ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ; ସ୍ୱାମୀ ଗିରଫ
Women Murdered for dowery

ଭୁବନେଶ୍ୱର: ବିବାହ ପରେ ପୁଣି ଆହୁରି ଅଧିକ ଯୌତୁକ ଆଣିବାକୁ କହି ସ୍ତ୍ରୀକୁ ନିର୍ଯ୍ୟାତନା ସହ ଶାରୀରିକ ନିର୍ଯ୍ୟାତନା ଦେବା ପଡ଼ିଲା ମହଙ୍ଗା । ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ପରେ ଅଭିଯୁକ୍ତ ସ୍ୱାମୀକୁ ବାନ୍ଧିଲା ଖଣ୍ଡଗିରି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ଜଗମୋହନ ନଗରର ଗୌରପ୍ରସାଦ ମହାପାତ୍ର । ପରେ ପୁଲିସ ଥାନା କେସ ନମ୍ବର ୨୩୭ରେ ମାମଲା ରୁଜୁକରି ଦଫା ୪୯୮(ଏ), ୩୦୨, ୩୦୪(ବି), ୩୪ ଆଇପିସି, ସେକ୍ସନ ୪ ଡ଼ିପି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କ ଝିଅକୁ ଗତ ୧୫.୦୧.୨୦୨୩ ରିଖ ଦିନ ଉଭୟ ପରିବାରର ସହମତି କ୍ରମେ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ଯୌତୁକ ଝିଅଘର ତରଫରୁ ବରଘରକୁ ଦିଆଯାଇଥିଲା । ବିବାହର କିଛିଦିନି ପରେ ବାପାଘରୁ ଅଧିକ ଟଙ୍କା ଯøତୁକ ଆକାଣରେ ଆଣିବା ଲାଗି ଅଭିଯୁକ୍ତଙ୍କ ପରିବାର ସଦସ୍ୟ ନିୟମିତ ଭାବେ ପୀଡ଼ିତାଙ୍କ ଉପରେ ଚାପ ପକାଇବା ସହିତ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏସବୁ ଘଟଣା ସମ୍ପର୍କରେ ପୀଡ଼ିତା ତାଙ୍କ ମାଆଙ୍କୁ ଫୋନ ଯୋଗେ ଜଣାଇଥିଲେ । ଗତ ୨୮.୦୩.୨୦୨୪ ରିଖ ରାତି ୯ଟା ସମୟରେ ଅଭିଯୋଗକାରିଣୀ ଜଣଙ୍କ ପୀଡ଼ିତାଙ୍କ ମୃତୁ୍ୟ ହୋଇଯାଇଥିବା ନେଇ ନିଜର ଅନ୍ୟ ଜଣେ ଝିଅଙ୍କ ନିକଟକୁ ସୂଚନା ପାଇଥିଲେ । ଝିଅର ଶାଶୁଘର ଲୋକ ଅଧିକ ଯୌତୁକ ଲୋଭରେ ନିଜ ବୋହୁକୁ ମାରିଦେଇଥିବା ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ସ୍ୱାମୀକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।