ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

 ରାୟଗଡ : ରାୟଗଡ ଜିଲ୍ଲା ଗୁଡାରି ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ମୁଖ୍ୟ ଚିକିସôାଳୟର ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ଚିକିସôା ଓ ଚିହ୍ନଟ କରିଥିଲେ । ଦୃଷ୍ଟିବାଧିତ, ହାତ, ଗୋଡ଼, କାନ ଭଳି ବିଭିନ୍ନ ପ୍ରକାର ଭିନ୍ନକ୍ଷମ ଚିହ୍ନଟ କରି ବିଭିନ୍ନ ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରାଙ୍କ ତତ୍ତ୍ୱାବଧାନରେ  ଗୁଡାରି ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସଦାନନ୍ଦ ସାହୁ, ପଦ୍ମପୁର ସାମାଜିକ ସୁରକ୍ଷା ଅଧିକାରୀ ସ୍ନିଗ୍ଧାମୟୀ ବାରିକ, ପିଏ ମନୋଜ ମିଶାଲ, ଅନୀଲ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।