କୁକର୍ମ ଓ ହତ୍ୟାର ଶିକାର ପୀଡିତାଙ୍କ ପରିବାରକୁ ଭେଟିଲେ ବିଭିନ୍ନ ସଂଗଠନ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ନାବାଳିକା ଆଦିବାସୀ ଝିଅକୁ ଗଣବଳାକôାର ଏବଂ ହତ୍ୟା କରାଯାଇଥିବା ଖବର ଶୁଣି ସାରା ରାଜ୍ୟର ୫୦ ରୁ ଅଧିକ ସାମାଜିକ ସଂଗଠନଙ୍କ ସମାରୋହରେ ଗଠିତ ମୂଳ ନିବାସୀ ୟୁନାଇଟେଡ ଫୋରମ ଓଡିଶାର କର୍ମକର୍ତ୍ତା ମାନେ ଘଟଣାସ୍ଥଳକୁ ଯାଇଛନ୍ତି । ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀଙ୍କ ନେତୃତ୍ୱରେ ଏହି ତଥ୍ୟ ଅନୁସନ୍ଧାନକାରୀ କମିଟିର ସଦସ୍ୟମାନେ ପୀଡିତାଙ୍କ ପରିବାରବର୍ଗ,ସ୍ଥାନୀୟ ଗ୍ରାମର ଆଦିବାସୀ ପ୍ରଜା ଏବଂ ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କୁ ଭେଟି ତଥ୍ୟ ଅନୁସନ୍ଧାନ କରିଥିଲେ । ରଜ ଭଳି ଏକ ଉସôବ ଦିନରେ ଅଭିଯୁକ୍ତମାନେ ଉକ୍ତ ଦିନ ସନ୍ଧ୍ୟା ୭ ଘଟିକା ସମୟରେ ଆଦିବାସୀ ନାବାଳିକାକୁ ଅପହରଣ କରିବା ଓ ଗଣ ବଳାକôାର କରିବା ଏବଂ ହତ୍ୟା କରିବା ଭଳି ଘଟଣା ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ବୋଲି ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟ ନମିଳିଲେ ଫୋରମ ତରଫରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ ପୁଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି କମିଟିରେ ଫୋରମର କାର୍ଯ୍ୟକାରୀ ଅଧ୍ୟକ୍ଷ ଗୋପାଳ ଗୌତମ, ସାଧାରଣ ସଂପାଦକ ଅଶୋକ କୁମାର ନାୟକ, ଉପାଧ୍ୟକ୍ଷ ଦେବରାଜ ନାଏକ, ସଂଖ୍ୟାଲଘୁ ସେଲର ଇକବାଲ ହୁସେନ, ଆଦିବାସୀ ମିଳିତ ମଂଚର ଜନାର୍ଦ୍ଦନ ନାୟକ, ଇନ୍ଦ୍ରମଣି ଦେହୁରୀ, କୁମ୍ଭକର୍ଣ୍ଣ ଦେହୁରୀ ଓ ଲକ୍ଷ୍ମଣ ମହାନ୍ତ ପ୍ରମୁଖ ସାମିଲ ଥିଲେ ।