ସେକାଳର ସାଉଁଟା ସ୍ମୃତି
ଅଜୟ କୁମାର ବେହେରା : ସେକାଳ ଏକାଳ, ଆଖି ପାଉନାହିଁ । ସେ ସମୟରେ ଶିକ୍ଷକମାନେ ଦାୟିତ୍ୱବାନ କେମିତି ଥିଲେ, ବର୍ତ୍ତମାନ ସେଇ ସମୟର ଛାତ୍ରମାନେ ତାଙ୍କ ପିଲା ମାନଙ୍କୁ ପାଠ ପଢ଼ାସ୍ଥିତିରୁ ଖର୍ଚ୍ଚରୁ ଓ ସେମାନଙ୍କ ଆଚରଣ ଶିଷ୍ଟାଚାର ବିଜ୍ଞତାରୁ ନିଶ୍ଚୟ ବୁଝି ପାରୁଥିବେ । ନିତ୍ୟ ପାଠ ପଢ଼ିବାବେଳେ ବହୁତ ବାଟ ଦୂର ହାଇସ୍କୁଲକୁ ପାଦରେ ଚାଲି ଚାଲି ଯିବାକୁ ପଡ଼ୁଥିଲା, ସ୍କୁଲ ଫେରିଲା ବେଳକୁ ଭୋକ ଶୋଷ, କେହି ଥିଲା ଘରର ପିଲା ଜଳଖିଆ ଖାଇବାକୁ ରାସ୍ତା ଦୋକାନରୁ କିଛି ଖାଇବା ପାଇଁ ପଇସା ସର୍ବଦା ଆଣିଲା ବେଳେ ଏପରି ଅନେକ ପିଲା ଏପରି ଖର୍ଚ୍ଚରୁ ବଞ୍ôଚତ ରହୁଥିଲେ । ଅନେକ ଚପଲ ଜୋତା ନଥାଏ, ରାସ୍ତା ବର୍ତ୍ତମାନ ପରି ପିଚୁ ନଥିଲା, ନାଲି ବୋଲଡରନାଲି ଗୋଡ଼ିରେ ରାସ୍ତାରେ ଠାଏ ଠାଏ ବୋଲଡର ରେଙ୍ଗଟି ପଥର ମୁନିଅାଁ ଧାରୁଆ ବର୍ଷା ପାଣି ବା ଦ୍ରୁତ ଭାରୀଯାନ ବା ଲଦେଇ ଶଗଡ଼ ପହିଆ, ଯୋଗୁଁ ହୋଇଯାଇଥାଏ, ଖରା ଦିନେ ସକାଳୁଆ ସ୍କୁଲ ଓ ସବୁ ସପ୍ତାହରେ ଶନି ବାରିଆ ସାମୂହିକ ଛାତ୍ର ମାନଙ୍କର ଡ୍ରିଲ କ୍ଲାସ ପାଇଁ ସକାଳୁଆ ଛାତ୍ର ମାନଙ୍କ ଧାଉଡି ଛାତ୍ର ମାନଙ୍କୁ ଗୁରୁଜନଙ୍କ ଆକଟ ଓ ଶିକ୍ଷକମାନଙ୍କ ତାଗିଦ ସର୍ବଦା ସମୟାନୁବର୍ତ୍ତୀ କରାଉଥିଲା । ପାଠପଢ଼ା ସହିତ ଶରୀରକୁ ସୁସ୍ଥ ରଖିବା, ସହିତ ଆଚରଣ, ବ୍ୟବହାର ଆଦି ସେକାଳରେ ଶିକ୍ଷକମାନେ ଓ ବିଦ୍ୟାଳୟ, ମାନଙ୍କ ଏକ ନୀତି ଥିଲା । ଆମର ହାଇସ୍କୁଲ ଶ୍ରୀକୃଷ୍ଣ ଏକାଡେ଼ମୀ ଏହାର ପ୍ରବେଶ ମୁଖ୍ୟ ପଥରେ ଦକ୍ଷିଣ-ଉତ୍ତର ହୋଇ ପଶ୍ଚିମରେ ଜଗତସିଂହପୁର କଟକ ରାସ୍ତା, ବିଦ୍ୟାଳୟର ପୂର୍ବରେ ମାଛଗାଁ କେନାଲ ଏହାରି ବନ୍ଧର ରାସ୍ତା ଯେପରି ଦକ୍ଷିଣ ଉତ୍ତର ରହିଛି ପୁଣି କେନାଲ ସେପାରିରେ ଅଳକା ନଦୀ, ଏହାର ପାରି ହୋଇ କଚ୍ଚାମାଟି ରାସ୍ତାରେ ପିଲାମାନେ ଅନେକ ଦୂର ଗ୍ରାମରୁ ଏପରିକି ଦେବୀ ନଦୀ ସେପଟରୁ ଅନେକ କଷ୍ଟ ସହି ପାଠ ପଢ଼ିବା ପାଇଁ ଆସୁଥିଲେ ।
ବର୍ଷା ଦିନର ଗମନାଗମନ ଦୁରବସ୍ଥା ସେତେବେଳର କଥା ଏବେ ଭାବି ହେବନାହିଁ । ଚାରି ପୋଲିଆ ପୁନଙ୍ଗ ବଡ଼ବାଗ ସୁଜଙ୍ଗ ଡିଙ୍ଗେଶ୍ୱର ପଟୁ, ଦେବୀ ନଦୀ ପାର ଶାସନପଦା ପଟରୁ ଅନେକ ଛାତ୍ର ଆସୁଥିଲେ, ଜଣେ ନୁହଁ ସେଥିରୁ ଅନେକ ଜଣ ଭାରତୀୟ ପ୍ରଶାସନ ଓ ଓଡ଼ିଶା ପ୍ରଶାସନରେ ବଡ଼ ବଡ଼ ପଦବୀ ଧାରୀ ହୋଇଥିବା ଜଣାଯାଏ, କଷ୍ଟ କଲେ କୃଷ୍ଣ ମିଳେ ଏହା ସତ୍ୟ ହୋଇଛି । ଆଳିପିଙ୍ଗଳ ରାସ୍ତା ସେତେବେଳେ ସେପରି ଉନ୍ନତ ନଥିଲା, ଏଇପଥରେ ପିଲାମାନେ ଚାଲି ଚାଲି ଜଗତସିଂହପୁରର ଏଇ ହାଇସ୍କୁଲକୁ କଷ୍ଟରେ ଆସୁଥିଲେ । ଯେଉଁ ପଥ ଏଇ ସ୍କୁଲ ଠାରୁ ଉତ୍ତରକୁ ଯାଇଛି ଏହାପୁଣି ଥାନା ଛକ ପାଖରେ ଦ୍ୱିଧା ଯେଉଁଟି କାଦୁଅପଡ଼ା ହୋଇ ମାଛଗାଁ ଯାଇଛି ସେଇ ପଟରୁ ଅନେକ ପିଲା ବିଦ୍ୟାଳୟକୁ ଏମିତି ଚାଲି ଚାଲି ଆସୁଥିଲେ, ଯେଉଁ ରାସ୍ତାଟି ଜଇପୁର ଗାମୀ ସେ ପଟୁ ସେପରି ବହୁତ ପିଲା ପାଠ ପଢ଼ିବାକୁ ଆସୁଥିଲେ, କହିବାକୁଗଲେ ୩-୪ ମାଇଲ ବୃତ୍ତ ସଦୃଶ ଭୂମିରେ ଶ୍ରୀକୃଷ୍ଣ ଏକାଡେ଼ମୀକୁ ପାଠ ପଢ଼ିବାକୁ ଆସୁଥିଲେ ଏଇ ପିଲାମାନଙ୍କ ଯିବା ଆସିବା ପଥରେ କାଁ ଭାଁ ଛକ ମାନଙ୍କରେ ଛୋଟିଆ କୁଡ଼ିଆ ଘରେ ଗୋଟିଏ ଗୋଟିଏ ଜଳଖିଆ ଦୋକାନ ଥିଲା । ବାପା ମା ଯତକିଞ୍ôଚତ ଖୁଚୁରା ପଇସାରେ ପିଲାମାନେ ଫେରିବା ପଥରେ ସେଠାରୁ ଜଳଖିଆ ଖାଇ ପାଣି ପିଉଥିଲେ, ବର୍ତ୍ତମାନ ପିଲାମାନେ ପାଣି ବୋତଲ ଘରୁ ନେଇକି ଆସିବା ଦେଖା ଯାଉଛି, ଏକ୍ଷଣି ବାହାର ପାଣିକି ବିଶ୍ୱାସ ନାହିଁ, ହେଲେ ତକ୍ରାଳ କୁଅପାଣି ନଳକୂଅ ପାଣି ପିଲାମାନେ ପିଉ ଥିଲେ । ଯେଉଁମାନେ ବି ଏବେ ବି ସୁସ୍ଥ ଅଛନ୍ତି । ସେ ଦୋକାନ ଗୁଡ଼ିକର ନାମ ଏବେ ବି ସ୍ମୃତିରେ ଅନେକଙ୍କ ମନରେ ଥିବ । ଯଇପୁର ରାସ୍ତା ଜଗତସିଂହପୁରରୁ ଯାଇଥିବା ପଥକଡ଼ରେ ବୀରଭୋପାଙ୍କ ଦୋକାନ କିଛି ପଥଆଗକୁ ଦୁନିଅାଁ ନନା ଦୋକାନ ପଡେ଼, ଏଇ ନନା ଘର ବ୍ରାହ୍ମଣ ଶାସନ ମଧ୍ୟରେ, ସେ ଏଠାରେ ତାଙ୍କର ଏକ କ୍ଷୁଦ୍ର ଦୋକାନ କରିଥିଲେ, ଖରାଦିନେ ଏ ପିଲା ମାନଙ୍କର ତୃଷ୍ଣା ନିବାରଣର ଏକ ବିଶେଷ ଆଶ୍ରା ଥିଲା, ବେଳେ ବେଳେ ଜଳଖିଆ ପିଲାମାନେ ଖାଉଥିଲେ, ସେ ସ୍ୱାଦିଷ୍ଟ ଦହିବରା ପ୍ରସ୍ତୁତ କରି ବିକ୍ରି କରୁଥିଲେ, ଏକ ଅଣାକୁ ଏକ ବରା, ଥରେ ଥରେ ହାଣ୍ଡିରୁ ଦହିବରା ଶେଷ ବେଳକୁ ପିଲାମାନେ ଗଲେ ଅଧିକ ଦହି ଓ ବରା ସେମିତି ଦେଇଦେଉଥିଲେ । ସେତେବେଳେ ଏମିତି କେତେ ଦୋକାନୀ ପିଲାମାନଙ୍କୁ ଶ୍ରଦ୍ଧା ସ୍ନେହ ଦେଖାଉଥିଲେ, ପିଲାମାନେ ସେମାନଙ୍କୁ ସେପରି ମାନୁ ଥିଲେ ।
ଆଜିର ଦହିବରା ଓ ତକ୍ରାଳ ଦହିବରା ମଧ୍ୟରେ ଅନେକ ତଫାତ ସ୍ୱାଦ ଆକୃତି ଓ ପ୍ରସ୍ତୁତିରେ ରହିଛି, ଯେଉଁ ମାନେ ସାଲେପୁରର ବିକଳକରଙ୍କ ଦୋକାନର ଦହିବରା ଖାଇଥିବେ ସେ ସ୍ୱାଦ ନିଶ୍ଚୟ ବୁଝି ପାରିବେ । ପୂର୍ବ ସମୟରେ କାହାରି ମୃତାହ ବ୍ରାହ୍ମଣ ଭୋଜନରେ ଯେଉଁ ପଣା ବ୍ୟବସ୍ଥା ଅଛି ସେଥିରେ ଏପରି ଦହିବରାର ଚାହିଦା ଖଞ୍ଜା ଯାଇଛି । ବିବାହ ଭୋଜିରେ ଦହିବରା ବହୁତ କ୍ଷେତ୍ରରେ ଏ ସମୟରେ ଭୋଜନର ଅଂଶ ହେଲାଣି । ବରା ମୂଳ ଉପାଦାନ ବିରି, ବିରି ସମ୍ବନ୍ଧ ସ୍ଥାନ ନାମ ଅନେକ ସ୍ଥାନରେ ଅଛି, ଯଥା ବିରି, ତୋଲ, ବିରିବାଟି, ବିରିଡ଼ି, ଏସବୁ ଲୋକଭାଷାରେ ଆସିଲେ ବି ପ୍ରକୃତରେ ବିରିତୌଲ, ବିରିବାଟିକା ବିରିଡ଼ିହ ଏପରି ଉଚ୍ଚାରଣର ପରିବର୍ତ୍ତନ ହୋଇପାରେ । ଖାଦ୍ୟର ସୌଖିନ ଉପାଦାନରେ ବିରିର ଚାହିଦା ରହି ଆସିଛି, ବିରି ଏକ ରପ୍ତାନି ଶସ୍ୟ । ଢେ଼ଙ୍କାନାଳ ବରା ଏବେ ବି ବିଖ୍ୟାତ, କଟକ ସହରରେ ଖ୍ୟାତ ଦହିବରା, ବରା ଆଳୁଦମ ଛକେ ଛକେ ଏବେ ବି ବିକ୍ରି ହେଉଛି, ରଘୁ ଦହିବରା କଟକରେ ଡାକ, ବଡ଼ି, ବିରିରେ ହୁଏ, ବଡ଼ିଚୁରା ପଖାଳ, ଅତି ଆମୋଦି ଖାଦ୍ୟ ବିରିରେ ପୁର ହୋଇ ମଣ୍ଡା ପିଠା, ବିରି ଭାଗରେ ଚକୁଳିପିଠା, ଏଣ୍ଡୁରୀ ପିଠା, ବର୍ତ୍ତମାନର ଇଟିଲିପିଠା, ବଡ଼ ଆକର୍ଷକ ଭୋଜ୍ୟ ପଦାର୍ଥ । ବିରି ଡାଲି ଖୁବ ସ୍ୱାଦିଷ୍ଟ ଓ ପୁରୁଷାର୍ଥ ବର୍ଦ୍ଧକ୍ୟ, ତଡ଼କା, ବିରିରେ ହିଁ ହୁଏ, ବିରିର ଚୋପା, ସୁଖାଲତା ଗୋଖାଦ୍ୟ । ଆଜି ନଦୀ କଣ୍ଡିଆ ନାହିଁ କେହି ବିରି ଚାଷକୁ ଆକୃଷ୍ଟ ହେଉ ନାହାନ୍ତି, ବିରି ଏବେ ଆମଦାନିର ଶସ୍ୟ ହୋଇଗଲାଣି, ପକା ଶୁଦ୍ଧବିରି ବରା ବଡ଼ି କେବେ ମିଳୁନାହିଁ । ମୂର୍ଚ୍ଛନା ବିରିରେ ଏସବୁ ମିଳୁଛି, ହେଲେ ଆମେ ପିଲାକାଳରେ ଯେପରି ବରା, ଦହିବରା ଖାଉଥିଲୁ ତାହା ସପନ ହୋଇ ଗଲାଣି, ସେ ଦୁନିଅାଁ ନନାଙ୍କ ପରି ଶୁଦ୍ଧ ଭୋଜ୍ୟ ଜଳଖିଆ ଦୋକାନ ବିଭିନ୍ନ ରାସ୍ତାରେ ଆଉ ନାହିଁ କି ଖାଦ୍ୟ ଦ୍ରବ୍ୟ ଉପରେ ଭରସା ରହୁନାହିଁ ।
କଟକ,ମୋ: ୯୪୩୭୦୩୧୨୫୩