ଜିଲ୍ଲାରେ ନିଯୁକ୍ତି ହେବେ ୬୨ଗୃହରକ୍ଷୀ 

ବ୍ରହ୍ମବରଦା: ଜିଲାର ବିଭିନ୍ନ ଥାନା-ଫାଣ୍ଡିରେ ଖାଲି ପଡିଥିବା ୬୨ଟି ଗୃହରକ୍ଷୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶା ଗୃହରକ୍ଷୀ ନିୟମ ୧୯୬୨ର ଫର୍ମ ‘ଏ'ରେ ଦରଖାସ୍ତ ଆବେଦନ ପାଇଁ ଇଛୁକ ପାର୍ଥôଙ୍କୁ ଆବାହନ କରାଯାଇଛି । ଇଛୁକ ପାର୍ଥôଙ୍କୁ ସମଦେଷ୍ଟା ଗୃହରକ୍ଷୀ ବାହିନୀ ଯାଜପୁରଙ୍କ ପାଣିକୋଇଲି ସ୍ଥିତ କାର୍ଯ୍ୟାଳୟ (ଆରଓ) କିମ୍ୱା ନିଜର ପୁଲିସ ଥାନାରେ ଆବେଦନ ଫର୍ମ ଦାଖଲ କରିବାକୁ ପଡ଼ିବ । ଏହିପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାମାସ ୨୧ତାରିଖ ସୁଦ୍ଧା ଆବେଦନ ଫର୍ମ ଦାଖଲ କରିବାକୁ ନିଦେ୍ର୍ଦଶ ରହିଛି । ଏନେଇ ଯାଜପୁର ପୁଲିସ ପକ୍ଷରୁ ଜିଲାର ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ନିଯୁକ୍ତି ପାଇଁ ବିଭାଗୀୟ ପତ୍ରସଂଖ୍ୟା ନଂ-୨୫୦ ଅନୁଯାୟୀ ଅବଗତ କରାଯାଇଛି । କମ୍ପୁଟର ଜ୍ଞାନ, ଗାଡ଼ିଚାଳନା, ରୋଷେଇ, ବିଦୁ୍ୟତ ମିସ୍ତ୍ରୀ, ପାଇପ ମିସ୍ତ୍ରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତି ମାନଙ୍କୁ ହିଁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ କୁହାଯାଇଛି । ତେବେ ଏହା ଏକ ସ୍ଥାୟୀ ଚାକିରୀ ନୁହେଁ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହା ଏକ ସ୍ୱେଚ୍ଛାକୃତ ସେବା ଓ ୩ ବର୍ଷର କାର୍ଯ୍ୟକାଳ ପାଇଁ । ନିଯୁକ୍ତି ଶୃଙ୍ଖଳା, ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ତାବଳୀ ଓଡିଶା ଗୃହରକ୍ଷୀ ଆଇନ ୧୯୬୧ ଓ ଓଡିଶା ଗୃହରକ୍ଷୀ ନିୟମ ୧୯୬୨ ଏବଂ ହୋମଗାର୍ଡ ସର୍କୁଲାର ଆଦେଶନାମା ନଂ ୦୧/୨୦୨୫ ଦ୍ୱାରା ନିୟନ୍ତ୍ରିତ ହେବ । ଏଥିରେ ଆବେଦନ ପାଇଁ ଫର୍ମ ଗୁଡିକ ଯାଜପୁର ଜିଲ୍ଲାର ସମସ୍ତ ଥାନା,ଫାଣ୍ଡି ଓ ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଭାଗୀୟ ସର୍ତାବଳୀ ଅନୁଯାୟୀ ଏଥିରେ ଆବେଦନକାରୀ ଯାଜପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବେ, ଅତି କମରେ ୫ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବେ, ସେ ଭଲଭାବେ ଓଡ଼ିଆ ଭାଷା ପଢି, ଲେଖି ଓ କହି ପାରୁଥିବେ, ଆବେଦନକାରୀ ସୁସ୍ଥ,ଭଲ ଶାରୀରିକ ଓ ଶାରୀର ଦୁର୍ବଳତା ମୁକ୍ତ ହୋଇଥିବା ଆବଶ୍ୟକ ।