ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ବୃକ୍ଷରୋପଣ
ନାଉଗାଁ : ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବନମହୋସôବ କାର୍ଯ୍ୟକ୍ରମ ପାଳନ କରାଯାଇଛି । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବାର୍ତ୍ତା ସମସ୍ତ ଙ୍କୁ ପହଞ୍ଚାଇବା ପାଇଁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦ ପକ୍ଷରୁ ନାଉଗାଁହାଟ ସରକାରି ଉଚ୍ଚ ବିଦ୍ୟାଳୟ ଓ ସାରେଇକୁଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ରେ ଆମ୍ବ,ପଣସ, ଲେମ୍ବୁ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ସାଂସ୍କୃତିକ ପରିଷଦର ଏକ ବୈଠକ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ପରିଷଦର ମୂଖ୍ୟ ଉପଦେଷ୍ଟା ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ପୌରହିତରେ ଅନୁଷ୍ଟିତ ହୋଇ ଆଗାମୀ ବୋଇତ ବନ୍ଦାଣ ଉସôବ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବାପାଇଁ ସ୍ଥିର କରାଯାଇଥିଲା । ଆଜିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର,ଉପଦେଷ୍ଟା ନିରଞ୍ଜନ ବେହୁରା,ସଭାପତି ବିଷ୍ଣୁ ପ୍ରସାଦ ସ୍ୱାଇଁ,ସମ୍ପାଦକ ସରୋଜ କୁମାର ନାୟକ, ଅନ୍ନସ୍ମିତା ବେହୁରା ,ତପନ ବେହେରା,ଲିପୁ ଦାସ ଇତ୍ୟାଦି ପରିଚାଳନା କରିଥିଲା ବେଳେ ନାଉଗାଁ ଉଚ୍ଚ ବିଦ୍ୟାଳୟ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।