ବେଆଇନ ବାଲି ବୋଝେଇ ହାଇୱା ଜବତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନାଧିକାରୀ ଭାବେ ମାତ୍ର ୨ ଦିନ କାର୍ଯ୍ୟ କରିଥିବା ଇନସପେକ୍ଟର ରଞ୍ଜନ କୁମାର ସେଠୀ ରାଜପଥରୁ ୫ ବେଆଇନ ବାଳି ପରିବହନକାରୀ ହାଇୱା ଜବତ କରି ମାମଲା ଋଜୁ କରିଥିବା ଜଣାଯାଇଛି । ସବଇନସପେକ୍ଟର ସ୍ନେହପ୍ରଭା ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ୩୭୬/୨୫ନଂ ମାମଲା ଋଜୁ ହୋଇଛି । ଅଭିଯୋଗ ଅନୁଯାୟୀ ସବଇନସପେକ୍ଟର ସାହୁଙ୍କ ନେତୃତ୍ୱରେ ପୁଲିସ ପାଟ୍ରୋଲିଂ ଦଳ ୧୬ନଂ ଜାତୀୟ ରାଜପଥର ଛତାବର ଛକ ନିକଟରୁ ଗତ ମଙ୍ଗଳବାର ରାତ୍ରରେ ୫ଟି ବେଆଇନ ବାଲି ପରିବହନକାରୀ ହାଇୱାକୁ ଜବତ କରି ଥାନାକୁ ଆଣିଥିଲେ । ଗତ ଶୁକ୍ରବାର ଅଭିଯୋଗ କରିବା ପରେ ରାତ୍ରରେ ମାମଲା ଋଜୁ ହୋଇଥିଲା । ଜବତ ହାଇୱା ଓଡି ୦୯ ସି ୫୬୭୭ ନଂ ଚାଳକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳାର ଭାରତ ବର୍ମନ(୩୨), ଓଡି ୦୯ ସି ୫୪୫୮ ନଂ ଚାଳକ ସେହି ଗ୍ରାମର ମାଧମ ମଣ୍ଡଳ(୪୫), ଓଡି ୦୧ ଏୟୁ ୮୫୬୩ ନଂ ଚାଳକ ବାଲେଶ୍ୱର ବାଲିସିଂହ ଗ୍ରାମର ଦିଲ୍ଲିପ କୁମାର ସିଂ(୨୪), ଓଡି ୦୧ ଏ ଡବ୍ଲୁ ୨୧୨୧ ନଂ ଚାଳକ ମୟୁରଭଞ୍ଜ ଜିଲ୍ଲା ମାଣିତ୍ରୀ ଗ୍ରାମର ମକର ସିଂ(୩୩) ଓ ଓଡି ୨୨ ଜେ ୪୫୬୬ ନଂ ଚାଳକ କେନ୍ଦୁଆପଦା ଅଞ୍ଚଳର ମାନସ ଜେନା(୩୦)ଙ୍କୁ ଗିରଫ କରାଯାଇଛି । ଭଣ୍ଡାରିପୋଖରୀ ଥାନାଧିକାରୀ କମଳାକାନ୍ତ ଦାସ ଗତ ଗୁରୁବାର ଓ ଶୁକ୍ରବାର ୨ଦିନ ପାଇଁ ଛୁଟିରେ ଘରକୁ ଯାଇଥିଲେ । ଭଦ୍ରକ ପୁଲିସ ଅଧିକ୍ଷକ ମନୋଜ ରାଉତଙ୍କ ନିଦେ୍ର୍ଦଶରେ ସଦରମହକୁମାର ଇନିସପେକ୍ଟର ଶ୍ରୀ ସେଠୀ ମାତ୍ର ୨ ଦିନ ପାଇଁ ଥାନାଧିକାରୀ ଦାଇତ୍ୱ ସମ୍ଭାଳି ଗୋଟିଏ ଦିନରେ ୫ଟି ହାଇୱା ଜବତ କରି ମାମଲା ଋଜୁ କରିଥିଲେ ।