ଦେବୀନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

 କାକଟପୁର :  କାକଟପୁର ଥାନା ଅଧିନସ୍ଥ ବଡକଣ ଦେବିନଦିରୁ ରବିବାର ସକାଳ ୯ଟାରେ ଏକ ଅଜଣା ମୃତ ଦେହ ଭାସୁଥିବା ଖବର ପାଇ କାକଟପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଞ୍ଚÿି ଶବ ଜବତ କରି ବ୍ୟବଛେଦ ନିମନ୍ତେ ଚାରିଛକ ପଠାଇଛନ୍ତି  । ଅନୁସନ୍ଧାନରୁ ଜଣାପଡିଛି ମୃତ ଯୁବକ ହେଉଛନ୍ତି କୈଳାସ ଚନ୍ଦ୍ର ନାୟକ (୫୪)ବଡକଣ ଗ୍ରାମର ବୋଲି ଜଣାପଡିଛି  । ଗତ ଦୁଇ ଦିନ ହେବ ସେ ନିଖୋଜ ଥିଲେ ଆଜି ତାଙ୍କ ଶବ ଦେବୀ ନଦୀରୁ ମିଳିଛି  । ସେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି  । ଏସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରଜୁ କରାଯାଇ କେଶ ନଂ ୧୦/୨୦୨୫ରେ ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି  ।