ଓଷ୍ଟା ଆନେ୍ଦାଳନ ପାଇଁ ସଜବାଜ

 ଯାଜପୁର ଟାଉନ :  ଶିକ୍ଷକ ଭବନରେ ଯାଜପୁର ଜିଲ୍ଲା ଓଷ୍ଟାର ସଂପାଦକ ପବିତ୍ର କୁମାର ପଣ୍ଡାଙ୍କର ଆବହକତ୍ୱରେ ଓ ଯାଜପୁର ଓଷ୍ଟାର ସଭାପତି ସୁନନ୍ଦ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୨ ତାରିଖ ୧୦ଗୋଟି ବ୍ଲକ ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା, ଅଗଷ୍ଟ ମାସ ୮ତାରିଖ ଦିନ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦସଭା, ଅଗଷ୍ଟ ୧୬ତାରିଖ ଭୁବନେଶ୍ୱର ଗାନ୍ଧିମାର୍ଗରେ ମହାସମାବେଶ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ପ୍ରସ୍ତୁତି ବୈଠକରେ ସମନ୍ୱୟ ସମିତିର ସାମିଲ ସଂଗଠନ ଗୁଡିକର ବହୁ ସଂଖ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ବା କର୍ମଚାରୀ ଯୋଗଦେଇଥିଲେ । ବ୍ଲକ ସଂଗଠନର ସଂପାଦକ ସଭାପତିଙ୍କ ସମେତ ଜିଲ୍ଲା ସଂଗଠନର ସମସ୍ତ କର୍ମକର୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାପତି ସୁନନ୍ଦ କୁମାର ରାଉତ ସଂପାଦକ ପବିତ୍ର କୁମାର ପଣ୍ଡା, ରାଜ୍ୟ ସଂଘର ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳଙ୍କ ସମତେ ଜିଲ୍ଲା ସହ ସମ୍ପାଦକ ରାଜକିଶୋର ପରିଡ଼ା, ଦିବ୍ୟଲୋଚନ ମହାପାତ୍ର, ମମତା ମିଶ୍ର, ରମେଶ ଚନ୍ଦ୍ର ବେହେରା, ପ୍ରତାପ ପହି, ଶ୍ରୀପତୀ ବାରିକ, ଅମୂଲ୍ୟ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ଉପେନ୍ଦ୍ର ବେହେରା, ସଂଜୟ କୁମାର ସାହୁ, ଭରତ ଚନ୍ଦ୍ର ନାୟକ, ତ୍ରିଲୋଚନ ପଣ୍ଡା, ଜୁନେଦ୍ ଅଖତର, ସୁଜାତା ମହାପାତ୍ର, ସତ୍ୟବାଦୀ ପଣ୍ଡା, ନବକିଶୋର ପଣ୍ଡା, ପ୍ରଭାତ କୁମାର ଚାନ୍ଦ, ଦିନବନ୍ଧୁ ଧଳ ପ୍ରମୁଖ ଆଲୋଚନରେ ଅଂଶ ଗ୍ରହଣ କରି ସରକାରଙ୍କୁ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିବା ସହ ଅଗଷ୍ଟ ୨ତାରିଖ ଓ ଅଗଷ୍ଟ ୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନକୁ ତୀବ୍ରତର କରିବା ପାଇଁ ମତପୋଷଣ କରିଥିଲେ ।