ମୁମ୍ବାଇରେ ରକ୍ତଦାନ ଶିବିର 

 ବେତନଟୀ/ବୈଶିଙ୍ଗା: ମୁମ୍ବାଇ ମହାନଗର ସ୍ଥିତ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୋ ଓଡ଼ିଆ ସମାଜ ପକ୍ଷରୁ ମୀରା ଭୟନ୍ଦର୍ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ବୈଶିଙ୍ଗା ତଥା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରବାସୀ ଓଡିଆମାନେ ଏଥିରେ ଯୋଗଦାନ କରି ରକ୍ତ ଦାନ କରିଥିଲେ । ସମାଜସେବୀ ନୀଲା ସୋଂସ ମୁଖ୍ୟ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ  । ସଂସ୍ଥାର ପ୍ରତିଷ୍ଠାତା ସଭାପତି  ଡ. ହାୟାଗ୍ରୀବ ଗୁରୁ, ସଭାପତି ଲମ୍ବୋଦର ଦାସ ମହାପାତ୍ର ସଂସ୍ଥା କାର୍ଯ୍ୟକ୍ରମର ରୂପରେଖ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏବଂ ସମସ୍ତ ରକ୍ତଦାତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ୩୯ ଜଣ ରକ୍ତଦାତା ଯୋଗଦାନ କରିଥିଲେ ।