ବିବାଦ ଘେରରେ ଚିତ୍ତରଞ୍ଜନ ସେବା ସଦନ
ନିଆଳି: ନିଆଳିରେ ଥିବା ଚିତ୍ତରଂଜନ ସେବା ସମିତିର ପୁଅଝିଅଙ୍କୁ ନେଇ ବିଭିନ୍ନ ସମୟରେ ଉପୁଜିଛି ବିବାଦ । କେତେବେଳେ ପୁରୁଷ କର୍ମଚାରୀମାନେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କଲେଣି ତ ଆଉ କେତେବେଳେ ମହିଳା କର୍ମଚାରୀଙ୍କୁ ହେଲାଣି ଛୁରା ମାଡ଼ । ଏଭଳି ଅଭିଯୋଗ ବାରମ୍ବାର ଆସୁଛି । ଗତକାଲି ଉକ୍ତ ସେବାସଦନର ଜଣେ କାର୍ଯ୍ୟରତ ଯୁବତୀଙ୍କୁ ପୁରୁଷ କର୍ମଚାରୀଙ୍କ ଛୁରା ମାଡ଼ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ମୃତୁ୍ୟ ହୋଇଥିଲା । ମୋଟା ଅଙ୍କର ଅର୍ଥ ଦେଇ ଘଟଣାକୁ ଚାପି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ସେହି ସେବା ସଦନରେ ନିଆଳି ବ୍ଲକ ଘୋଡା ଟିକିଲି ଅଞ୍ଚଳର ଜଣେ ଯୁବକ ଓ ଉକ୍ତ ବ୍ଲକ ଅଧିନସ୍ତ ନୂଆ ଗାଁ ଅଞ୍ଚଳର ଜଣେ ଯୁବତୀ ଏକତ୍ରିତ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସାରା ନିଆଳି ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ବିବାହ କରାଯାଇଥିଲା ଓ ସେମାନଙ୍କର ଛାଡପତ୍ର ହୋଇଥିଲା । ଏହିଭଳି ଅନେକ ଘଟଣା ଉକ୍ତ ସେବା ସଦନରେ ଘଟୁଥିବା ବାରମ୍ବାର ଅଭିଯୋଗ ଆସୁଥିଲେ ବି ଚାପି ଦିଆଯାଉଛି । ଏବେ ସାଂଘାତିକ ଅଭିଯୋଗ ଆସୁଛି ଯେ ନିମ୍ନମାନର ସେବା ଯୋଗାଇବା ଶହ ମୋଟା ଅଙ୍କର ଅର୍ଥ ଲୁଟୁଛନ୍ତି ରୋଗୀଙ୍କ ପରିବାରଠୁ । ଏମିତିକି ନିଜ ସର୍ବସଦନରେ ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଅଗ୍ନିସେବା ବିଭାଗ ମଧ୍ୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସଠିକ୍ ପ୍ରମାଣପତ୍ର ଦେଉନଥିବା ଅଭିଯୋଗ ହେଉଛି । ଏହି ସେବା ସଦନରେ ଡ୍ରଗ୍ସ ବିଭାଗ, ସ୍ଥାନୀୟ ପୁଲିସ, ଅଗ୍ନିସେବା ବିଭାଗ ତଦନ୍ତ କରିବାକୁ ଗ୍ରାମର କୈଲାଶ ମହାପାତ୍ର, ନିଲମ ସାହୁ, ପ୍ରକାଶ ଭୋଇ ପ୍ରମୁଖ ଦାବି କରିଛନ୍ତି ।