ଦିବ୍ୟାଙ୍କ ସଂଗଠନ ପକ୍ଷରୁ ଆଲୋଚନାଚକ୍ର
ଧର୍ମଶାଳା : ମଙ୍ଗଳବାର ପାଣ୍ଡୁଆ କାର୍ଯ୍ୟାଳୟରେ ଆମେ ବି ସକ୍ଷମ ଦିବ୍ୟାଙ୍ଗ ସଂଗଠନ ପକ୍ଷରୁ ଏକ ଆଲୋଚନାଚକ୍ର ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦେବତା, ସମାଜସେବୀ ସତ୍ୟପ୍ରକାଶ ମଲ୍ଲିକ,ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସମ୍ପାଦନ ଡ଼କ୍ଟର କୈବଲ୍ୟ ମହାପାତ୍ର, କାର୍ଯ୍ୟକର୍ତା ସରୋଜ ସାହୁ, ପ୍ରଶାନ୍ତ କୁମାର ବେହେରା, ମଦନ ଗୁପ୍ତା, ଦେବେନ୍ଦ୍ର ସୁର, ହାଫିଜ ଖାନ,ଉପେନ୍ଦ୍ର ରାଓ, ପୀତବାସ ଦାସ, ଯୁଧିଷ୍ଠିର ନାୟକ, ସୋମନାଥ ଦାସ ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭିନ୍ନ ଅସୁବିଧା ଦର୍ଶାଇଥିଲେ । ସଦସ୍ୟ ଦେବରାଜ ନାୟକ ଧନ୍ୟବାଦ ଦେଇଥିଲେ । ଏସଂପର୍କରେ ସଂଗଠନ ପକ୍ଷରୁ କର୍ମକର୍ତାମାନେ ଧର୍ମଶାଳା ବ୍ଲକ କାର୍ଯ୍ୟକାୟକୁ ଯାଇ ବିଡିଓଙ୍କ ସହିତ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ ।