ବଢୁଛି ରେଳ ଦୁର୍ଘଟଣା ଷଡଯନ୍ତ୍ର


ସୋମେନ୍ଦ୍ର ଜେନା : ବିଗତ ଦିନରେ ବାଲେଶ୍ୱର ନିକଟସ୍ଥ ବାହାନଗାଠାରେ ହୋଇଥିବା ଭୟାବହ ରେଳ ଦୁର୍ଘଟଣାର ଚିତ୍ର ଆମ ମନରୁ ଲିଭିନାହିଁ । ସେହି ଦୁର୍ଘଟଣାର କାରଣ ସଂପର୍କରେ ଅଦ୍ୟାବଧି ସେମିତି କିଛି ସ୍ପଷ୍ଟ କାରଣ ସର୍ବସମ୍ମୁଖକୁ ଆସିପାରି ନଥିବା ବେଳେ ନିକଟରେ ଏମିତି ଛୋଟବଡ ଅନେକ ଦୁର୍ଘଟଣା ଓ ଷଡଯନ୍ତ୍ର ଲୋକ ସମ୍ମୁଖକୁ ଆସିବା ପରେ ଏବେ ସମସ୍ତେ ଚକିତ ହୋଇଛନ୍ତି । ନିକଟରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସକୁ ଧାରଣାଚୁ୍ୟତ କରିବା ପାଇଁ କାନପୁର ନିକଟସ୍ଥ ଶିବରାଜପୁରଠାରେ ରେଳଧାରଣା ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର ରଖାଯିବା ଦୃଷ୍ଟିକୁ ଆସିଛି । ଲୋକୋ ପାଇଲଟଙ୍କ ଦୃଷ୍ଟିରୁ ଏହା ଆସିବାରୁ ସେ ଜରୁରୀକାଳୀନ ବ୍ରେକ ଦେଇ ରେଳକୁ ରୋକିଥିଲେ । ତଥାପି ରେଳଟି ଦୁର୍ଘଟଣା ସ୍ଥଳରୁ ୨୦ମିଟର ଆଗରୁ ଯାଇ ଅଟକିଥିଲା ଏବଂ ରେଳର ଆଘାତରେ ସିଲିଣ୍ଡରଟି ଫାଟି ନ ଯାଇ ଧାରଣାର କଡରେ କିଛି ଦୂର ଛିଟିକିଯାଇ ପଡିବାପରେ ସାମାନ୍ୟ ଚେପା ହୋଇଥିଲା । ଏହାପରେ ଲୋକୋ ପାଇଲଟ ଜଣକ ରେଳବାଇ ପୁଲିସକୁ ଜଣାଇବା ପରେ ତତ୍କାଳ ଯବାନମାନେ ଘଟଣାସ୍ଥଳରେ ପହଞ୍ଚô ଯାଞ୍ଚ ଚଳାଇଥିଲେ । ଘଟଣାସ୍ଥଳରୁ କିଛି ଦୂରରେ ପେଟ୍ରୋଲ ଭର୍ତ୍ତି କାଚ ବୋତଲ ଏବଂ ଦିଆସିଲି ଆଦି ପଡିଥିବା ଦେଖିବାକୁ ପାଇଥିଲେ । ସେଠାରେ ଖାଲି ବ୍ୟାଗ ମଧ୍ୟ ମିଳିଥିଲା । ଏଥିରୁ ଆଶଙ୍କା କରାଯାଉଛି ଯେ ଷଡଯନ୍ତ୍ରକାରୀମାନେ ଦୁର୍ଘଟଣା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ । ସିଲିଣ୍ଡରଟି ଫାଟି ନିଆଁ ଲାଗିବା ସ୍ଥିତିରେ ସେମାନେ ଅଧିକ ଲୋକଙ୍କୁ ହତ୍ୟା କରିବା ପାଇଁ ବଗି ଉପରକୁ  ପେଟ୍ରୋଲ ବୋମା ମାଡ କରି ଦିଆସିଲିରେ ନିଆଁକୁ ଅଧିକ ବ୍ୟାପକ କରିଥାନ୍ତେ, ଯାହା ଫଳରେ ଦୁର୍ଘଟଣାଗ୍ରସ୍ତ ଗାଡିଟିର ନାହିଁ ନଥିବା କ୍ଷୟକ୍ଷତି ଘଟିଥାନ୍ତା ।  ଏହି ଘଟଣାରେ ତଦନ୍ତ କରି ପୁଲିସ ସନେ୍ଦହରେ ଦୁଇଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଅସଲ ଷଡଯନ୍ତ୍ରକାରୀ କିଏ ତାହା ଏଯାଏଁ ଜଣାପଡିନାହିଁ । 
ଚଳିତ ବର୍ଷ ୨୨ ଅଗଷ୍ଟରେ ସମାନ ଢଙ୍ଗରେ ଅନ୍ୟ ଏକ ଷଡଯନ୍ତ୍ର ଦୃଷ୍ଟିକୁ ଆସିଥିଲା । ବାରଣାସୀ  ଅହମ୍ମଦାବାଦ ସାବରମତୀ ଏକ୍ସପ୍ରେସର ଯାତ୍ରା ପଥରେ କାନପୁର ନିକଟରେ ରେଳଧାରଣା ଉପରେ ଲୁହାଛଡ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଭୋର ୨ଟା ୩୦ମିନିଟରେ ଏହି ଲୁହାରଡର ଆଘାତରେ ଇଞ୍ଜିନ ଧାରଣାଚୁ୍ୟତ ହୋଇଥିଲା । ସେହି ଘଟଣାରେ କେହି ହତାହତ ହୋଇ ନଥିଲେ ମଧ୍ୟ ଯାତ୍ରୀମାନେ ଯିବାଲାଗି ଅନ୍ୟ ଟ୍ରେନର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ଏଠାରେ ଉଲ୍ଲେଖ କରିବାର କଥା ହେଲା ଯେ  ଗୋଟିଏ ସପ୍ତାହ ମଧ୍ୟରେ ୫ଟି ଷଡଯନ୍ତ୍ର ହେଇଥିଲା । ୨ଟି ଘଟଣା ପଥରମାଡକୁ ନେଇ ଏବଂ ତିନୋଟି ଘଟଣା ରେଳ ଦୁର୍ଘଟଣାକୁ କେନ୍ଦ୍ରକରି ଘଟିଛି । ୨୮ ଅଗଷ୍ଟରେ ରାଜସ୍ଥାନର ବାରାନର ଚଚାୱଡାଠାରେ ରେଳଧାରଣା ଉପରେ ପୁରୁଣା ବାଇକର ଲୁହାଖଣ୍ଡ ପକାଯାଇଥିଲା । ରାଜସ୍ଥାନରେ ଗୋଟିଏ ମାସରେ ତିନିଥର ରେଳ ଦୁର୍ଘଟଣା ପାଇଁ ଷଡଯନ୍ତ୍ର ହୋଇଥିବା ଦୃଷ୍ଟିକୁ ଆସିଛି । ୪ ସେପ୍ଟେମ୍ବର ୨୦୨୪ରେ ଲକ୍ଷ୍ନୋ÷÷ରୁ ପାଟନା ଯାଉଥିବା ବନେ୍ଦ ଭାରତ ଟ୍ରେନ ବାରଣାସୀ ଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ଟ୍ରେନ ଉପରକୁ ପଥରମାଡ କରାଯାଇଥିଲା । ସେହିପରି ୫ ସେପ୍ଟେମ୍ବର ୨୦୨୪ଦିନ ରାଞ୍ଚôରୁ ପାଟନା ଯାଉଥିବା ବନେ୍ଦ ଭାରତ ଏକ୍ସପ୍ରେସ ଝାଡଖଣ୍ଡର ହଜାରିବାଗ ଅତିକ୍ରମ କଲା ପରେପରେ ସମାନ ଢଙ୍ଗରେ ଟ୍ରେନ ଉପରକୁ ପଥରମାଡ କରାଯାଇଥିଲା । ୫ ସେପ୍ଟେମ୍ବର ୨୦୨୪ରେ କୁରଡୁୱାଡି ଷ୍ଟେସନ  ନିକଟରେ ଗୋଟିଏ ବଡ ଦୁର୍ଘଟଣାକୁ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏଡାଇ ଦିଆଯାଇପାରିଥିଲା । ଏକ ସିଗ୍ନାଲ ପଏଣ୍ଟ ନିକଟରେ ରେଳଧାରଣା ଉପରେ ଜାଣିଶୁଣି ଏକ ଫାଉଲିଙ୍ଗ ମାର୍କ ସ୍ଲାବ ରଖାଯାଇଥିଲା ।  ଅଧିକାରୀମାନେ ଘଟଣା ସଂପର୍କରେ ସୂଚନା ପାଇ ଧାରଣା ଉପରେ ପଡିରହିଥିବା ସିମେଣ୍ଟର ସ୍ଲାବକୁ ହଟାଇଥିଲେ । ୭ ସେପ୍ଟେମ୍ବର ୨୦୨୪ରେ ଇନେ୍ଦାର- ଜବଲପୁର ସୁପରଫାଷ୍ଟ ଏକ୍ସପ୍ରେସର ୨ଟି ବଗି ଧାରଣାଚୁ୍ୟତ ହେବା ଘଟଣା ଦୃଷ୍ଟିକୁ ଆସିଲା । ଷ୍ଟେସନ ନିକଟରେ ଅତି ସନେ୍ଦହଜନକ ଭାବେ ଦୁଇଟି ରେଳଡବା ଧାରଣାଚୁ୍ୟତ ହେବା ଘଟଣାଟି ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । ୮ ସେପ୍ଟେମ୍ବର ୨୦୨୪ରେ ରାଜସ୍ଥାନର ଅଜମେର ଜିଲ୍ଲାରେ ରେଳଧାରଣା ଉପରେ ସିମେଣ୍ଟସ୍ଲାବ ପକାଇ ମାଲଗାଡିକୁ ଲାଇନଚୁ୍ୟତ କରିବାକୁ ଷଡଯନ୍ତ୍ର ହୋଇଥିଲା । ଅଧିକାରୀମାନଙ୍କ କହିବା ଅନୁଯାୟୀ ଲାଇନଚୁ୍ୟତ ଡେଡିକେଟେଡ ଫ୍ରେଟ କରିଡର (ପରିବହନ ରେଳମାର୍ଗ) ଧାରଣା ଉପରେ ଦୁର୍ଘଟଣାର ଷଡଯନ୍ତ୍ର ହୋଇଥିଲା । ଏକ ମାଲଗାଡି ଉକ୍ତ ସ୍ଲାବକୁ ଧକ୍କା ଦେଇଥିଲା । ଫୁଲେରା -ଅହମ୍ମଦାବାଦ ରେଳମାର୍ଗର ସରଧନା ଏବଂ ଜାଙ୍ଗଡ ଷ୍ଟେସନ ମଧ୍ୟରେ ଏହି ଘଟଣାଟି ଘଟିଥିଲା ।  ୧ କିଲୋମିଟର ଧାରଣା ଉପରେ ପ୍ରାୟ ୧ କ୍ୱିଣ୍ଟାଲ ଓଜନର ସିମେଣ୍ଟ ସ୍ଲାବ ରଖାଯାଇଥିଲା । ୮ ସେପ୍ଟେମ୍ବର ରାତି ୧୦ଟା ୩୬ମିନିଟରେ ସୂଚନା ମିଳିଲା ପରେ ଡେଡିକେଟେଡ ଫ୍ରେଟ କରିଡର କର୍ପୋରେସନର କର୍ମ·ରୀ ରବି ବୁନେ୍ଦଲା ଏବଂ ବିଶ୍ୱଜିତ ଦାସ ପୁଲିସରେ ଅଭିଯୋଗ କରିଥିଲେ । 
ଗତ ମାସ ୨୨ ଅଗଷ୍ଟରେ ଏକ ଚଳନ୍ତା ରେଳଗାଡିକୁ ଦୁର୍ଘଟଣାଗ୍ରସ୍ତ କରିବାଲାଗି  ବାରମ୍ବାର ପ୍ରୟାସ କରୁଥିବା ଅଫ୍ଶାନ ନାମକ ଯୁବକକୁ ଅଲିଗଡ ରେଳବାଇ ପୁଲିସ ଗିରଫ କରିଥିଲା । ୨୦ ଅଗଷ୍ଟ ଦିନ ଅଭିଯୁକ୍ତ ୧୭ତାରିଖରେ ଘଟିଥିବା କାନପୁର ରେଳ ଦୁର୍ଘଟଣାକୁ ଦୋହରାଇବା ପାଇଁ ·ହୁଁଥିଲା ବୋଲି ପୁସିଲ ସୂତ୍ରରୁ ଜଣାପଡିଛି । ଅଭିଯୁକ୍ତ ଜଣକ ରେଳଧାରଣା ଉପରେ ଏକ ଆଲୟଚକକୁ ଥୋଇ ରେଳଗାଡିକୁ ଦୁର୍ଘଟଣାଗସ୍ତ କରିବାକୁ ପ୍ରୟାସ କରୁଥିଲା । 
ସେହିପରି ୨୩ଅଗଷ୍ଟ ୨୦୨୪ ରାତିରେ ଉତ୍ତର ପ୍ରଦେଶର କାସ୍ଗଞ୍ଜ -ଫରୁଖାବାଦ ଏକ୍ସପ୍ରେସ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲା । କାରଣ ଏକ୍ସପ୍ରେସଟି ଯାତ୍ରା କରିବା ସମୟରେ ରେଳଧାରଣା ଉପରେ ରଖାଯାଇଥିବା ଏକ କାଠଗଡ ସହ ଧକ୍କା ଖାଇଥିଲା । କାଠଗଡ ସହ ଧକ୍କା ଖାଇବା ସମୟରେ ଗାଡିକୁ ଝଟ୍କା ଲାଗିଥିଲା । ରେଳଗାଡିର ଡ୍ରାଇଭର ବା ଲୋକୋ ପାଇଲଟ ଜରୁରୀକାଳିନ ବ୍ରେକ୍ ଲଗାଇବାରୁ ଗାଡି ରହିଯାଇଥିଲା । ପରେ ଜଣାପଡିଲା ଯେ କାଠଗଡଟି ଟ୍ରେନ ଇଞ୍ଜିନ ମଧ୍ୟରେ ପଶିଯାଇଥିଲା । ଗତବର୍ଷ ଅକ୍ଟୋବର ମାସରେ ଉଦୟପୁର-ଜୟପୁର ମଧ୍ୟରେ ·ଲୁଥିବା ବନେ୍ଦ ଭାରତ ଟ୍ରେନକୁ ଧାରଣାଚୁ୍ୟତ କରିବାକୁ ଷଡଯନ୍ତ୍ର ହୋଇଥିଲା । ଧାରଣା ଉପରେ ଲୁହାରଡ ଏବଂ ପଥରଖଣ୍ଡ ସବୁ ରଖିଥିବା ଅଭିଯୋଗରେ ଗୁଲଜାର ଶେଖ୍ ନାମକ ଜଣେ ୟୁଟୁ୍ୟବରକୁ ପୁଲିସ ଗିରଫ କରିଥିଲା । ରେଳଧାରଣା ଉପରେ ଭିନ୍ନ ଭିନ୍ନ ବସ୍ତୁ ରଖି ସୁଟିଂ କରିବାକୁ ପ୍ରୟାସ କରୁଥିଲା ବୋଲି  ସେ ପରେ ସଫେଇ ଦେଇଥିଲା, ହେଲେ ପ୍ରକୃତରେ ତା କଥାରେ କେତେ ସତ୍ୟତା ରହିଛି ତାହା ସନେ୍ଦହଜନକ । 
ଭାରତରେ ବନେ୍ଦ ଭାରତ ପରି ସୁନ୍ଦର ରେଳଗାଡି ·ଲିବା ଏବଂ ରେଲଯୋଗାଯୋଗର ବିକାଶ ହେବା ପ୍ରୟାସ ପାକ୍ର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଓ ଆଇଏସ୍ର ଗାତ୍ରଦାହର କାରଣ ହୋଇଛି । “ଆମ ରେଳଗାଡି ନହେଲା ନାହିଁ  ଭାରତୀୟ ରେଳ ଚଢିବେ ନାହିଁ”- ନୀତିରେ ଆଇଏସ୍ଆଇ ଏବଂ ଇସଲାମିକ ଷ୍ଟେଟ ଜିହାଦୀ ଭାରତର ରେଳଯୋଗାଯୋଗ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଲାଗିପଡିଛନ୍ତି । ଜାନୁଆରୀ ୨୦୧୭ରେ ଏମିତି ଏକ ରେଡିଓ ଟେପ୍ ପୁଲିସ ହାତରେ ଲାଗିଥିଲା ଯେଉଁଥିରେ ଆଇଏସ୍ଆଇର ଏଜେଣ୍ଟ ବିହାରର ରେଳଧାରଣାରେ ବିସ୍ପୋରକ ଖଞ୍ଜିବାକୁ ଦୁଇଜଣ ଯୁବକଙ୍କୁ ·ପ ପ୍ରୟୋଗ କରି ବିଫଳ ହେବାପରେ ଗୁଳିକରି ହତ୍ୟା କରିଥିଲା । ଆଇଏସ୍ଆଇର ନେପାଳୀ ଏଜେଣ୍ଟ ବ୍ରଜ କିଶୋର ଗିରି ତାର ପାକ୍ ଆଇଏସ୍ଆଇର ମାଷ୍ଟରମାଇଣ୍ଡ ସାମ୍ସୁଲ ହୋଡା ନିଦେ୍ର୍ଦଶରେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାର ଘୋରାସାନ ନିକଟରେ ରେଳଧାରଣା ଉପରେ ବିସ୍ପୋରକ ଖଞ୍ଜିବାକୁ କିଛି ଯୁବକଙ୍କୁ ସାମିଲ କରିଥିଲା । ସେହି ଷଡଯନ୍ତ୍ରରେ ଅରୁଣ ଓ ଦୀପକ ରାମ ନାମକ ଦୁଇଜଣ ଯୁବକ ସାମିଲ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ କହିବା ପରେ ଗିରି ସେମାନଙ୍କୁ ଗୁଳିକରି ହତ୍ୟାକଲା ପରେ ଅଡିଓକ୍ଲିପିଂ ରେକର୍ଡିଂ କରି ପାକ୍ ହ୍ୟାଣ୍ଡଲର ହେଡ ପାଖକୁ ପଠାଇଥିଲା । ଅରୁଣ ଓ ଦୀପକର ହତ୍ୟାକାଣ୍ଡ ପରେ ମୋତି ପାଶୱାନ, ଉମାଶଙ୍କର ପଟେଲ ଏବଂ ମୁକେଶ ଯାଦବ ନାମକ ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ଘଟଣାରୁ ପ୍ରକାଶ ଯେ କାନପୁରଠାରେ ୧ ଅକ୍ଟୋବର ୨୦୧୬ରେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ଘୋରାସାନ ନିକଟରେ ରେଳଧାରଣା ଉଡାଇବା ପାଇଁ ବିସ୍ପୋରକ ଭିଡିବାକୁ ବ୍ରଜ କିଶୋର ଗିରି ପାଞ୍ଚଜଣ ଯୁବକଙ୍କୁ ତା ଷଡଯନ୍ତ୍ରରେ ସାମିଲ କରି ୩ଲକ୍ଷ ଟଙ୍କା ଦେଇଥିଲା । ପରେ ତିନିଜଣ ଯୁବକ ଆଇଇଡି ଖଞ୍ଜିଥିଲେ ହେଁ ତାହା ପୁଲିସ ଦୃଷ୍ଟିରେ ପଡିଯିବା ହେତୁ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା । ପରେ ଆଇଇଡି ଭିଡିଥିବା ତିନିଯୁବକଙ୍କୁ ପୁଲିସ ଗିରଫ କରିଥିଲା । କିନ୍ତୁ ସେଥିରେ ସାମିଲ ହେବାକୁ ଅରୁଣ ଏବଂ ଦୀପକ ମନା କରିବାରୁ ଗିରି ସେମାନଙ୍କୁ  ନେପାଳ ନେଇ ସେଠାକାର ଜଙ୍ଗଲରେ ଗୁଳିକରି ହତ୍ୟା କରିଥିଲା । ଦିଲ୍ଲୀରେ ରହୁଥିବା ସାମସୁଲ ହୋଡା ନିଦେ୍ର୍ଦଶରେ ଗିରି ଏବଂ ଅନ୍ୟ କେତେଜଣ ଇନେ୍ଦାର - ପାଟନା ଏକ୍ସପ୍ରେସକୁ ଟାର୍ଗେଟ  କରି ଆଇଇଡି ଖଞ୍ଜିବା ସହ ଗ୍ୟାସ କଟର ଯୋଗେ ରେଳଧାରଣାକୁ କାଟି ଦେବା ଯୋଗୁ କାନପୁର ନିକଟରେ ୨୬ ନଭେମ୍ବର ୨୦୧୬ରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା ସେଥିରେ ୧୪୦ ଜଣଙ୍କର ମୃତୁ୍ୟ ହୋଇଥିଲା । ଆଇଏସ୍ଆଇ ନେପାଳରୁ ଏହି ଷଡଯନ୍ତ୍ର ରଚିଥିଲା । ଘୋରାସାନରେ ଆଇଇଡିକୁ ଗ୍ରାମବାସୀମାନେ ଦେଖି ପୁଲିସକୁ ସୂଚନା ଦେବାପରେ ବୋମାକୁ ହଟାଯାଇଥିଲା । ସେହି ଘଟଣାରେ ସଂପୃକ୍ତ ତିନିଜଣ ପୂର୍ବଚମ୍ପାରନ ଜିଲ୍ଲାରେ ଗିରଫ ହୋଇଥିଲେ ଏବଂ ଅନ୍ୟ ତିନିଜଣ ନେପାଳର ତୈ÷ଲୟାରେ ଧରାପଡିଥିଲେ । ଅନ୍ୟ ଦୁଇଜଣ ଗଜେନ୍ଦ୍ର ଶର୍ମା ଏବଂ ରାକେଶ ଯାଦବ ପରେ ପୁଲିସ ହାତରେ ଧରାପଡିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାଟି ନେପାଳର ସୀମା ନିକଟବର୍ତ୍ତୀ । ଏହି ଜିଲ୍ଲାର ସୀମା ନିକଟସ୍ଥ ରକ୍ସାଉଲଠାରେ ଅଗଷ୍ଟ ୨୦୧୩ରେ ଇଣ୍ଡିଆନ ମୁଜାହିଦ୍ଦୀନ ମୁଖ୍ୟ ୟାସିନ ଭଟକଲକୁ ଗିରଫ କରାଯାଇଥିଲା ।
ଏକଥା ସତ ଯେ ୧୪୪ କୋଟି ଲୋକସଂଖ୍ୟା ବିଶିଷ୍ଟ ଦେଶରେ ଦୈନିକ ୧୪ ହଜାର ଟ୍ରେନରେ ୧୨୦ଲକ୍ଷ ଯାତ୍ରୀ ୬୪ ହଜାର କିମି ରେଳଧାରଣା ଯାତ୍ରା କରିଥାନ୍ତି । ଯଦି ଭାରତରେ ଟ୍ରେନ ଦୁର୍ଘଟଣାର ହିସାବକୁ ଦେଖିବା ତେବେ ଜଣାପଡିବ ଯେ ୧୯୭୧-୮୧ ମଧ୍ୟରେ ୯୯୯୮, ୧୯୮୨-୯୨ମଧ୍ୟରେ ୭୦୧୩,୧୯୯୩-୨୦୦୩ ମଧ୍ୟରେ ୪୬୨୦, ୨୦୦୪-୨୦୧୪ ମଧ୍ୟରେ ୧୮୫୩, ୨୦୧୫-୨୦୨୨ ମଧ୍ୟରେ ୪୪୯ଟି ରେଳଦୁର୍ଘଟଣା ଘଟିଥିଲା । କିନ୍ତୁ ରେଳଜନିତ କାରଣରୁ ୨୦୧୭-୨୦୨୧ ମଧ୍ୟରେ ପ୍ରାୟ ୧ଲକ୍ଷ ଲୋକଙ୍କର ମୃତୁ୍ୟ ଘଟିଥିଲା । ଏଥିରେ ଅସାବଧାନତା ଯୋଗୁ ଅନେକ  ଲୋକଙ୍କର ମୃତୁ୍ୟ ହୋଇଥିଲା । ଏସବୁ ଦୃଷ୍ଟିରୁ ବି·ର କଲେ ଦେଶରେ ରେଳ ଷଡଯନ୍ତ୍ର ଯେପରି ଅଧିକ ବଢୁଛି ତାହା ଦେଶର ଧନ-ଜୀବନ ଓ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିବ । ରେଳର ସୁରକ୍ଷା ପାଇଁ କେବଳ ପୁଲିସ ନୁହେଁ ଜନସାଧାରଣଙ୍କ ସହଯୋଗ ଓ ସୂଚନାର ବଡ ଭୂମିକା ରହିଛି । ସରକାର ଯେପରି ଦୁର୍ଘଟଣା ହ୍ରାସ ପାଇଁ ବିଗତ ଦିନରେ ପଦକ୍ଷେପ ନେଇଛନ୍ତି, ସେମିତି ସୁରକ୍ଷା ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥାକୁ ଲାଗୁ କରିବା ଆବଶ୍ୟକ । 
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩