୍ପଷ୍ଟ ବାରିହେଉଛି । ଜଳବାୟ ପରିବର୍ତ୍ତନ ଯୋଗୁଁ ଏ ସବୁ ଘଟୁଚିବୋଲି ରାଜ୍ୟ ସରକାର ଅକଳନ କରିବା ସହ ଏହାର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଗତ ୧୦ ବର୍ଷରେ ରାଜ୍ୟରେ ବନ୍ୟା ସମେତ ବିଭିନ୍ନ ଦୁର୍ବିପାକ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ମଳିଥିବା ସୂଚନା ଅନୁଯାୟୀ ୨୦୧୩ ମସିହାରେ ଫାଇଲିନ ବାତ୍ୟାରେ ବ୍ୟାପକ ଧନଜୀବନ ପ୍ରଭାବିତ ହୋଇଥିଲା । ଏହାଦ୍ୱାରା ରାଜ୍ୟର ୧୪ଲକ୍ଷ ୩୩୭.୪୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ତା’ପରବର୍ଷ ବାତ୍ୟା ହୁଡ଼ୁ ହୁଡ଼ୁ ଆଣିଥିଲା ବିପର୍ଯ୍ୟୟ । ଏଥିଯୋଗୁ ୪୯୪୯.୩୯ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ୨୦୧୫ ଓ ୨୦୧୭ ମସିହାରେ ରାଜ୍ୟରେ ମରୁଡ଼ି ଦେଖାଯାଇଥିଲା । ଯେଉଁଥବରେ ବ୍ୟାପକ ଫସଲହାନି ହୋଇଥିଲା । ସରକାରଙ୍କ ଆକଳନ ଅନୁସାରେ ୨୦୧୫ରେ ମରୁଡ଼ିପାଇଁ ୨୩୪୪.୯୯କୋଟି ଟଙ୍କାର କ୍ଷତି ହୋଇଥିଲା । ୨୦୧୮ ମସିହାରେ ରାଜ୍ୟରେ ଦୁଇଟି ଦୁର୍ବିପାକ ଦେଖାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ବାତ୍ୟା ତିତ୍ଲି ହୋଇଥିବାବେଳେ  ଅନ୍ୟଟି ମରୁଡ଼ି । ତିତ୍ଲି ପାଇଁ ରଜ୍ୟର ୨୭୭୯.୩୨ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ମରୁଡ଼ିପାଇଁ ୧୫୩୪.୮୨ କୋଟି ଟଙ୍କାର କ୍ଷତି ହୋଇଥିବାବେଳେ ମରୁଡ଼ି ପାଇଁ ୧୫୩୪.୮୨ କୋଟି ଟଙ୍କା କ୍ଷତି ହୋଇଥିଲା । ୨୦୧୯ରେ ଦୁଇଟି ବାତ୍ୟା ହୋଇଥିବାବେଳେ ୨୦୨୦ରେ ୪ଟି ବାତ୍ୟା ସହ ବନ୍ୟା ଓ ପ୍ରବଳ ବର୍ଷା ହୋଇଥିଲା । ୨୦୧୯ରେ ଫଣି ଓ ବୁଲବୁଲ ଆଣିଥିଲା ରାଜ୍ୟକୁ ବିପତ୍ତି । ଫଣି ଯୋଗୁ ଧନ ଜୀବନ ସହ ୯୩୩୬.୨୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ବୁଲବୁଲ ପାଇଁ ୨୨୪.୪୩କୋଟି ଟଙ୍କାର କ୍ଷତି ହୋଇଥିଲା । ସେହିପରି ୨୦୨୦ରେ ବାତ୍ୟା ଅମ୍ପନ, ୟସ, ଗୁଲାବ ଓ ଜହ୍ଲାଦ କ୍ଷତି ହୋଇଥିଲା । ସେହିପରି ୨୦୨୦ରେ ବାତ୍ୟା ଅମ୍ଫନ, ୟସ, ଗୁଲାବ ଓ ଜହ୍ଲାଦ ରାଜ୍ୟକୁ କବଳିତ କରିଥିଲା । ଅମ୍ଫନ ଯୋଗୁଁ ରାଜ୍ୟର ୨୩୬.୬୮ କୋଟି କ୍ଷୟ କ୍ଷତି ହୋଇଥିବାବେଳେ ୟସ୍ରେ ୮୨୩.୪୯ କୋଟି ଟଙ୍କା ଗୁଲାବପାଇଁ ୩୪.୨୧ କୋଟି ଟଙ୍କା ଓ ଜହ୍ଲାଦ ପାଇଁ ୩୭୬.୫୮କୋଟି ଟଙ୍କାର କ୍ଷତି ହୋଇଥିଲା ।
ଓଡ଼ିଶା ବଜ୍ରପାତର ମାତ୍ରାଧିକ ଶିକାର ହେଉଛି । ବିଜୁଳି ଘଡ଼ ଘଡ଼ିରେ ମାନବ, ପଶୁଙ୍କ ମୂଲ୍ୟବାନ ଜୀବନ ଯାଇଛି । ୨୦୨୧ରେ ଓଡ଼ିଶାରୁ ସର୍ବାଧିକ ୨୧୩ଜଣ ଲୋକଙ୍କ ଜୀବନ ନେଇଛି ବଜ୍ରପାତ । ପ୍ରତିବର୍ଷ କାଳ ବୈଶାଖୀ, ପ୍ରାକ୍ ମୌସୁମୀ ଏବଂ ମୌସୁମୀ ଋତୁରେ ବଜ୍ରପାତ ଘଟି ବହୁଲୋକଙ୍କ ଜୀବନ ଯାଉଛି । ପୂର୍ବରୁ ଗାଁ ଗହଳିରେ ତାଳଗଛ ଅଧିକରୁ ଅଧିକ ଦେଖାଯାଉଥିଲା । ଏହି ଗଛର ପତ୍ରରେ ପାଖିଆ, ବିଞ୍ଚଣା, ଓ ଗୁହାଳର ଚାଳଛପର ଆଦି ହେଉଥିଲ । ପ୍ରତିବର୍ଷ ତାଳଗଛ ଜଳି ଯାଉଥିଲେ ବି କ୍ଷେତରେ ବ୍ୟସ୍ତଥିବା ଚାଷୀ ବଜ୍ରପାତ ପ୍ରକୋପରୁ ବଞ୍ଚôଯାଉଥିଲେ । କିନ୍ତ ଏବେ ଅବାଧ ବୃକ୍ଷ ଛେଦନ ପାଇଁ ଗାଁ ଗହଳି ତାଳଗଛ ଶୂନ୍ୟ ହୋଇଗଲାଣି । ସଚେତନତା ଅଭାବରୁ ଗାଁରେ ପୂର୍ବଭଳି ଲୋକେ ଆଉ ତାଳଗଛ ଲଗାଇ ନାହାନ୍ତି । ଗତ ମହାବାତ୍ୟାରେ ହଜାର ହଜାର ସଂଖ୍ୟାରେ ଗଛସବୁ ନଷ୍ଟ ହୋଇଯାଇଛି । ପରିବେଶବିତ୍ଙ୍କ ମତରେ ବଜ୍ରପାତର କିଛି ପ୍ରତିରୋଧକ ନଥିବାରୁ ମଣିଷ ଏହି ମହାବିପଦର ଶିକାର ହୋଇଚାଲିଛି ।
ଗତକିଛି ବର୍ଷ ହେଲା ଋତୁଚକ୍ର ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିଲକ୍ଷିତ ହେଉଛି । ପରିବେଶ ଓ ଜଳବାୟୁରେ ଅସ୍ୱାଭାବିକ୍ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଜୈବ ବିବିଧତା ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି । ଉପତ୍ୟକାରୁ ଉପକୂଳ ପର୍ଯ୍ୟନ୍ତ ପ୍ରତିକୂଳ ପାଣିପାଗ ଓ ଜଳବାୟୁ ଜୀବ ଜଗତ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ପାବତ୍ୟାଞ୍ଚଳରୁ କ୍ଷରିତ ଅନେକ ନଦନଦୀ ଓ ଝରଣାର ସ୍ୱତଃସ୍ଫୂର୍ତ୍ତ ଜଳଧାରା ଆଉ ଚିରସ୍ରୋତା ହେଉନଥିବାବେଳେ ଉପକୂଳପାଇଁ ସୁରକ୍ଷା କବଚ ସାଜିଥିବା ହେନ୍ତାଳବନ ସଙ୍କଟ ଜନକ ସ୍ଥିତି ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ୱର ଭଳି ଜିଲ୍ଲାର ସୁରକ୍ଷା କବଚ ସାଜିଥିବା ଭିତର କନିକାର ସୁରକ୍ଷା ଜରୁରୀ ହୋଇପଡ଼ିଛି । ହେନ୍ତାଳବନ ପ୍ରତି ବିପଦ ସୃଷ୍ଟି ହେଲେ ଜୀବ ଜଗତ ଓ ପର୍ଯ୍ୟଟନ ଉପରେ ମଧ୍ୟ ପ୍ରଭାବ ପଡ଼ିବା ନେଇ ପୂର୍ବନୁମାନ କରାଯାଇଛି । ଭିତର କନିକା ହେନ୍ତାଳବନ ପ୍ରାୟ ୬୫ ହଜାର ହେକ୍ଟର ଜମିରେ ବ୍ୟାପ୍ତ ହୋଇ ରହିଛି । ଏହାର ପ୍ରସିଦ୍ଧି ଯୋଗୁ ୨୦୦୨ରେ ଭିତରକନିକାକୁ ରାମସାର ସାଇଟ ଭାବରେ ଘୋଷଣା କରାଯାଉଛି । ଭିତର କନିକାରେ ବର୍ତ୍ତମାନ ପ୍ରାୟ ୧୭୦୦ରୁ ଅଧିକ ବଉଳା କୁମ୍ଭୀର ରହୁଛନ୍ତି । ହେନ୍ତାଳବନର ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନ ନେଲେ ସଙ୍କଟ ଅବସ୍ଥା ଦେଖାଯିବ ।
ପରିବେଶ ସୁରକ୍ଷା କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ଅଧ୍ୟକ୍ଷଙ୍କ ଅନୁସାରେ “ଏବେ ଆମେ ଏମିତି ଏକ ଜୀବନଶୈଳୀ ଗ୍ରହଣ କରିନେଇଛେ ଯେ ଧୀରେ ଧୀରେ କାର୍ବନ ଫୁଟ ପ୍ରିଣ୍ଟ ବଢିବାରେ ଲାଗିଛି । ଭୁବନେଶ୍ୱର ଉତ୍ତପ୍ତ ହେବାର ଏହା ଏକ ପ୍ରମୁଖକାରଣ । ଦ୍ୱିତୀୟ କାରଣଟି ହେଉଛି କୋଠାଘର ଓ ଆପାର୍ଟମେଣ୍ଟର ମାତ୍ରାଧିକ ବୃଦ୍ଧି । ୧୯୭୦ ମସିହାରେ ରାଜଧାନୀ ଲୋକ ସଂଖ୍ୟା ଅତିବେଶୀରେ ୫୦ ହଜାରରୁ ଲକ୍ଷେ ଭିତରେ ଥିଲା । ଭୁବନେଶ୍ୱରରେ ସେତେବେଳେ ଅନେକ ଜଳାଶୟ, ହଦ୍ର ଆଦିରେ ଭର୍ତ୍ତିଥିଲା । ଫଳରେ ଜଳାଶୟ ଉପର ଦେଇ ପବନ ପ୍ରବାହ ରାଜଧାନୀକୁ ଶୀତଳ କରି ରଖୁଥିଲା । ଏବେ ରାଜଧାନୀରେ ଜନସଂଖ୍ୟା ୧୨ରୁ ୧୫ଗୁଣ ବଢିଗଲାଣି । ଲକ୍ଷେ ଲୋକ ରହିବା ସ୍ଥାନରେ ୧୨-୧୩ଲକ୍ଷ ଲୋକ ରହୁଛନ୍ତି, ସେମାନଙ୍କ ରହିବା ପାଇଁ ଘରବି ଆବଶ୍ୟକ । ଫଳରେ ଜଳାଶୟ ପୋତାଯାଉଛି, ଭୁଲ ସ୍ଥାନରେ ଘର ହେଉଛି । କିନ୍ତୁ ଏଥିପାଇଁ ବି ସରକାରୀ ସ୍ତରରେ ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉଛି । ଗ୍ରୀନ୍ ବେଲଟ ଚିହ୍ନଟ ହେଉଛି ।”
ସାରା ଭାରତର ଏକ ଚତୁର୍ଥାଂଶ କୋଇଲା ଓଡ଼ିଶାରେ ରହିଛି । ଲୁହାପଥର, ଆଲୁମିନିୟମ, ବକ୍ସାଇଟ ଓ ଡ଼ୋଲୋମାଇଟ ଆଦି ଓଡ଼ିଶାରେ ଭରପୂର ପରିମାଣରେ ମିଳୁଛି । ସାରା ଭାରର ୯୫-୯୭% କ୍ରେମାଇଟ କେବଳ  ଆମ ରାଜ୍ୟରେ ହିଁ ଗଚ୍ଛିତ ଅଛି । ଏଣୁ ଓଡ଼ିଶାର ଦ୍ରୁତ ଶିଳ୍ପାୟାନ ହେବା ସ୍ୱାଭାବିକ । କିନ୍ତୁ ଏଥିସହ ଜଙ୍ଗଲ ଜମିକୁ ସୁରକ୍ଷାଦେଇ ଜଙ୍ଗଲ କ୍ଷୟ କ୍ଷତିକୁ କମାଇବା ଦିଗରେ ସରକାରୀ ସ୍ତରରେ ପ୍ରୟାସ ହେବା ଜରୁରି ।
ମୋ