ସୁକିନ୍ଦା ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

 ସୁକିନ୍ଦା : ହରିପୁର ପଞ୍ଚାୟତ ସଭାଗୃହରେ ସୁକିନ୍ଦା ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀଙ୍କ ତତ୍ୱାବଧାନରେ ପୁଲିସ ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା, ନିଶା ନିବାରଣ, ବାଲ୍ୟ ବିବାହ ନିଷେଧ, ଶିଶୁ ଯୌନ ସୁରକ୍ଷା ଅଧିନିୟମ ପୋକ୍ସ ଆକ୍ଟ ଓ ସୂଚନା ପ୍ରଯୁକ୍ତି ଅଧିନିୟମ ପକ୍ସୋ ଆକ୍ଟ ସମ୍ପର୍କରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ କଳ୍ପଲତା ପ୍ରଧାନ, ସ୍ଥାନୀୟ ସରପଞ୍ଚ ଶର୍ମିଷ୍ଠା ବରାଳ, ନାଏବ ସରପଞ୍ଚ ପୂଜା ଗୋଛାୟତ, ହରିପୁର ଦେଶ ସଭାପତି କୋଦଣ୍ଡଧର ଭୂୟାଁ, ଅବସରପ୍ରାପ୍ତ କର୍ମଚାରୀ ସଂଘର ବାଉରୀ ବନ୍ଧୁ ରାଉତ, ସମ୍ପାଦକ ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ ।