ଇଫ୍କୋର ପାରାଦୀପ ୟୁନିଟକୁ ମିଳିଲା ‘ସିଆଇଆଇ ଉକ୍ରର୍ଷ’ ପୁରସ୍କାର  

 ପାରାଦୀପ : ପାରାଦୀପସ୍ଥିତ ବିଶ୍ୱର ସର୍ବବୃହତ ସାର କାରଖାନା ଇଣ୍ଡିଆନ ଫାର୍ମର୍ସ କୋ-ଅପରେଟିଭ ଲିମିଟେଡ (ଇଫ୍କୋ), ପାରାଦୀପ ୟୁନିଟକୁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ୨୦୨୪-୨୫ ବର୍ଷ ପାଇଁ ସୁରକ୍ଷା,ସ୍ୱାସ୍ଥ୍ୟ ଏବଂ ପରିବେଶରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ବୃହତ ଉତ୍ପାଦନ  କ୍ଷେତ୍ର ବର୍ଗରେ ସମ୍ମାନଜନକ “ସିଆଇଆଇ ପୂର୍ବାଞ୍ଚଳ ଉକ୍ରର୍ଷ ସୁରକ୍ଷା,ସ୍ୱାସ୍ଥ୍ୟ ଏବଂ ପରିବେଶ (ଏସ୍ଏଚ୍ଇ) ପୁରସ୍କାରରେ ସମ୍ମାନ୍ନିତ କରାଯାଇଛି । ଚଳିତ ସେପ୍ଟେମ୍ବର ମାସ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି କୋଲକତାର ଆଇଟିସି ସୋନାରରେ ଅନୁଷ୍ଠିତ ୧୯ତମ ସୁରକ୍ଷା ଆଲୋଚନାଚକ୍ର ଓ ପ୍ରଦର୍ଶନୀ ଅବସରରେ ଇଫ୍କୋର ଅଗ୍ନୀ ଓ ସୁରକ୍ଷା ବିଭାଗର ଯୁୁଗ୍ମ ସାଧାରଣ ପରିଚାଳକ  ରଞ୍ଜିତ୍  କୁମାର ସ୍ୱାଇଁ ଓ ଅଗ୍ନୀ ଓ ସୁରକ୍ଷା ବିଭାଗର ଡେପୁଟି ମ୍ୟାନେଜର ଆଦିଲ ୱାକର ସହ-ଚେୟାରମ୍ୟାନ,ସିଆଇଆଇ ପୂର୍ବାଞ୍ଚଳ ସୁରକ୍ଷା ସବ୍ କମିଟି ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ  (ଜେନେରେସନ) ସିଇଏସସି ଲିମିଟେଡ ସ୍ନେହାଶୀଷ ସମାଦରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି  । ବିଶ୍ୱର ସର୍ବ ବୃହତ ଫସଫେଟିକ୍ ସାର କାରଖାନା  ଭାରତୀୟ କୃଷକ ସାର ସମବାୟ ଲିମିଟେଡ (ଇଫ୍କୋ)ର ପାରାଦୀପ ୟୁନିଟ (୨୦୨୪-୨୫) କାର୍ଯ୍ୟଦକ୍ଷତା ବର୍ଷ ସିଆଇଆଇ ପୂର୍ବାଞ୍ଚଳ ଉକ୍ରର୍ଷତା ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ (ଏସ୍ଏଚ୍ଇ) ପୁରସ୍କାର ହାସଲ କରି ପୁଣି ଥରେ ଶିଳ୍ପ ଉକ୍ରର୍ଷତାରେ ଏକ ମାନଦଣ୍ଡ ସ୍ଥାପନ କରି ପାରିଛି  । ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ପ୍ରଦାନ କରାଯାଇଥିବା  ଏହି ପୁରସ୍କାର ବୃହତ ସ୍କେଲ ଉତ୍ପାଦନ ବର୍ଗରେ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସ୍ଥିରତା ସୁନିଶ୍ଚିତ କରିବାରେ ଇଫ୍କୋ ପାରାଦୀପ ୟୁନିଟର ଉକ୍ରୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେଇଥାଏ ବୋଲି ଇଫ୍କୋ କର୍ତୃପକ୍ଷଙ୍କ ପ୍ରକାଶ କରିଛନ୍ତି ।