ଆଇନ ସଚେତନତା କାର୍ଯ୍ୟକ୍ରମ 

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୨୦୨୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ପୋସ୍କୋ ଅଦାଲତ ବିଚାରପତି ଗାର୍ଗୀ ପଟ୍ଟନାୟକ, ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍ ନୀଳିମା ପଣ୍ଡା, ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଦକ କାଟ୍ଜେ ଏବଂ ଅଙ୍କିତ ଦେୱାଙ୍ଗନ ମଞ୍ଚାସୀନ ଥିଲେ  । ଏଥିରେ ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀ ଅଦାଲତରେ ଅବକାରୀ ମାମଲାର ପରିଚାଳନା ଏବଂ ମୋକଦ୍ଦମା ପରିଚାଳନାରେ ତଦନ୍ତକାରି ସଂସ୍ଥାର କର୍ତ୍ତବ୍ୟ ଆଦି ଆଲୋଚନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ଗାର୍ଗୀ ପଟ୍ଟନାୟକ ଯୋଗ ଦେଇଥିଲେ । ଏହାପରେ ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍ ନୀଳିମା ପଣ୍ଡା ଅପିଲ୍ ଏବଂ ପ୍ଲି-ବାର୍ଗେନିଙ୍ଗ୍ ଓ ଓକିଲ ଧିରେନ୍ଦ୍ରନାଥ ଆଚାର୍ଯ୍ୟ ଆଇନ ସେବା ପ୍ରାଧିକରଣ ଜରିଆରେ ବନ୍ଦୀଙ୍କୁ କିପରି ଆଇନ ସେବା ଦିଆଯାଏ ସେ ସମ୍ପର୍କରେ ଅବଗତ କରାଇଥିଲେ  । ଏହି ସଭାକୁ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିବା ବେଳେ ଓକିଲ ଓଜଦ୍ୱିତି ମହାନ୍ତି, ଜିଲ୍ଲାର ସମସ୍ତ ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।