ପ୍ରଶାନ୍ତ ମହାରଣାଙ୍କ ସ୍ମୃତିସଭା 

ବେଗୁନିଆ : ସମାଜସେବୀ ଓ ପରୋପକାରୀ ସ୍ୱର୍ଗତ ପ୍ରଶାନ୍ତ ମହାରଣାଙ୍କ ଏକାଦଶାହ କାର୍ଯ୍ୟ ଦିବସରେ ସ୍ମୃତିଚାରଣ ସଭା ଭୁବନେଶ୍ୱରସ୍ଥିତ ଗଙ୍ଗାପାଟଣା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆକଷ୍ମିକ ହୃଦ୍ଘାତରେ ପ୍ରଶାନ୍ତ ମହାରଣାଙ୍କର ପରଲୋକ ହୋଇଛି ।  ଆୟୋଜିତ ଏହି ସଭାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ତାଙ୍କର ମିଷ୍ଟ ଭାଷି, ପରୋପକାରୀ ଓ ଦରଦୀପଣିଆକୁ ବଖାଣିଥିଲେ  । ଏହି ସ୍ମୃତିସଭାରେ ସ୍ୱର୍ଗତ ମହାରଣାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା  । ଏହି ଅବସରରେ ତାଙ୍କର ଏକମାତ୍ର ପୁତ୍ର ପ୍ରତୁ୍ୟଷ ପ୍ରିୟଦର୍ଶି, ଭାଇ ତ୍ରିନାଥ ମହାରଣା, ଦାଦା ହରିବନ୍ଧୁ ମହାରଣା, ଅର୍ଜୁନ ମହାରଣା, ଶିଶିର ମଙ୍ଗରାଜ, ଶ୍ରୀକାନ୍ତ ଛୋଟରାୟ, ପ୍ରକାଶ ରାଉତରାୟ, ଭାସ୍କର ମାନସିଂହ, କାଶିନାଥ, ହଟ୍ଟକେଶ୍ୱର, ରବିନ୍ଦ୍ର ରାଉତରାୟ, ନୃସିଂହ ମହାରଣା, ଦିଲ୍ଲିପ, ସୁରେଶ ଜେନା, ଶିବ ସାମନ୍ତରାୟ, ବ୍ରଜ ବେହେରା, ବ୍ରଜ ମୁଦୁଲି ପ୍ରମୁଖ ଉପସ୍ଥିତରହି ସଭା ପରିଚାଳନାରେ ସାହାର୍ଯ୍ୟ କରିଥିଲେ  । ଶେଷରେ ସଭାର ସଭାପତି ହଟ୍ଟକେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ  ।