ଦକ୍ଷତା ବିକାଶ ଶିବିର
ନୀଳଗିରି : ଉଦ୍ୟାନ ବିଭାଗ ପକ୍ଷରୁ ଆରଏମସି ସମ୍ମିଳନୀ କକ୍ଷରେ ଏକ ବ୍ଲକସ୍ତରୀୟ ଦକ୍ଷତା ବିକାଶ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଆତ୍ମାର ଅଧ୍ୟକ୍ଷ କୃତିବାସ ବେହେରା ଏବଂ ଜିଲ୍ଲା ଉଦ୍ୟାନକୃଷି ନିଦେ୍ର୍ଦଶକ ତପନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନୀଳଗିରି ଉଦ୍ୟାନ କୃଷି ବିଭାଗର ଉପନିଦେ୍ର୍ଦଶକ ଗୋପୀନାଥ କର, ନୀଳଗିରି ପ୍ରାଣୀଚିକିତ୍ସକ ହିମାଂଶୁ ଶେଖର ଦେ, ଜିଲ୍ଲା କୃଷିଅଧିକାରୀ ସୁମନ୍ତ ନାଏକ, ବ୍ଲକ ମତ୍ସ୍ୟଅଧିକାରିଣୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟି, ଆରଏମସି ସମ୍ପାଦିକା ସୁକାନ୍ତି ପାତ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋଚନା କରିଥିଲେ । ନୀଳଗିରି ବ୍ଲକର ଧୋବଶିଳା, କେପି ଲାଖରାଜ, ମଛୁଆ, ବେଗୁନିଆ, କାଂଶ, ନରସିଂହପୁର, ଏବଂ ରାଧାକିଶୋରପୁର ଆଦି ସାତଟି ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରାୟ ୧୦୦ଜଣ ମହିଳା ଏବଂ ସଫଳ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନକୃଷି ଅଧିକାରିଣୀ ଇପ୍ସିତା ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଉଦ୍ୟାପନୀ କାର୍ଯ୍ୟକ୍ରମକୁ ନୀଳଗିରି ଉଦ୍ୟାନକୃଷି ନିଦେ୍ର୍ଦଶକ ଗୋପୀନାଥ କର ଏବଂ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ ।