କାମୁକ ପିଉସାର ଜଘନ୍ୟକାଣ୍ଡ : ଝିଆରୀଙ୍କୁ କୁକର୍ମ ଅଭିଯୋଗ 

 ବାରିପଦା : କାମୁକ ପିଇସାର ଜଘନ୍ୟକାଣ୍ଡ । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ୧୫ ବର୍ଷର ନାଁ ବାଳିକା ଝିଆରୀକୁ କୁକର୍ମ କରି ଗର୍ଭବତୀ କରିଛି କାମୁକ ପିଉସା । ନିଜ ମୋବାଇଲରେ ଝିଆରୀର ଗାଧୋଇବା ବେଳର ଭିଡିଓ ଉଠାଇ ବ୍ଲାକମେଲିଂ କରି ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ । ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଞ୍ଚଳରେ । ପିଡୀତାର ଲିଖିତ ଅଭିଯୋଗ କ୍ରମେ ଉକ୍ତ ଘଟଣାରେ ପୋସ୍କ ଆକ୍ଟରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ପିଉସାକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାରିପଦା ଟାଉନ ଥାନା ପୁଲିସ ।
ଅଭିଯୋଗ ମୁତାବକ ଅବିଯୁକ୍ତ ପିଉସା ଜଣଙ୍କ ହେଉଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ଅଞ୍ଚଳର ଗଣେଶ ମୋହକୁଡ଼ । ଗଣେଶ ମୋହକୁଡ଼ ପିଡ଼ିତାଙ୍କ ପିଉସୀଙ୍କୁ ବିବାହ କରିବାର କିଛି ଦିନ ପରେ ନିଜ ଘର ଦ୍ୱାର ଛାଡି ଏବେ ବାରିପଦା ସହରରେ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହୁଥିଲା । ଜୈନିକା ନାବାଳିକା ଓ ଗଣେଶ ମୋହକୁଡ଼ର ଶ୍ୱଶୁର ଘର ପାଖାପାଖି ହୋଇଥିବାରୁ ଉଭୟ ପରିବାରଙ୍କ ମଧ୍ୟରେ ଯିବା ଆସିବା ଲାଗି ରହିଥିଲା । ଏହାରି ମଧ୍ୟରେ ପିଡିତା ଅର୍ଥାତ୍ ନାବାଳିକା ଝିଆରୀ ଉପରେ ଗଣେଶ ମହାକୁଡ଼ର ଖରାପ ନଜର ରହିଥିଲା । ତେଣୁ ସେ ନାବାଳିକା ଜଣଙ୍କର ଗାଧୋଇବା ବେଳର କିଛି ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରି ନାବାଳିକା ଜଣଙ୍କୁ ଏହି ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ଆରମ୍ଭ କରି ତା' ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା । ତା କଥାରେ ରାଜି ନହେଲେ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଆସୁଥିଲା ଲମ୍ପଟ ପିଉସା । ତେଣୁ ଏଭଳି ଧମକ ଚମକ ଦେଇ ଅଭିଯୁକ୍ତ ଜଣଙ୍କ ଗତ ଅକ୍ଟୋବର ମାସରୁ ଆଜକୁ ୬ ମାସ ଧରି ତାଙ୍କୁ ଦୁଷ୍କର୍ମ ପରେ ଦୁଷ୍କର୍ମ କରିଆସୁଥିବା ପିଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଆଉ ଏବେ ସେ ୨-୩ ମାସର ଗର୍ଭବତୀ ହେବା ଜାଣିବା ପରେ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଘଟଣା ଜାଣିବା ପରେ ପୁଲିସ ଭୟରେ ଘର ଛାଡ଼ି ଲୁଚି ଫେରାର ହୋଇଯାଇଥିବା ସମୟରେ ଅଭିଯୁକ୍ତ ପିଉସାକୁ ଗୋଡାଇ ଧରିଛି ବାରିପଦା ଟାଉନ ପୋଲିସ ।