ପ୍ରକଳ୍ପରୁ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ
ରଗଡି: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖ୍ô ରାଜ୍ୟ ସରକାର ପାନୀୟ ଜଳ ପ୍ରକଳ୍ପରୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ବିଦୁ୍ୟତ ବିଭାଗ ବାକିଆ ଦେୟ ପାଇଁ ପାନୀୟ ଜଳ ପ୍ରକଳ୍ପରୁ ବିଦୁ୍ୟତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ପଛାଉନି । ଯାହା ଫଳରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗୋଟେ ପଟେ ଗ୍ରୀଷ୍ମ ପ୍ରବାହ ଜାରିଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଦେଇଛି । ଅର୍ଦ୍ଧାଧିକ ପଞ୍ଚାୟତରେ ପାଣି ସମସ୍ୟାକୁ ଦ୍ୱିଗୁଣିତ କରିଛି । ଏହି ସମୟରେ ବିଦୁ୍ୟତ ବିଲ ବାକିଥିବା ଦର୍ଶାଇ ପାନୀୟ ଜଳର ଏକମାତ୍ର ଭରସା ଥିବା ପାନୀୟଜଳ ପ୍ରକଳ୍ପରୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯିବା ଲୋକଙ୍କ ଜଳ କଷ୍ଟକୁ ବଢ଼ାଇ ଦେଇଛି । ପାନୀୟଜଳ ପ୍ରକଳ୍ପରୁ ବିଦୁ୍ୟତ ସଂଯୋଗ କାଟିବା ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତଳଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପାନୀୟଜଳ ପ୍ରକଳ୍ପରୁ ତିନିଦିନ ତଳୁ ବିଦୁ୍ୟତ ସଂଯୋଗ କାଟି ଦିଆଯାଇଛି । ଯାହାଫଳରେ ଏହା ଉପରେ ନିର୍ଭର କରୁଥିବା ୪ ଗୋଟି ୱାର୍ଡର ୨ହଜାରରୁ ଊର୍ଦ୍ଧ୍ୱ ଲୋକ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯାହାକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଏହି ପଂଚାୟତ ନୁହେଁ ଅନ୍ୟ ପଂଚାୟତରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି । ତାହାରପୁର ପଂଚାୟତରେ ମଧ୍ୟ ପାନୀୟ ଜଳ ପ୍ରକଳ୍ପରୁ ବିଦୁ୍ୟତ ସଂଯୋଗ କାଟି ଦିଆଯାଇଥିଲା । ଯାହାକୁ ନେଇ ପରିସ୍ଥିତି ଉଗ୍ର ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଗ୍ରୀଷ୍ମରେ ଲୋକେ ଡ଼ହଳବିକଳ ହେଉଥିବା ବେଳେ ବିଦୁ୍ୟତ ବିଭାଗ ବାକିଆ ଦେୟପାଇଁ ବିଦୁ୍ୟତ ବିଚ୍ଛିନ୍ନ କରିବାରେ ଲାଗିଛି । ଯାହା ଫଳରେ ଗ୍ରାମାଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।