ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱସ୍ଥ୍ୟ ଶିବିର

ଧର୍ମଶାଳା:  ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିଦେ୍ର୍ଦଶ କ୍ରମେଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଓ ହାଇଟ୍କେ ମେଡିକାଲ ଆନୁକୂଲ୍ୟରେ ଅରେଇକଣା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଶୀତାଂଶୁ ଶେଖର ସାହୁ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମହାପାତ୍ର, ଦୁଷ୍ମନ୍ତ ରାୟ, ସମାଜସେବୀ ତୀର୍ଥରାଜ ପଣ୍ଡା, ରାଜେଶ କୁମାର ପାଳ, ଦେବରାଜ ମିଶ୍ର, ଆୟୁଷ୍ମାନ ପ୍ରିୟଦର୍ଶନ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ । ହାଇଟେକ ମେଡିକାଲର ଅଭିଜ୍ଞ ଡାକ୍ତର ଶିବିରରେ ଉପସ୍ଥିତ ରହି ଚର୍ମ, ମଧୁମେହ, ଉଚ୍ଚ ରକ୍ତଚାପ ଶିଶୁରୋଗ ଆଦି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ରୋଗ ପରୀକ୍ଷା କରାଯାଇଥିବା ରୋଗୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ୩ମାସ ପାଇଁ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଇଥିଲା । ଶିବିରରେ ଅରେଇକଣା ଓ ଆଖପାଖ ଅଂଚଳରୁ ପ୍ରାୟ ୬୭୦ଜଣ ରୋଗୀଙ୍କ ରୋଗ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଏବଂ ହାଇଟେକ ମେଡିକାଲ ପକ୍ଷରୁ ମିଳିତ ଭାବେ ଡାଇବେଟିସ ସମ୍ବନ୍ଧରେ ସଚେତନତା କରାଯାଇଥିଲା । ଶିବିରକୁ ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ହାଇଟେକ୍ ମେଡିକାଲ କର୍ମଚାରୀମାନେ ପରିଚାଳନା କରିଥିଲେ ।