ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ବାର୍ଷିକ ବୈଠକ
ବ୍ୟାସନଗର: ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଗତ ବର୍ଷର କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ହିସାବ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ମଞ୍ଚ ମୁଖ୍ୟ ସଂଯୋଜକ ଚିନ୍ତାମଣି ପାଢ଼ୀ,ସାଧାରଣ ସମ୍ପାଦକ ଶିଶିର କୁମାର ରାଉତ,କାର୍ଯ୍ୟକାରୀ ସଭାପତି ବିଏସକେ ସାମଲ, ଉପସଭାପତି ଦେବଦତ୍ତ ରାୟ, ଦୀପକ କୁମାର ପରିଡା, ସହ ସମ୍ପାଦକ ଭରତ ଚନ୍ଦ୍ର ବିଶ୍ୱାଳ , ଯୁଗ୍ମ ସମ୍ପାଦକ ପ୍ରଣବେନ୍ଦୁ ଜେନା, କୋଷାଧ୍ୟାକ୍ଷ ଜିତେନ୍ଦ୍ର କୁମାର ରାଉତ କାର୍ଯ୍ୟକାରୀ କମିଟି ସଦସ୍ୟ ପରମେଶ୍ୱର ଜେନା, କାମଦେବ ନାୟକ, ଅଶୋକ ଦାସ,ପ୍ରକାଶ ଚକ୍ର, ନିରଞ୍ଜନ ମହାଳିକ, ଦୁର୍ବାଦଳ ବସୁ, ଶଙ୍କର୍ଷଣ ରାଉତ, ଆଶୁତୋଷ ମିଶ୍ର, ବିଭୁତି ରଞ୍ଜନ ବିଶ୍ୱାଳ, ସଞ୍ଜୟ ମହାନ୍ତି, ଚିତ୍ରସେନ ଦାସ ପ୍ରମୁଖଙ୍କୁ ଏହି ଅବସରରେ ନୂତନ ଦାୟିତ୍ୱ ପ୍ରଦାନ ପରେ ଶପଥ ପାଠ କରାଯାଇଛି । ଆଗାମୀ ଦିନରେ ସହରରେ ସ୍ୱାସ୍ଥ୍ୟ ସଚେତନତା ଶୋଭାଯାତ୍ରା, ଷ୍ଟାଡିଅମ ନିର୍ମାଣ ସଂକ୍ରାନ୍ତରେ ବିଧାୟକ ଆକାଶ ଦାସ ନାୟକ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକରେ ସଦସ୍ୟ ସଞ୍ଜୟ କୁମାର ମହାନ୍ତି, ଅଜୟ କୁମାର ଷଡ଼ଙ୍ଗୀ,ବିଷ୍ଣୁ ଚରଣ ବିଶ୍ୱାଳ, ଏସ ଆର ତ୍ରିପାଠୀ, ତଥାଗତ ବାଇ,ମଦନ ମୋହନ ବେହେରା, ଚିନ୍ତାମଣି ଦାସ, ସତ୍ୟବ୍ରତ ପରିଡା, ପ୍ରମୋଦ ବଳ, ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ରେଳବାଇ ଅଧିକାରୀ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।