ହାଇଦ୍ରାବାଦରେ ଶ୍ରମିକଙ୍କ ମୃତୁ୍ୟ ଘଟଣା, ମୃତଦେହ ଓ ଆମ୍ବୁଲାନ୍ସ ଅଟକ ରଖି ରାସ୍ତାରୋକ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଏକ ଠିକା ଶ୍ରମିକ କାର୍ଯ୍ୟରତ ବେଳେ ଅସ୍ୱାଭାବିକ ମୃତୁ୍ୟ ଅଭିଯୋଗକୁ ନେଇ ନୀଳଗିରି ଝରଣଘାଟି ରାଜ୍ୟ ରାଜପଥ ୧୯ର ଛତ୍ରପୁର ଛକରେ ରାସ୍ତା ରୋକ କରିଛନ୍ତି ଶତାଧିକ ଗ୍ରାମବାସୀ । ସୂଚନା ଅନୁଯାୟୀ ସୁଦୂର ହାଇଦ୍ରାବାଦରେ ଥିବା ଏକ ଘରୋଇ ମେଡ଼ିସିନ ପ୍ରସ୍ତୁତ କାରୀ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକର ମୃତୁ୍ୟ ହୋଇଥିବା ବେଳେ ସ୍ଥାନୀୟ ଦଲାଲ ହାଇଦ୍ରାବାଦରେ ଶ୍ରମିକ ମାନଙ୍କୁ ଚାଲାଣ କରି ବିକ୍ରି କରିଥିବାର ପରିବାର ପକ୍ଷରୁ ସ୍ଥାନୀୟ ବରହମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଛାତ୍ରପୁର ଗ୍ରାମର ପ୍ରଭାକର ମହାକୁଡ଼ଙ୍କ ପୁଅ ପ୍ରତାପ ମହାକୁଡ଼ ଓରଫ ବୁଲୁ (୩୫)ର ମୃତ ଦେହ ଛତ୍ରପୁର ଛକରେ ପହଞ୍ଚିବା ପରେ ନ୍ୟାୟ ପାଇଁ ରାସ୍ତା ରୋକ୍ କରିଛନ୍ତି ଶତାଧିକ ଗ୍ରାମବାସୀ । ଉକ୍ତ ଗ୍ରାମର ପରେଶ କୁମାର ଦାସ ଗତ ୯ ମାସ ତଳେ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ ଦେବାକୁ କହି ନୀଳଗିରିର ବିଭିନ୍ନ ପଞ୍ଚାୟତରୁ ୪୦ ରୁ ଉର୍ଦ୍ଧ ଠିକା ଶ୍ରମିକ ମାନଙ୍କୁ ନେଇ ଭର୍ତ୍ତି କରିଥିଲେ । ଯାହା ଠିକା ଶ୍ରମିକ ମାନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ପ୍ରତାପକୁ ଖାଇବା ପିଇବା ଏବଂ ମାସିକ ଦରମା ଦେବାରେ କମ୍ପାନୀ ପକ୍ଷରୁ ହଇରାଣ କରିବା ପରେ ପ୍ରତାପକୁ କମ୍ପାନୀ ପକ୍ଷରୁ ନଜର ବନ୍ଦୀରେ ରଖାଯାଇଥିଲା । ଏନେଇ ପ୍ରତାପ ପରିବାର ଲୋକଙ୍କୁ ଫୋନ ଯୋଗେ କହିଥିଲେ । ପରବର୍ତ୍ତୀ ସମୟରେ ତମେ ଆସି ମୋତେ ଘରକୁ ନେଇଯାଅ ବୋଲି କହି କାନ୍ଦି କହିଥିଲେ । ଏପଟେ ପରେଶକୁ ଘଟଣା ବାବଦରେ କହିବାରୁ ପରେଶ ଆଉ ଧରାଛୁଆଁ ଦେଇନଥିଲା । ପରେ କମ୍ପାନୀରୁ ପ୍ରତାପ ର ମୃତୁ୍ୟ ହୋଇ ଯାଇଛି ବୋଲି ଖବର ଆସିବା ପରେ ପରେଶ ଫେରାର ହୋଇ ଯାଇଥିଲା । ତେବେ ରାସ୍ତା ରୋକ୍ ଫଳରେ ଛତ୍ରପୁର ଛକର ଉଭୟ ରାସ୍ତାରେ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିବା ବେଳେ ଧାରଣା କାରୀଙ୍କ ସହିତ ବରହମପୁର ପୁଲିସ ପହଞ୍ଚି ଆଲୋଚନା କରିଥିଲେ । ଖବର ପାଇ ନୀଳଗିରି ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ରଣା, ଏସଡିପିଓ ସରୋଜ ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୁତ ହୋଇ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।