ବିବର୍ତ୍ତିତ ବାଣିଜ୍ୟ ଓ ବଣିକ

ଅଜୟ କୁମାର ବେହେରା : ବ୍ରାହ୍ମଣ ରାଜା ଖଣ୍ଟ ପରଜା' ଏ ଉକ୍ତିଟି କେବେ ଠାରୁ ଅଛି । ହେଲେ ଏହା ଏବେ ଜଳଜଳ ଦିଶୁଛି । ଖଣ୍ଟ ପରଜା, ଏହା ଅର୍ଥ ହତିଆରଧାରୀ ପରଜା ଯେଉଁମାନେ ଉଗ୍ରପନ୍ଥୀ, ଲୁଚି ଛପି ରାଜତନ୍ତ୍ରର ବହୁ ମୂଲ୍ୟବାନ ଧନ ଜୀବନ ତାଙ୍କ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଅପହରଣ ବିନଷ୍ଟ କରୁଛନ୍ତି । ବ୍ରାହ୍ମଣ ରାଜା ଥିଲେ ରାବଣ ଯାହାଙ୍କ ପାଇଁ ମହାକ୍ଷତ୍ରୀୟ ଶ୍ରୀରାମଙ୍କୁ ଲୋକେ ଦେଖିଲେ । ପର୍ଶୁରାମ ବ୍ରାହ୍ମଣ କୁଳ ସମ୍ଭୂତ ସେତ ୨୧ ବାର ଭାରତରେ ତକ୍ରାଳ ବେପରୁଆ ରାଜ ଶାସନ ଚଳାଉଥିବା ରାଜ ଶକ୍ତିକୁ ତଛନଛ କରିଥିଲେ । ରାଜ ଅନ୍ତକାରୀ ରାଜା ହେବା କଥା ମାତ୍ର ବିଚିତ୍ର ଶ୍ରୀରାମ କିଷ୍କିନ୍ଧ୍ୟା ରାଜା ବଳୀଙ୍କୁ ଓ ଲଙ୍କା ରାଜା ରାବଣଙ୍କୁ ଅନ୍ତ କରିଥିଲେ ବି ସେଠାରେ ରାଜା ହୋଇ ନାହାଁନ୍ତି । ଯଥାର୍ଥରେ ପର୍ଶୁରାମ କ୍ଷତ୍ରୀୟ ବୋଲାଉଥିବା କ୍ଷେତ୍ରପତି ମାନଙ୍କୁ ନିର୍ମୂଳ କରିବା ପରେ ସେ ରାଜ୍ୟ ଗୁଡ଼ିକୁ କଶ୍ୟପଙ୍କୁ ଦାନ କରି ଦେଇ ଥିଲେ । କଶ୍ୟପଙ୍କ ରାଜ୍ୟ ଥିଲା କାଶ୍ମୀର ଏହାର ମୂଳଭୂମି ଗୋତ୍ର ପ୍ରବର୍ତ୍ତକ କଶ୍ୟପଙ୍କ ପରବର୍ତ୍ତୀ କାମ ଥିଲା ପର୍ଶୁରାମ ଦାନୀୟ ଭୂମିର ବ୍ୟବସ୍ଥା ସେହି ରାଜବଂଶର ଦାୟାଦଙ୍କୁ ଖୋଜି ନୂତନ ଅଭିଷିକ୍ତ କରି କ୍ଷେତ୍ରର ଅଧିପତି କରିବା । ରାଜତନ୍ତ୍ର ନରହିଲେ ମଳା କାହାଣେ ହୋଇପାରେ । ରାଜତନ୍ତ୍ରର ଦଣ୍ଡନୀତି ବାଘ ବକ୍ରୀଙ୍କୁ ଏକ ଘାଟରେ ପାଣି ପିଆଏ ।
 
ଭାସ୍କର ପଣ୍ଡିତ ମହାରାଷ୍ଟ୍ରର ବର୍ଗୀ ନେତା ସେ ଏପରି ଲୁଟ ଶାସନ ତାଙ୍କର ହତିଆର ଧାରୀ ବାହିନୀଙ୍କ ଦ୍ୱାରା ଚଳାଉଥିଲେ । ଯହିଁରେ ଲୋକେ ଚୌଥ ଦେଇ ଦେଇ ଥକତ ହେଉଥିଲେ । ଚୌଥ ଅର୍ଥ ରୋଜଗାର ଅମଳର ୪ ଭାଗରୁ ଏକ ଭାଗ । ଚାଷୀ ବଣିକ ବେପାରୀ ପ୍ରାଣାନ୍ତକରେ ପଡ଼ି ଯେତେ ସତ କହିଲେ ବି, ବର୍ଗୀ ସେନା ନିଷ୍ଠୁର ସେମାନେ ଲୋକଙ୍କ ଶିଶୁପିଲା ଯୁବତୀ କନ୍ୟାକୁ କବଜ୍ଜା କରି ନେଇ ପଣ ସ୍ୱରୂପ ସର୍ବଧନ ଲୁଟ କରୁଥିଲେ । ବଙ୍ଗ ନବାବୀକୁ ବର୍ଗୀ ନେତା ତଚ୍ଛନଚ୍ଛ କରିଦେଇଥିଲେ । ସିରାଜ ଉଦ୍ଦୌଲା କଟକ ଆସି ଭାଷ୍କର ପଣ୍ଡିତଙ୍କ ରଣନୀତିରେ କୌଣସି ମତେ ପ୍ରାଣ ବଞ୍ଚାଇ ଖସି ଯାଇଥିଲେ । ‘ବର୍ଗୀ ଅଇଲାରେ’- ପିଲାଙ୍କୁ ରାତ୍ରୀରେ ଅଝଟ ବେଳେ କହି ତୁନି କରି ଦିଆଯାଉଥିଲା । ଭାସ୍କର ପଣ୍ଡିତ ଥିଲେ ବ୍ରାହ୍ମଣ । ରାଜା କହିଲେ କ୍ଷେତ୍ରପତିଙ୍କୁ ବୁଝାଏ । କ୍ଷେତ୍ରକୁ ଯଦି ଫିଲ୍ଡ କୁହାଯାଏ ତେବେ କାଗଜପତ୍ରରେ ଦସ୍ତଖତ କରି ରାଜ କରୁଥିବା ବ୍ୟକ୍ତିମାନେ ଚତଂର୍ଗ କରି କଣ୍ଟକବଲାରେ ଜମି ହଡ଼ପ କରୁଥିଲେ । କୁସୀଦ ବାଣିଜ୍ୟରେ ଅନେକ ବ୍ରାହ୍ମଣ ଏପରି ଟଙ୍କା ବ୍ୟବସାୟ କରି ଅମାପ ସମ୍ପତ୍ତି ହାସଲ ଅତୀତରେ କରିଛନ୍ତି । ଆମେ ଦେଖୁଛେ ସମସ୍ତେ ଏକାପରି ମାଆ ଠାରୁ ଜନ୍ମ ହେଲେ କେମିତି ଧନୀ ଦରିଦ୍ର ବ୍ୟବଧାନ ସର୍ବତ୍ର ରହିଛି । କିଏ ଲୁଟ ନ କଲେ କେବେ ପାରମ୍ପରିକ ସ୍ତରରୁ ଧନୀ ହୋଇନପାରନ୍ତି । ଲୋକଙ୍କ ପାଇଁ ସେ କିଛି କରିପାରନ୍ତି ବୋଲି ଲୋକେ ମାନ୍ୟଗଣରେ ତାଙ୍କୁ ରଖିଥିଲେ । ହେଲେ ଲୋକଙ୍କ ଦୁର୍ବଳତାର ସେଥିରୁ ଅନେକ ଫାଇଦା ଉଠାଉଥିଲେ । ଯେ ରାଜଶକ୍ତି ବହୁ ପ୍ରଜାଙ୍କୁ ଶାସନ ପାଇଁ କିଛି ସିଆଣା ଲୋକ ପ୍ରତିନିଧି ଖୋଜି ଖୋଜି ଗ୍ରହଣ କରୁଥିଲେ । ସିଆଣାମାନେ ଭୟ ଦେଖାଇ ଆତଙ୍କିତ କରି ରାଜାକୁ ବୁଦ୍ଧିରେ ବଶୀଭୂତ କରି ଏକ ସମାନ୍ତର ପ୍ରଶାସନ ଚଳାଇ ପାରୁଥିଲେ । ବ୍ରିଟିଶମାନେ ବଣିକ ଜାତି, କମ୍ପାନୀ ଗଢ଼ି ବଣିକ ବୃତ୍ତି ପାଇଁ ମୋଗଲ ପ୍ରଶାସନ ବେଳେ ପ୍ରବେଶ କରି ଏପରି ବଢ଼ି ବଢ଼ି ଦେଶରେ ରାଜ କରିବସିଲେ । ନିତ୍ୟ ବ୍ୟବହାର୍ଯ୍ୟ ଲୁଣକୁ ଛାଡ଼ିଲେ ନାହିଁ । ସେ ପାଇଁ ଶେଷରେ ଲବଣ ସତ୍ୟାଗ୍ରହରେ ସେ ଦେଶ ପ୍ରଶାସନରୁ ବିତାଡ଼ିତ ହେବା ସ୍ତର ଆସିଥିଲା । ବିଦେଶୀ ବର୍ଜନ ସ୍ୱରଟ ଗାନ୍ଧିଜୀ କହୁଥିଲେ ବି କେବଳ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା ଦର୍ଶାଉଥିଲେ । 
ମାତ୍ର ଗାନ୍ଧିଜୀ ନିଜେ ଦେଶରେ ସର୍ବତ୍ର ପଦଯାତ୍ରା କରିବା ଜଣାପଡ଼ିଲେ ବି ଦୂରାନ୍ତରୁ ସେ ମଟର ଯାନରେ ରେଳଗାଡ଼ିରେ ଆସୁଥିଲେ ତାଙ୍କର ବାସଭୂମି ଗୁଜୁରାଟରୁ ଦିଲ୍ଲୀ କେତେଥର ସେ ପାଦରେ ଚାଲି ଚାଲି ଆସିଥିଲେ। କହିଦେବା ସହଜ, କାର୍ଯ୍ୟରେ ପରିଣତ କରିବା ଅନେକ କଷ୍ଟ । ଏହି ବିଦେଶୀ ଜିନିଷରେ "ମଦ' ଏକ ବିଶେଷ ରାଜକର ଆଦାୟ ଦ୍ରବ୍ୟ । ଆମ ରାଜ୍ୟର ପାଖ ବିହାରରେ ବହୁ ସ୍ଥଳରେ ସାଇନବୋଡର଼୍ ଦେଖିବାକୁ ମିଳିବ "ବିଦେଶୀ ଦାରୁର ଦୋକାନ' ଅଙ୍ଗ୍ରେଜୀ ମଦ୍ୟ ବା ବିଲାତି ମଦ୍ୟ ଏପରି ଲୋକବାକ ଅଛି ।
ଆର୍ୟୁବେଦର ଔଷଧ ଗଛଲତାର ଚେରମୂଳ ଫଳ ଫୁଲ, ଛାଲି, ପତ୍ରରୁ ମିଳୁଥିଲା । କିନ୍ତୁ ଏମିତି ସମୟ ଏହାକୁ ରଦ୍ଧ କରି ବିଦେଶୀ ଫର୍ମୁଲାର କେମିକାଲ ଔଷଧକୁ ଏଦେଶରେ ଚାପି ଦିଆଯାଇଛି । ବୈଦ୍ୟ କବିରାଜ ହାକିମ ଚିକିତ୍ସା ସମ୍ପୂର୍ଣ୍ଣ ଗୌଣରେ ସମୟ ଚାଲିଛି । ଅଥଚ ବୈଦିକ, ଅଥର୍ବବେଦର ଆର୍ୟୁବେଦ ଚିକିତ୍ସା ଚରକ ସୁକୃତ ଅଗ୍ନିବେଶଙ୍କ ପ୍ରବର୍ତ୍ତିତ ମାର୍ଗ ଚିକିତ୍ସା । ପୁସ୍ତକ କେବଳ ପୋଥିଘରେ ସାଇତା ରହି ଆମେରିକାନ ଫର୍ମାକେପିଆର ଫର୍ମୁଲାରେ ଔଷଧ ତିଆରି ଚାଲିଛି । ମାଞ୍ଚେଷ୍ଟରର ଲୁଗା ଏ ଦେଶରେ ଲୋକପ୍ରିୟ ଦ୍ରୁତ ହେଲା । ଗାନ୍ଧିଜୀଙ୍କ ଖଦଡ଼ ଧୋତି ଲୁଗା ଗାମୁଛା ସେତେବେଳେ ସ୍ୱଦେଶୀ ଆଦୃତ ହେଉଥିଲା । ଗାନ୍ଧିଜୀ ଯୁଗ ସରିଲା । ଗୁଜୁରାଟରେ ହିଁ ବସ୍ତ୍ର ତିଆରି କାରଖାନା, ଯାହାର ଯନ୍ତ୍ରପାତି କଳକବଜ୍ଜା ସେହି ବିଦେଶରୁ ଆମଦାନି ପ୍ରଥମେ ହୋଇଛି । ଦେଶରୁ ଠକ ଠକି ତନ୍ତ ଏବେ ବିଲୁପ୍ତ  । ସୂତା ବଜାରରେ ମିଳୁନାହିଁ । କପାଚାଷ ସର୍ବତ୍ର ହେଉଥିଲା । ଝୋଟ ପାଇଁ ନଳିତା ଚାଷ ହେଉଥିଲା । ଏହା କେବେ କାଁ ଭାଁ ଦେଖାମିଳେ, ମାତ୍ର ବ୍ୟାପକ କାହିଁ ଚଟକଳ ଝୋଟ ଗୋଦାମ ସ୍ୱପ୍ନ । ମଧୁବାବୁ ସ୍ୱଦେଶୀ ଯୋତା ଚପଲ ନିର୍ମାଣ ଆରମ୍ଭ କରି ବିଦେଶରେ ଚହଳ ପକାଇଥିଲେ । ଏପରି ହେଲା ଏପରି ବିଜ୍ଞ ଲୋକଙ୍କୁ ବିଦେଶୀ କୂଟନୀତି ସର୍ବସ୍ୱ ସାରି ଦେୱାଳିଆ କରିଦେଇଥିଲା । ଏବେ ଯୋତା ଚପଲ ପାଦେ ପାଦେ ଦେଖ । ବିଦେଶୀ ବାଟା କମ୍ପାନୀର ଚମକ୍ରାର । ଚିନା କଣ୍ଢେଇ ଜାପାନୀ ଖେଳନା ଘରେ ଘରେ । ଖାଦ୍ୟ ଦେଖ, ଝୋଳ କାଞ୍ଜି ସୁପ ରସମ୍‌ । ତରକାରୀ ସମ୍ବର, ଉଡୁପୀ, ମାଡ଼୍ରାସୀ ଆନ୍ଧ୍ରା, ଗୁଜୁରାଟୀ ଥାଳୀ ପରିପୂର୍ଣ୍ଣ ଭୋଜନ ଦ୍ରବ୍ୟ ପସନ୍ଦ । ଝିଅମାନେ ପ୍ରଜାପତି ପରି ରଙ୍ଗିଲା ପୋଷାକରେ ପରୀ ପରି ସଜେଇ ହୋଇଛନ୍ତି । ବିଉଟି ପାର୍ଲର ସବୁ ବିଦେଶୀ ଆକର୍ଷଣ । ତକ୍ରାଳ କିଶୋର ମାନେ ବାନର ସେନା ଆଖ୍ୟା ପାଇ ବିଦେଶୀ ମଦ ଦୋକାନ ରଦ୍ଧ ପାଇଁ ପିକେଟିଂ କରି ବ୍ରିଟିଶ ପୁଲିସ ଦ୍ୱାରା ଲାଠି ପ୍ରହାର କେତେ ଖାଇବି ପିକେଟିଂରୁ କ୍ଷାନ୍ତ ନଥିଲା ।  ହଟ ଚମ୍ପଟ ବିଦ୍ୟାରେ ଲୋକ ଚାହିଁ ଜଳକା । ସୁନା ପହଞ୍ôଚଗଲା ଲକ୍ଷେ ଊଦ୍ଧ୍ୱର୍ଟଙ୍କାରେ ଦଶଗ୍ରାମ ।
ଇନ୍ଦିରାଜୀ କହିଥିଲେ "ଗରିବ ହଟାଅ' । ଗରିବ ଲୋକଟିଏ କନ୍ୟା ବିବାହ କେମିତି କରାଇବ? ନିହାତି ମଙ୍ଗଳସୂତ୍ରଟିଏ ତ ଦେବ ? ଏହା କ'ଣ ସମସ୍ୟା ନୁହଁ ।"ବେଟୀ ବଚାଓ ବେଟୀ ପଢ଼ାଓ' ଏ ନାରା ସହିତ ‘ବେଟୀ ସାଦିକୁ ସରକାର ହେ’ ଏକଥା କେବେ କୁହାଯିବ । ପରିବହନ ସେବାରେ ରାଜା ଓ ବଣିକ ଲିପ୍ତ ଥିଲେ ଏବେ ଅଛନ୍ତି । ରେଳବାଇ ଏବେ ବଡ଼ଜମିଦାରରେ ଜମିଦାର ବ୍ରାହ୍ମଣ ରାଜା ପରି ଖଣ୍ଟ ପ୍ରଜାପରି କାହାକୁ ଛାଡ଼ୁ ନାହାଁନ୍ତି । ପୂର୍ବେ ଭାରତରେ ଯାତ୍ରୀଙ୍କୁ ତିନି ପ୍ରକାର ଧରାଯାଉଥିଲା ଏବେ ଅନେକ ପ୍ରକାର । ପଇସା ଫେକୋ ତାମସା ଦେଖୋ ।
 
ମୋ : ୯୪୩୭୦୩୧୨୫୩