ପଦ୍ମଧରିଲେ ଏକାଧିକ

 ବ୍ୟାସନଗର: କୋରେଇ ବ୍ଲକ୍ ମୂଳାପାଳ ପଞ୍ଚାୟତ ସାଳବା ଓ ରଣପାଳ ଗ୍ରାମର ଏକାଧିକ ଅନ୍ୟଦଳର କର୍ମୀ ପଦ୍ମଧରିଛନ୍ତି । ଆଜି କୋରେଇ ବିଜେପି କାର୍ଯ୍ୟାଳୟରେ ବିଧାୟକ ଆକାଶ ଦାସନାୟକଙ୍କ ଉପସ୍ଥିତିରେ ସଭାପତି ବିଦ୍ୟାଧର ବେହେରାଙ୍କ ନେତୃତ୍ୱରେ କାର୍ତିର୍କ ଭୁତିଆ, ଦୁଶାସନ ଭୁତିଆ, ଲକ୍ଷ୍ମୀଧର ଭୁତିଆ, ହେମନ୍ତ ଭୁତିଆ, ଗଙ୍ଗାଧର ଜେନା, ସୁଧାକର ଜେନା, ଉପେନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ବିଜେପିରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ଦାସନାୟକ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ ।