ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡ ଗସ୍ତ


ରୁଷିଆ -ୟୁକ୍ରେନ ଯୁଦ୍ଧର ଘନଘଟା ମଧ୍ୟରେ ୟୁରୋପ ଯେତେବେଳେ ଅନୁପ୍ରବେଶ ଓ ଶରଣାର୍ଥୀଙ୍କ ସମସ୍ୟା ନେଇ ସଂଘର୍ଷ କରୁଛି, ଆର୍ଥôକ ·ପ ମଧ୍ୟରେ ଗତି କରୁଛି, ଅନେକ ଦେଶରେ ଧର୍ମ ଓ ବର୍ଣ୍ଣକୁ କେନ୍ଦ୍ରକରି ସଡକରେ ସଂଘର୍ଷ ଜାରି ରହିଛି, ଆମେରିକାର କଟକଣା ଯୋଗୁ ଅଯଥାରେ ଅନେକ ଖର୍ଚ୍ଚ କରିବାକୁ ହେଉଛି, ଦେଶଗୁଡିକୁ ଠିକ୍ ସେହି ସମୟରେ ପୁତିନଙ୍କ ତୃତୀୟ ବିଶ୍ୱଯୁଦ୍ଧର ଧମକ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ ଚର୍ଚ୍ଚାର ବିଷୟ ହୋଇଛି । 
     ଅଗଷ୍ଟ ୨୦ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡ ରାଜଧାନୀ ୱାରସରେ ପହଞ୍ଚôବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୧୯୭୯ରେ ମୋରାରଜୀ ଦେଶାଇଙ୍କ ପୋଲାଣ୍ଡ ଗସ୍ତ ପରେ ଏବେ ମୋଦି ୪୫ବର୍ଷ ପରେ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି । ସେଠାରେ ସେ ମୋଣ୍ଟେ କାସିନୋ ମନୁମେଣ୍ଟ, କୋହ୍ଲାପୁର ମେମୋରିଆଲ, ଜାମନଗର ମେମୋରିଆଲରେ ମାଲ୍ୟାର୍ପଣ କରିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ଭାରତୀୟ ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦୁଇଦେଶ ମଧ୍ୟରେ ୭୦ବର୍ଷର କୂଟନୀତିକ ସଂପର୍କ ରହିଛି । ଆଗାମୀ ଦିନରେ ପୋଲାଣ୍ଡରେ ଭାରତୀୟ ଟେକ୍ନୋକ୍ରାଟଙ୍କ ପ୍ରବେଶ, ଛାତ୍ରଛାତ୍ରୀଙ୍କ ଅଧ୍ୟୟନ, ଦୁଇଦେଶ ମଧ୍ୟରେ ବାଣିଜି୍ୟକ ସଂପର୍କରେ ବୃଦ୍ଧି, ପ୍ରଦୂଷଣରହିତ ଶକ୍ତି କ୍ଷେତ୍ରରେ ସହଯୋଗ ପରି ଅନେକ ବିଷୟରେ କାର୍ଯ୍ୟ କରିବା ପାଇଁ ଭାରତର ଆଗ୍ରହ ରହିଛି ।  ୟୁରୋପରେ ପ୍ରଶିକ୍ଷିତ, ଶୃଙ୍ଖଳିତ, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ରଖୁଥିବା କୁଶଳୀ ଶ୍ରମଶକ୍ତିର ଅଭାବ ଦେଖାଦେଇଛି । କରୋନା ପରଠାରୁ ଅନେକ କ୍ଷେତ୍ରରେ କର୍ମ·ରୀ ମିଳୁନାହାନ୍ତି । ପୋଲାଣ୍ଡରେ ପଚିଶହଜାର ଡାକ୍ତରଙ୍କ ଅଭାବ ରହିଛି । ଦୁଇବର୍ଷର ରୁଷିଆ-ୟୁକ୍ରେନ ଯୁଦ୍ଧ ୟୁରୋପୀୟ ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଶସ୍ତାରେ ଶ୍ରମିକ ପାଇବେ ବୋଲି ଏକଦା ମଧ୍ୟପ୍ରାଚ୍ୟର ମୁସଲିମ ଶରଣାର୍ଥୀଙ୍କ ପାଇଁ ସୀମା ଖୋଲିଥିବା ୟୁରୋପର ଅନେକ ରାଷ୍ଟ୍ର ଏବେ ଦେଶ ଭିତରେ ଗୃହଯୁଦ୍ଧରେ ସମ୍ମୁଖୀନ ହୋଇଛନ୍ତି । ୟୁରୋପର ଗଣତାନ୍ତ୍ରିକ ଢାଞ୍ଚା ମଧ୍ୟରେ ଇସଲାମିକ ମୋ÷÷ଳବାଦ ପ୍ରବେଶ କରି ହତ୍ୟା, ଅପରାଧ, ମହିଳାଙ୍କ ପ୍ରତି ହିଂସା, ରାଜରାସ୍ତାରେ ଦଙ୍ଗାପରି ସମସ୍ୟା ସୃଷ୍ଟି କରିଛି । ଏସବୁରୁ ମୁକୁଳିବାକୁ ସେମାନେ ଭାରତପରି ଗଣତାନ୍ତ୍ରିକ ଇସଲାମିକ ମୋ÷÷ଳବାଦ ସହ ହଜାର ହଜାର ବର୍ଷ ଧରି ଯୁଦ୍ଧରତ ରାଷ୍ଟ୍ରକୁ ସହଯୋଗୀ ଭାବେ ପାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।      ୟୁକ୍ରେନର ଆଭ୍ୟନ୍ତରୀଣ ସଙ୍କଟ, କାନାଡାରେ ଭାରତ ବିରୋଧୀ ଖାଲିସ୍ଥାନୀଙ୍କୁ ପ୍ରୋତ୍ସାହନ ପ୍ରଦାନ କଲାବେଳେ ଏସବୁ ରାଷ୍ଟ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବିକଳ୍ପ ରାଷ୍ଟ୍ରର ସନ୍ଧାନରେ ଥିଲାବେଳେ ଭାରତ ସରକାର ସେମାନଙ୍କ ଅଧ୍ୟୟନ ପାଇଁ ବିକଳ୍ପ ଖୋଜିବାରେ ବ୍ୟସ୍ତ । ପୋଲାଣ୍ଡ ଏଥିରେ ସହାୟକ ହୋଇପାରେ । ମୋଦିଙ୍କ ଗସ୍ତ ଦୃଷ୍ଟିରୁ ପୋଲାଣ୍ଡ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭିସା ପ୍ରଦାନର ସଂଖ୍ୟା ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ସେମିତି ଭାରତର ଡାକ୍ତର, ଇଞ୍ଜିନିୟର, ମ୍ୟାନେଜରଙ୍କ ପରି ପେସାଦାର ଲୋକଙ୍କର ପୋଲାଣ୍ଡରେ କାର୍ଯ୍ୟ ସହଜ କରିବା ପାଇଁ ସେଠାକାର ସରକାର ଘୋଷଣା କରିଛନ୍ତି । ପୋଲାଣ୍ଡ ସରକାର ଇସଲାମକୁ ବିରୋଧ କରୁଥିବା ହେତୁ ଏହାର ସୁଯୋଗ ହିନ୍ଦୁ ଓ ଖ୍ରୀଷ୍ଟିଆନ ଛାତ୍ରଛାତ୍ରୀ ଅଧିକ ପାଇବେ ଏଥିରେ ସନେ୍ଦହ ନାହିଁ । 
ମୋଦିଙ୍କ ବିଦେଶଗସ୍ତ କାଳରେ ଭାରତୀୟ ଲୋକଙ୍କ ସମାବେଶରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ବକ୍ତବ୍ୟ ରଖିବା ଗତ କିଛି ବର୍ଷ ହେବ ଏକ ପରମ୍ପରାରେ ପରିଣତ ହୋଇଛି । ବିଦେଶରେ ରହୁଥିବା ଭାରତୀୟ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେପରି ପ୍ରଧାନମନ୍ତ୍ରୀଙ୍କୁ ନିକଟରୁ ଦେଖିବା ଓ ଆଲୋଚନାର ସୁଯୋଗ ପାଉଛନ୍ତି, ସେମିତି ଭାରତର ବିଦେଶନୀତିରେ ପରିବର୍ତ୍ତନ, ସେମାନଙ୍କ ପାଇଁ ସୁବିଧା, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ମତବ୍ୟକ୍ତ କରିପାରୁଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ସଂପର୍କ ବୃଦ୍ଧି କ୍ଷେତ୍ରରେ ଭାରତୀୟ ଲୋକମାନଙ୍କ ସକାରାତ୍ମକ ଭୂମିକା ସଂପର୍କରେ ମଧ୍ୟ ସଚେତନ ହେଉଛନ୍ତି । ୱାରସରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ଗହଣରେ ଉପସ୍ଥିତ ରହି ସେମାନଙ୍କୁ ସମ୍ବୋଧନ କରିଥିଲେ । ଘନ ଘନ କରତାଳି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ବିଷୟ ଉପସ୍ଥାପନ କରିଥିଲେ । ·ରି ଦଶନ୍ଧି ପରେ ଅଷ୍ଟ୍ରେଲିଆକୁ ଗସ୍ତ କଲାପରି ୪୫ ବର୍ଷ ପରେ ପୋଲାଣ୍ଡକୁ ଗସ୍ତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ । ଅତୀତରେ ଭାରତର ବିଦେଶନୀତି ଥିଲା ଅନ୍ୟ ଦେଶଗୁଡିକଠାରୁ ସମାନ ଦୂରତା ରଖି କାର୍ଯ୍ୟକରିବା । କିନ୍ତୁ ବର୍ତ୍ତମାନର ସରକାରଙ୍କ ବିଦେଶନୀତି ହେଲା ଯେ ସବୁ ଦେଶ ସହ ନିବିଡ ସଂପର୍କ ରଖି କାର୍ଯ୍ୟକରିବା ଭାରତର ଏହି ନୀତି ଯୋଗୁ ଅନେକ ରାଷ୍ଟ୍ର ଭାରତକୁ  ‘ବିଶ୍ୱବନ୍ଧୁ’ର ଆଖ୍ୟା ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋହ୍ଲାପୁର ମହାରାଜ ଏବଂ ନୱାନଗରର ଜାମ୍ ସାହେବ ଦିଗ୍ବିଜୟ ସିଂହ ରଣଜିତ ସିଂହ କିପରି ୬୦୦୦ ପୋଲାଣ୍ଡର ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ତଥା ଅଧ୍ୟୟନ ପାଇଁ ବ୍ୟବସ୍ଥା କରି ଆଜି ଯାଏଁ ପୋଲାଣ୍ଡବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି ତାହା ବର୍ଣ୍ଣନା କରିଥିଲେ । ଭାରତ ସରକାର ସେହି ସଂପର୍କକୁ ସୁଦୃଢ କରିବାକୁ ‘ଜାମ୍ସାହେବ ୟୁଥ୍ ମେମୋରିଆଲ’ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରତିବର୍ଷ ୨୦ଜଣ ପୋଲାଣ୍ଡର ଯୁବକ ଯୁବତୀଙ୍କୁ ଭାରତଗସ୍ତ କରିବାକୁ ନିମନ୍ତ୍ରଣ ଦେବେ ବୋଲି ଶ୍ରୀ ମୋଦି ପ୍ରକାଶ କରିଥିଲେ । ଦୁଇଦଶନ୍ଧି ପୂର୍ବେ ଗୁଜରାଟର ଭୁଜଠାରେ ହୋଇଥିବା ଭୂମିକମ୍ପ ସମୟରେ ପୋଲାଣ୍ଡ ସରକାର କିପରି ସହାୟତା କରିବାକୁ ଆଗେଇ ଆସିଥିଲେ,ସେ ବିଷୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।  ଭାରତର ଲୋକେ କିପରି ବିଦେଶରେ ସେମାନଙ୍କ ଦକ୍ଷତା, ଯୋଗ୍ୟତା ଏବଂ କାର୍ଯ୍ୟନିଷ୍ଠା ଯୋଗୁ ପ୍ରଶଂସାର ପାତ୍ର ହେଉଛନ୍ତି, ତାହା ମଧ୍ୟ ସେ କହିଥିଲେ । ଭାରତର ଲୋକେ ବିଦେଶରେ ସବୁ ସଂସ୍କୃତି ସହ ମିଶି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରିଛନ୍ତି । ସେଥିପାଇଁ ଭାରତ ପରି ପୋଲାଣ୍ଡରେ ମଧ୍ୟ କବାଡି ଖେଳ ଏବେ ଲୋକପ୍ରିୟ ହୋଇଛି । ଦୁଇବର୍ଷ ହେଲା ପୋଲାଣ୍ଡ ୟୁରୋପିଆନ କବାଡି ଚମ୍ପିଆନ ହୋଇଆସୁଛି । ପୋଲାଣ୍ଡ କବାଡି ଟିମ୍ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଥିଲେ । ପୋଲାଣ୍ଡର ମହିଳା କବାଡି ଖେଳାଳି ଅନ୍ନା କଲବାରସିଜକ୍ ଏବଂ ପୁରୁଷ ଖେଳାଳି ମାଇବେଲ ସିଜକୋ ୱାରସଠାରେ ମୋଦିଙ୍କୁ ଭେଟିଥିଲେ । ଭାରତ -ପୋଲାଣ୍ଡ ମଧ୍ୟରେ କିପରି ଅଧିକ ଟୁର୍ଣ୍ଣାମେଣ୍ଟ ହେବ ସେ ନେଇ ଆଲୋଚନା ହୋଇଥିଲା । ଗତ ୧୦ ବର୍ଷ ମଧ୍ୟରେ କିପରି ଦେଶ ଅନେକ କ୍ଷେତ୍ରରେ ବିକାଶ କରିଛି ତାର ସୂଚନା ପ୍ରଧାନମନ୍ତ୍ରୀ ଦେଇଥିଲେ ।  ଆଗାମୀ ଦିନରେ ଭାରତରେ ଏ କ୍ଷେତ୍ରରେ ଅନେକ କାର୍ଯ୍ୟ ହେବ । ଗତ ୧୦ବର୍ଷରେ ଦେଶରେ ୩୦୦ନୂଆ ମେଡିକାଲ କଲେଜ, ୭୫୦୦୦ ସିଟ୍ ଯୋଡାଯାଇଛି ଏବଂ ଆଗାମୀ ୫ବର୍ଷରେ ଅଧିକ ୭୫୦୦୦ସିଟ ମେଡିକାଲ କଲେଜଗୁଡିକରେ ଯୋଡାଯିବ ବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଟସ୍କ ନିର୍ବାଚନରେ ସଫଳତା ପାଇଁ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଥିଲେ । ଭାରତ ସହ ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟକରିବା ପାଇଁ ତାଙ୍କ ଦେଶ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ । ଭାରତର ପ୍ରତିରକ୍ଷା ଆଧୁନିକୀକରଣରେ ତାଙ୍କ ଦେଶ ଅଂଶଗ୍ରହଣ କରିବାକୁ ଆଗ୍ରହୀ ବୋଲି ସେ କହିଥିଲେ । କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ ସଶକ୍ତ ଥିବାରୁ ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କ ରାଷ୍ଟ୍ର ସେହି ଜ୍ଞାନକୋ÷÷ଶଳ ଉପଯୋଗ କରିବାକୁ ପସନ୍ଦ କରେ ବୋଲି କହିଥିଲେ । ସେହିପରି ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ଜାନୁଆରୀ ୨୦୨୫ରେ ପୋଲାଣ୍ଡ ୟୁରୋପୀୟ ସଂଘର ଅଧ୍ୟକ୍ଷ ପଦବୀରେ ବସିବ । ତେଣୁ ଆଗାମୀ ଦିନରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ସୁଦୃଢ ହେବ । ଦୁଇଦେଶ ଜାତିସଂଘର ବ୍ୟବସ୍ଥାରେ ସଂସ୍କାର ·ହୁଁଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ସନ୍ତ୍ରାସବାଦ,ଜଳବାୟୁ ପରିବର୍ତ୍ତନ ସଦୃଶ ବଡ ସମସ୍ୟାର ଉଭୟ ଦେଶ ସମ୍ମୁଖୀନ ହେଉଛନ୍ତି । ଆଗାମୀ ଦିନମାନଙ୍କରେ ପ୍ରଦୂଷଣମୁକ୍ତ ଶକ୍ତିର ଉପଯୋଗ ପାଇଁ ଦୁଇରାଷ୍ଟ୍ର କାର୍ଯ୍ୟ କରିବେ ବୋଲି ସେ ଆଗ୍ରହ ପ୍ରକାଶ କରିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୋଲାଣ୍ଡ ବେଶ ଆଗରେ ରହିଥିବା ହେତୁ ପୋଲାଣ୍ଡର କମ୍ପାନୀମାନେ ଭାରତରେ ଏ କ୍ଷେତ୍ରରେ କାର୍ଯ୍ୟକରିବା ଆବଶ୍ୟକ ବୋଲି ସେ କହିଥିଲେ । ପୋଲାଣ୍ଡର ରାଷ୍ଟ୍ରପତି ଅନେ୍ଦ୍ରଜ ଡୁଡାଙ୍କୁ ମୋଦି ସାକ୍ଷାତ କରିଥିଲେ । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦେ୍ଦଶ୍ୟରେ ଭୋଜିର ଆୟୋଜନ କରିଥିଲେ । ଆଗାମୀ ଦିନରେ ଭାରତର ସହରାଞ୍ଚଳ ବିକାଶ, ପ୍ରଦୂଷଣମୁକ୍ତ ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଦ୍ୱିପାକ୍ଷିକ ଆଲୋଚନାବେଳେ ଭାରତର ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଟସ୍କ ଦ୍ୱିପାକ୍ଷିକ ଆଲୋଚନାରେ ନିଜ ଦେଶର ନେତୃତ୍ୱ ନେଇଥିଲେ । ଏହି ଗୋଲଟେବୁଲ ବୈ÷ଠକ ବେଶ୍ ସଫଳତାର ସହ ଶେଷ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ପୋଲାଣ୍ଡରୁ ଟ୍ରେନ ଯୋଗେ ୟୁକ୍ରେନର ରାଜଧାନୀ କିଭ୍ ଉଦେ୍ଦଶ୍ୟରେ ଯାତ୍ରା କରିଥିଲେ । 
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର