ଚୂନଭାଟି ପ୍ଲଟରେ ମାଘେ ପର୍ବ ପାଳନ

 ବ୍ୟାସନଗର : ପୌରାଂଚଳ ୨୫ ନଂ ୱାର୍ଡÿର ଚୂନଭାଟି ପ୍ଲଟରେ ମାଘେ ପର୍ବ ଆଡମ୍ବରରେ ପାଳିତ ହୋଇଇଛି । ସେଠାରେ ବସବାସ କରୁଥିବା ତଥା ଆଖପାଖ ଅଂଚଳର ରହୁଥିବା ଆଦିବାସୀ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ତିନି ଦିନ ଧରି ଚାଲିବାକୁ ଥିବା ମାଘେ ପର୍ବର ପ୍ରଥମ ଦିନରେ କାଉନସିଲର ପାର୍ଥସାରଥୀ ନାୟକ, ସାମ୍ବାଦିକ ଉମାକାନ୍ତ ରାଉତ ଓ ପୂର୍ବତନ କାଉନସିଲର ଅନୁପ ନାୟକ ଅତିଥି ଭାଭେ ଯୋଗ ଦେଇ ପର୍ବକୁ ଉଦଘାଟନ କରିଥିଲେ । ଆଦିବାସୀ ମହିଳା ମାନେ ମାଘେ ପର୍ବ ତଥା ସେମାନଙ୍କ ପରମ୍ପରା ଅନୁସାରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ପର୍ବରେ ଉପସ୍ଥିତ ମହିଳା, ପୁରୁଷ, ପୁଅ ଓ ଝିଅ ନିଜ କର୍ମକ୍ଷେତ୍ରକୁ ନଯାଇଏହି ଉତ୍ସବକୁ ବହୁତ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଆଦିବାସୀ ମହିଳା ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମସଗୁଲ ଥିଲା ବେଳେ ଅତିଥି ମାନଙ୍କୁ ମଧ୍ୟ ତାଙ୍କ ସହ ସାମିଲ କରିଥିଲେ । ପର୍ବକୁ ମାଣିକ ଗାଗରାଇ, ବଲବଲ ସିଂ ଲାଗୁରି, ଦୀପକ ବଳ, ଯୋଗୀ ପିଙ୍ଗୁଆ, ବାବୁଲି ସାହୁ, ବଲରାମ ସାମାଡଙ୍କ ସମେତ ବହୁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ପରିଚାଳନା କରିଥିଲେ ।