ଆଜି ଓସଲା ନିର୍ବାଚ
ଯାଜପୁର : ଆସନ୍ତାକାଲି ରବିବାର ଓଡ଼ିଶା ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକା ସଂଘର ନିର୍ବାଚନ ହେବ । ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ବର୍ଗ ଡିଗ୍ରୀ କଲେଜରେ କାର୍ଯ୍ୟରତ ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକା ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜ ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମକୋଷାଧ୍ୟକ୍ଷ ଆଦି ୬ଟି ପଦ ପାଇଁ ୧୮ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱିନ୍ଦ୍ୱିତା କରୁଛନ୍ତି । ସଭାପତି ପଦ ପାଇଁ ଜିତେନ୍ଦ୍ର କୁମାର ସାହୁ, ଅଶୋକ କୁମାର ରାଉତ, ମଦନ ମେହେର ଏବଂ ଲଲାଟେନ୍ଦୁ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଉପସଭାପଦି ପଦ ପାଇଁ ଚିରଞ୍ଜôବୀ ଦାସ, ମାନସ ରଞ୍ଜନ ସାହୁ ଏବଂ ରଞ୍ଜନ କୁମାର ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସମ୍ପାଦକ ପଦ ପାଇଁ ସୁଧାଂଶୁ ଶେଖର ପଣ୍ଡା, ଗୌରଭ ଶର୍ମା, ଗଙ୍ଗାଧର ପ୍ରଧାନ ଏବଂ ସୁଦାମ ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଯୁଗ୍ମସମ୍ପାଦକ ପଦ ପାଇଁ ସମରେନ୍ଦ୍ର ନାରାୟଣ ପଣ୍ଡା, ଦୁଷ୍ମନ୍ତ ବେହେରା ଏବଂ ତୁଳସୀ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କୋଷାଧ୍ୟକ୍ଷ ପଦ ପାଇଁ ଗୟାଧର ମଲିକ ଏବଂ ନିରଞ୍ଜନ ପୋଢ, ଯୁଗ୍ମକୋଷାଧ୍ୟକ୍ଷ ପଦ ପାଇଁ ତାପଜ କୁମାର ପାତ୍ର ଏବଂ ତଥାଗତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଓସଲାର ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଏହି ନିର୍ବାଚନ ଅନଲାଇନରେ ହେବ । ଭୋଟର ଭାବେ ପଞ୍ଜିକୃତ ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକାଙ୍କ ଇମେଲକୁ ଏକ ଭୋଟିଂ ଲିଙ୍କ ପଠାଯାଇଛି । ଏହାସହ ଭୋଟିଂ ଲିଙ୍କ୍ ହ୍ୱାଟ୍ସଆପ ମାଧ୍ୟମରେ ଦିଆଯିବ । ଭୋଟ ଦାନ ଦିନ ସେମାନେ ଏହି ଲିଙ୍କ୍କୁ କ୍ଲିକ୍ କରି ନିଜ ମତଦାନ କରିପାରିବେ । ବୈଷୟିକ ଜ୍ଞାନର ବିନିଯୋଗରେ ଏଭଳି ଭୋଟିଂ ଏକ ନିଆରା ଅଧ୍ୟାୟ ସୃଷ୍ଟି କରିବ ଓ ଏହା ଓଡ଼ିଶାରେ ଏକ ବିଶାଳ ଅନଲାଇନ ଭୋଟିଂ ଭାବରେ ଗଣାଯିବ । ଭୋଟଦାନର ରାତିରେ ଫଳାଫଳ ଘୋଷଣା କରାଯିବ । ମତଦାନ ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତିନିଧି ଚୟନ ଦ୍ୱାରା ଓସଲା ସଶକ୍ତ ହେବ ବୋଲି ଅଧ୍ୟାପକ-ଅଧ୍ୟାପିକା ମତବ୍ୟକ୍ତ କରିଛନ୍ତି ।