ଜାତୀୟ ବିଜ୍ଞାନ ଦିବସ ପାଳିତ
ଜଟଣୀ: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ ହୋଇଯାଇଛି । ଯାହା ଭାରତୀୟ ପଦାର୍ଥବିଜ୍ଞାନୀ ଏବଂ ନୋବେଲ ପୁରସ୍କାର ବିଜେତା ସାର୍ ସିଭି ରମଣଙ୍କ ଦ୍ୱାରା ରମନ ପ୍ରଭାବର ଉଦ୍ଭାବନକୁ ସ୍ମରଣ କରିଥିଲା । ଜୀବନ ବିଜ୍ଞାନ ସଂସ୍ଥାନର ନିଦେ୍ର୍ଦଶକ ଡ. ଦେବାଶିଷ ଦାଶ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । "ସାମୁଦ୍ରିକ ଜୈବପ୍ରସ୍ପକ୍ଟେିଂ ସ୍ଥାୟୀ ଭବିଷ୍ୟତ ପାଇଁ ନବସୃଜନ ଉପରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର କରମଲକର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପାଇଁ ଯୋଗାଯୋଗ ଏବଂ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଆଇଆଇଟି ଭୁବନେଶ୍ୱରର ଡିନ୍-ସ୍ନାତକୋତ୍ତର ଏବଂ ଗବେଷଣା କାର୍ଯ୍ୟକ୍ରମ ପ୍ରଫେସର ଚନ୍ଦ୍ରଶେଖର ଭେଣ୍ଡେ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ପୂର୍ବ ବର୍ଷରେ ଆନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ପୋଷ୍ଟର ଉପସ୍ଥାପନା ମାଧ୍ୟମରେ ସେମାନଙ୍କ ଗବେଷଣା କାର୍ଯ୍ୟ ଉପସ୍ଥାପନ କରିଥିଲେ ।