ଆଜି ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତ : ଉଦ୍ଘାଟନ କରିବେ ଏକାଧିକ ପ୍ରକଳ୍ପ
କଳିଙ୍ଗନଗର : କଳିଙ୍ଗନଗର ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ୪ଟି ପ୍ରକଳ୍ପର ଉଦ୍ଘାଟନ ଓ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ମୋଟ ୧ ଲକ୍ଷ ୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୩୦ ସମୟରେ ଦାନଗଦୀ ବ୍ଲକ୍ ମଙ୍ଗଳପୁର ପଞ୍ଚାୟତର ମହାପାଟ ପଡିଆରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଭିସି ମାଧ୍ୟମରେ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ବିଧାୟକ ପ୍ରଦୀପ ବଳ ସାମନ୍ତ ନିଜର ବକ୍ତବ୍ୟ ରଖିବେ ତା ସହିତ ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ନିଜର ବକ୍ତବ୍ୟ ରଖିବେ । ମୁଖ୍ୟମନ୍ତ୍ରୀ ସଭା ସ୍ଥଳରେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେଲା ପରେ ପରେ ଟାଟା, ନୀଳାଚଳ, ଇମ୍ଫା ଓ ଜଟିଆ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ରେ ଯିବେ ବୋଲି କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ସ୍ଥାନୀୟ ଯୁବକ ଚାତକ ଭଳି ଚାହିଁ ରହିଛନ୍ତି । ପୂର୍ବରୁ ଅନେକ ବାର ମୁଖ୍ୟମନ୍ତ୍ରୀ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭାବରେ କଳିଙ୍ଗନଗର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଏହି ଗସ୍ତ ସ୍ଥାନୀୟ ଅଞ୍ଚଳ ପାଇଁ ଅନେକ ଗୁରୁତ୍ୱ ରଖେ । ଦେଖାଯାଉ ଆସନ୍ତା କଲି ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳ ପାଇଁ କିପରି ବିକାଶର ପେଡ଼ି ଖୋଲିଛନ୍ତି ଆଉ ସ୍ଥାନୀୟ ଯୁବକଙ୍କ ପାଇଁ କିଭଳି ନିଯୁକ୍ତି ସୃଷ୍ଟି କରୁଛନ୍ତି ।