କେବିନ ଉପରେ ଚଢିଗଲା ଯାତ୍ରାପାର୍ଟି ଟ୍ରକ
କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଘଟିଛି ଏହି ଦୁର୍ଘଟଣା । ପଟ୍ଟାମୁଣ୍ଡାଇ ଆଡୁ ଆସୁଥିବା ପୃଥୀରାଜ ଯାତ୍ରା ପାର୍ଟିର ଏକ ଟ୍ରକ୍ ଭାରସାମ୍ୟ ହରାଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମନାରେ ଥିବା ଦୁଇଟି ପାନ ଦୋକାନ ଉପରେ ମାଡି ଯାଇଥିଲା । ଖାଲି ସେତିକି ନୁହେଁ ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ବାଇକ୍କୁ ମଧ୍ୟ ଟ୍ରକ୍ଟି କିଛି ବାଟ ଘୋଷାରି ନେଇଥିଲା । ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି । ଅନ୍ୟପକ୍ଷରେ ଲୋକେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖି ଟ୍ରକଟି ଜବତ କରିଥିବା ଜଣାପଡିଛି ।