ବଦଳି ପରେ ବି ହସ୍ତାନ୍ତର କରୁନାହାନ୍ତି ଦାୟିତ୍ୱ
ବିଞ୍ଝାରପୁର: ଦଶନ୍ଧୀରୁ ଅଧିକ ଗୋଟିଏ ସ୍ଥାନରେ ଗାଦିମାଡ଼ି ବସିବା ପରେ ବଦଳି ହୋଇଥିବା ଯୋଗାଣ ଅଧିକାରୀଣି ଦାୟିତ୍ୱ ହସ୍ତାନ୍ତର କଲେନି । ନୁଆକରି ଯୋଗ ଦେଇଥିବା ଅଧିକାରୀଣି କୌଣସି ନଥିପତ୍ର ପାଉନଥିବା ବେଳେ ବିଡିଓ ମାଗିଥିବା ପାଞ୍ଚ ଶହ କ୍ୱଣ୍ଟାଲ ଗହମର ତଥ୍ୟ ଦେଇ ପାରୁ ନାହାନ୍ତି । ପୂର୍ବ ଅଧିକାରୀଣି ଆଜିକାଲି କହି ଦିନ ଗଡ଼ାଇ ଚାଲୁଥିବାରୁ ଅକଳରେ ପଡିଛନ୍ତି ବିଞ୍ଝାରପୁର ବ୍ଲକ୍ ଯୋଗାଣ ଅଧିକାରୀଣି । ବିଡିଓ ନୂଆ କରି ଆସିଥିବା ଯୋଗାଣ ଅଧିକାରିଣୀ ଆନିବେସାନ୍ତ ସାହୁଙ୍କୁ ପତ୍ର ସଂଖ୍ୟା-୧୦୨୨ରେ ତା ୨୧/୨/୨୫ରେ ସାତ ଦିନ ଭିତରେ ୪୫୮ କ୍ୱଣ୍ଟାଲ ଗହମର ତଥ୍ୟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ୧୧ଦିନ ବିତି ଯାଇଥିଲେ ସୁଦ୍ଧା ଶ୍ରୀମତୀ ସାହୁଙ୍କୁ ପୂର୍ବ ଅଧିକାରିଣୀ ସୁଭାଙ୍ଗୀ ରାୟ ଏକ ମାସରୁ ଉର୍ଦ୍ଧ ହେବ ଦାୟିତ୍ୱ ହସ୍ତାନ୍ତର କରିନଥିବା ଓ କାର୍ଯ୍ୟାଳୟରେ କୌଣସି ଫାଇଲ ନପାଇବା କାରଣରୁ ତଥ୍ୟ ଦେବାରୁ ବଂଚିତ ହୋଇଛନ୍ତି । ପୂର୍ବ ଅଧିକାରୀଣୀ ସୁଭାଙ୍ଗି ରାୟ କାଲି ଆଜି କରି ଭୁଆଁ ବୁଲାଉ ଥିବା କହିଛନ୍ତି ଶ୍ରୀମତୀ ସାହୁ । ଯାହାକୁ ନେଇ ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟ ଏବେ ଅନ୍ଧାରରେ ଚାଲୁଛି ବୋଲି ଆଲୋଚନା ହେଉଛି । ୧୪ବର୍ଷ ଗୋଟିଏ ଯାଗାରେ ଗାଦି ମାଡ଼ି ଶେଷରେ ଜିଲାର ସୁକିନ୍ଦା ବ୍ଲକ୍ ଯୋଗାଣ ଅଧିକାରୀଣୀ ଭାବେ ବଦଳି ହୋଇଛନ୍ତି ଅଧିକାରିଣୀ ସୁଭାଙ୍ଗି ରାଏ । ତାଙ୍କ ବଦଳି ପରେ ବିଞ୍ଝାରପୁର ବ୍ଲକ୍ ଯୋଗାଣ ବିଭାଗର ଅନେକ ତଥ୍ୟର ଫାଇଲ ମିଳୁନି । ଯାହା ଅଭିଯୋଗ ହେଉଛି ୨୦୨୨ମସିହା ଅଗଷ୍ଟ ମାସରରେ ବ୍ଲକ୍କୁ ଆସିଥିବା ୫୪୮କୁଇଂଟାଲ ଗହମ କିଛି ଡିଲରଙ୍କୁ ବାଂଟିବା ନିମନ୍ତେ ବଣ୍ଟନ କରାଯାଇଥିଲା । ଯାହା କି ଏହା କେବଳ କାଗଜ ପତ୍ରରେ ବଣ୍ଟନ କରାଯାଇଥିବା ଜାଣିବାକୁ ମିଳିବା ସହ ପୂର୍ବତନ ଅଧିକାରିଣୀ ଓ ଡିଲର ଏହାକୁ ଭାଗ ଭାଗ କରି ବାଂଟି ନେଇଥିବ ବିଶେଷ ସୂତ୍ରରୁ ଜଣାପଡିଛି । ଏ ସମ୍ପର୍କରେ ତଥ୍ୟ ଜିଲା ଯୋଗାଣ ବିଭାଗକୁ ମଗାଯିବା ସହ ଗହମ ସଂପର୍କରେ ସୁଚନା ମଗାଯାଇଥିଲା । ହେଲେ ମିଳିଥିବା ତଥ୍ୟରେ ଆକାଶ ପାତାଳ ତଫାତ ଦେଖିବାକୁ ମିଳିଥିଲା । ଜିଲା କର୍ଯ୍ୟାଳୟ ଓ ବ୍ଲକ୍ କାର୍ଯ୍ୟାଳୟ ତଥ୍ୟ ଭିତରେ ପାଖାପାଖି ହଜାର କୁଇଂଟାଲ୍ ଫରକ ରହିଥିବା ଦେଖିବାକୁ ମିଳିଥିଲା । ଯାହାକି ନିଜର ଭୁଲ କାଳେ ଧରାପଡ଼ିଯିବ ସେଥିଲାଗି ଅଧିକାରିଣୀ ଦେଇଥିବ ପୂର୍ବ ତଥ୍ୟ ବଦଳାଇ ଜିଲା ତଥ୍ୟ ସହ ସମାନ କରିଦେଇଥିଲେ ।ଏହା ମଧ୍ୟରେ ୨୦୨୨ଅଗଷ୍ଟ ମାସର ୫୪୮ କ୍ୱଣ୍ଟାଲର ତଥ୍ୟ ଦେବା ନିମନ୍ତେ ଶ୍ରୀମତୀ ରାୟ ଓ ପାଇଥିବା ଡିଲରଙ୍କ ପାଖରେ କୁଆଡେ ତଥ୍ୟ ନଥିବା ବେଳେ ବ୍ଲକ୍ର ରାଶନ ସାମଗ୍ରୀ ବଂଟନ ଓ କାର୍ଡକୁ ନେଇ ଅନେକ ବିବାଦରେ ଥିଲେ ସୁଭାଙ୍ଗି ରାୟ । ଶେଷରେ ବଦଳି ହେଲା । ବଦଳି ହେବାର ଏକ ମାସରୁ ଅଧିକ ହୋଇ ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୂର୍ବର ସମସ୍ତ ହିସାବ ସହ ଦାୟିତ୍ୱ ହସ୍ତାନ୍ତର ନକରିବା ପଛାରେ କି କାରଣ ରହିଛି,ତାହା ହିଁ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି ।