ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

 ଯାଜପୁର: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲାପାଳ ଅମ୍ବର କୁମାର କରଙ୍କ ନିଦେ୍ର୍ଦଶ ମତେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ  ଯୁଧିଷ୍ଠିର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁଙ୍କ ଉପସ୍ଥିତିରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ୧କୋଟି ୬୦ ଲକ୍ଷ ୪୨ହଜାର ଟଙ୍କାର ଅର୍ଥ ରାଶି ୨୧୦ ଜଣ ଶ୍ରମିକଙ୍କୁ ଡମି ଚେକ ମାଧ୍ୟମରେ ପ୍ରଦାନ କରାଯାଇଅଛି । ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷା ସହାୟତା, ବିବାହ କାଳୀନ ସହାୟତା, ପ୍ରସୂତୀ କାଳୀନ ସହାୟତା, ମୃତୁ୍ୟ କାଳୀନ ସହାୟତା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଯେଉଁଥିରେ ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୪୧ ଜଣଙ୍କୁ ଶିକ୍ଷା ସହାୟତା ରାଶି ଆକାରରେ ଟ. ୪,୪୭,୦୦୦/-, ୯୦ ଜଣଙ୍କୁ ବିବାହ କାଳୀନ ସହାୟତା ରାଶି ଆକାରରେ ଟ.୪୪,୫୦,୦୦୦/-, ୯ ଜଣଙ୍କୁ ପ୍ରସୂତି କାଳୀନ ସହାୟତା ରାଶି ଆକାରରେ ଟ. ୯୦,୦୦୦/-, ୩୭ ଜଣଙ୍କୁ ମୃତୁ୍ୟ କାଳୀନ ସହାୟତା ରାଶି ଆକାରରେ ଟ. ୧,୦୫,୦୦,୦୦୦/- ଏବଂ ୩୧ ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ରାଶି ଆକାରରେ ଟ. ୧,୫୫,୦୦୦/- ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ୨ଜଣଙ୍କୁ ମୃତୁ୍ୟ କାଳୀନ ସହାୟତା ରାଶି ଆକାରରେ ଟ. ୪,୦୦,୦୦୦/- ଆର୍ଥôକ ସହାୟତା ରାଶି ପ୍ରଦାନ କରାଯାଇଛି । ଯୁଗ୍ମ ଶ୍ରମ ଆୟୁକ୍ତ, ଯାଜପୁର ରେଞ୍ଜ ଶିବଶଙ୍କର ମିଶ୍ର ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା ସମ୍ପନ୍ନ ହୋଇଥିଲା ।