ଭୋଟର ତାଲିକା ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଶିବିର 

 ରାଜନଗର : ରାଜନଗର ବ୍ଲକ ସଦଭାବନା ସଭାଗୃହରେ ବୁଥସ୍ତରୀୟ ଅଧିକାରୀମାନଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଏହି ବ୍ଲକର ବୁଥ ନଂ-୧ରୁ ୫୦ ଯାଏ ବୁଥସ୍ତରୀୟ ଅଧିକାରୀ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣକୁ ବିଡିଓ ଅନିରୁଦ୍ଧ ବେହେରା ଉଦ୍ଘାଟନ କରିଥିଲେ । ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ସଂଶୋଧନ ଓ ବାଦ ନେଇ ଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ପ୍ରଶିକ୍ଷକ ଲକ୍ଷ୍ମୀକାନ୍ତ ପ୍ରିୟଦର୍ଶନ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ଜିପିଇଓ ଧର୍ମେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ ।