ଜାତୀୟ ସାଇକେଲ୍ ପ୍ରତିଯୋଗିତା 

 ପୁରୀ: ଷ୍ଟଲିଂ ରୋଡ୍ ନିକଟରେ ୨୯ତମ ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନର ଏକ ହଜାରରୁ ଊଦ୍ଧ୍ୱର୍ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ଜାତୀୟ ସାଇକେଲିଂ ଆସୋସିଏସନ୍ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନ୍ର ସହଯୋଗରେ ଆୟୋଜିତ ଏହି ଚାମ୍ପିଅନ୍ସିପ୍କୁ ପୁରୀର ସାଂସଦ ଡ଼ା. ସମ୍ବିତ ପାତ୍ର ଉଦ୍ଘାଟନ କରି ସାଇକେଲ ଚାଳନା ଶରୀର ପାଇଁ ଉପଯୋଗୀ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅତିରିକ୍ତ ଜିଲ୍ଳାପାଳ କୈଳାସ ଚନ୍ଦ୍ର ନାୟକ ଏହି ପ୍ରତିଯୋଗିତା ପାଇଁ ପ୍ରଶାସନ ବିବିଧ ସହଯୋଗ କରିବା ସହ ପ୍ରତିଯୋଗିତାର ସଫଳ ଆୟୋଜନ ଓ ପ୍ରତିଯୋଗୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ସାଇକେଲ ସଂଘର ସଭାପତି ଅର୍ଜ୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର ଉପସ୍ଥିତ ଥିଲେ । ଜାତୀୟ ସାଇକେଲିଂ ଆସୋସିଏସନର ସମ୍ପାଦକ ମନିନ୍ଦର ପାଲ ସିଂ ଏହି ଚାମ୍ପିଅନ୍ସିପ୍ର ଲକ୍ଷ୍ୟ, ଉଦେ୍ଦଶ୍ୟ ଓ ନିୟମ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ, କ୍ରୀଡ଼ାଧିକାରୀ ଚନ୍ଦନ ସାହୁ, ଓଡ଼ିଶା ସାଇକେଲିଂ ଆସୋସିଏସନର ସମ୍ପାଦକ ପ୍ରସନ୍ନ କୁମାର ରାଉତ, କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ରବିନାରାୟଣ ପ୍ରତିହାରୀ, ଆୟୋଜକ ସୁଶୀଲ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।