ବିଡିଓ ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା
ରାଜନଗର: ରାଜନଗର ବ୍ଲକ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ନୂତନ ଭାବେ ଯୋଗଦେଇଥିବା ବିଡିଓ ଶୋଭନ ଶ୍ରୀତମ ପଣ୍ଡା ବ୍ଲକ୍ ପରିସରରେ ଭେଟି ସମ୍ବର୍ଦ୍ଧିତ କରିଥିଲେ । ରାଜନଗର ଥାନାକୁ ଯାଇ ଆଇଆଇସି ନରେଶ ସାହୁଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ସଙ୍ଘ ସଭାପତି ସୁବେଦାର ମେଜର ଗଗନବିହାରୀ ସ୍ୱାଇଁଙ୍କ ନେତୃତ୍ୱରେ ସମ୍ପାଦକ ଅଚୁ୍ୟତାନନ୍ଦ ପ୍ରଧାନ, ଅକ୍ଷୟ ନାୟକ, ରମାକାନ୍ତ ମାହୁଁନ୍ତ, ସୁବାଷ ସ୍ୱାଇଁ, ଅଶୋକ ରାଉତ, ସତ୍ୟାନନ୍ଦ ରଥ, ତ୍ରିଲୋଚନ ପାଢି, ରବିନ୍ଦ୍ରନାଥ ଶର୍ମା, ରଶ୍ମିରଞ୍ଜନ ରାଉତ ପ୍ରମୁଖ ସାମିଲ ଥିଲେ ।