ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ ସମାନ କଥା କହିଲେ ବରିଷ୍ଠ ଓକିଲ ମୁକୁଲ  ରୋହତଗୀ

 ନୂଆଦିଲ୍ଲୀ: ଆମେରିକାରେ ଲାଞ୍ଚ ଦେଇଥିବା ଅଭିଯୋଗ ନେଇ ବଡ ବୟାନ ଦେଲା ଅଦାନୀ ଗ୍ରୁପ୍ । ଭାରତର ସବୁଠୁ ଧନୀ ତଥା ବ୍ୟବସାୟୀ ଗୌତମ ଆଦାନୀ ଓ ତାଙ୍କ କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୀନ ଏନର୍ଜୀ ଖଣ୍ଡନ କରିଛି । ଲାଞ୍ଚ ଅଭିଯୋଗ ସହ ଜଡିତ ସମସ୍ତ ଖବର ଭିତ୍ତିହୀନ ଏବଂ ଭୁଲ ବୋଲି କୁହାଯାଇଛି । ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଏକ ବିବୃତ୍ତି ଜାରି କରି କହିଛି ଯେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ ନିଦେ୍ର୍ଦଶକ ଭିନୀତ ଜୈନ ଆମେରିକାର ନ୍ୟାୟ ବିଭାଗ (ଡିଓଜେ) ଦ୍ୱାରା ଲାଞ୍ଚ ଅଭିଯୋଗରୁ ମୁକ୍ତ । ଆମେରିକାର ଦୁର୍ନୀତି ଅଭ୍ୟାସ ଆକ୍ଟ (ଏଫସିପିଏ) ଅନୁଯାୟୀ ଲଗାଯାଇଥିବା ସମସ୍ତ ଅଭିଯୋଗ ଖବରର କୌଣସି ସତ୍ୟତା ନାହିଁ । ଆଦାନୀ ଗ୍ରୀନ୍ ଏନର୍ଜି କହିଛି ଯେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଦାନୀ ଗ୍ରୁପ୍ର କାର୍ଯ୍ୟନିର୍ବାହୀ - ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ ନିଦେ୍ର୍ଦଶକ ଭିନୀତ ଜୈନ୍ଙ୍କ ବିରୋଧରେ ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ (ଏଫ୍ସିପିଏ) ଅନୁଯାୟୀ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗ ଆସିଥିଲା । ତେବେ ଏହା ସମ୍ପର୍ଣ୍ଣ ଭୁଲ୍ । 
ଏଫସିପିଏରେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ଭିନୀତ ଜୈନଙ୍କ ବିରୋଧରେ କୌଣସି ଲାଞ୍ଚ ଅଭିଯୋଗ କରାଯାଇ ନାହିଁ ବୋଲି ଆଦାନୀ ଗ୍ରୀନ ଏନର୍ଜି ସ୍ପଷ୍ଟ କରିଛି । କମ୍ପାନୀ ଜୋର ଦେଇ କହିଛି ଯେ କେବଳ ଆଜର ପାୱାର  କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜଣେ କାନାଡୀୟ ନିବେଶକଙ୍କ ଉପରେ ହିଁ ଲାଞ୍ଚ ଅଭିଯୋଗ ରହିଛି । ଏଥିରେ ଆଦାନୀ ଗ୍ରୁପର କୌଣସି ବି ଅଧିକାରୀଙ୍କ ନାମ ନାହିଁ । କହିରଖୁ ଯେ, ନୁ୍ୟୟର୍କର ଏକ ଫେଡରାଲ କୋର୍ଟରେ ଶୁଣାଣି ବେଳେ ଗୌତମ ଆଦାନୀଙ୍କ କମ୍ପାନୀ ଆମେରିକାର ନିବେଶକଙ୍କ ସହ ଠକେଇ କରିଥିବା ଓ ସୋଲାର ଏନର୍ଜିର ଠିକା ହାସଲ କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ୨୦୨୦ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୀନ୍ ଓ ଆଜର ପାୱାର  ଗ୍ଲୋବାଲକୁ ଏହି ପ୍ରୋଜେକ୍ଟ ଦେବା ପାଇଁ ଭାରତୀୟ ଅଧିକାରୀଙ୍କୁ ୨୬୫ ନିୟୁତ ଡଲାରର ଲାଞ୍ଚ (ପ୍ରାୟ ୨୨୩୬ କୋଟି ଟଙ୍କା) ଦିଆଯାଇଥିବା କୁହାଯାଇଥିଲା ।
ଏହାପରେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମଧ୍ୟ  ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଯେ ଶିଳ୍ପପତି ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ନାମ ଲାଞ୍ଚ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିକୁ୍ୟଟରଙ୍କ ଦ୍ୱାରା ଦାୟର ହୋଇଥିବା ଅଭିଯୋଗରେ ଗୁରୁତ୍ୱପୂର୍ଣ୍ଣ ଲାଞ୍ଚ କିମ୍ବା ନ୍ୟାୟ ଅଭିଯୋଗର ବାଧା ସୃଷ୍ଟି କରିବା ବିଷୟରେ କିଛି ନାହିଁ ।
 ଆମେରିକୀୟ ଅଦାଲତ ଦ୍ୱାରା ଆଗତ ଏହି ଅଭିଯୋଗକୁ ମୁଁ ଅନୁଧ୍ୟାନ କରିଛି । ମୋର ଆକଳନ ହେଉଛି ଯେ ପାଞ୍ଚଟି ଚାର୍ଜ କିମ୍ବା ପାଞ୍ଚଟି ଗଣନା ଅଛି । ଏହା ଗୁରୁତ୍ୱପୂର୍ଣ୍ଣ ଯେ ଗୋଟିଏ ଏବଂ ପାଞ୍ଚଟି ଗଣନା ଅନ୍ୟମାନଙ୍କ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କାଉଣ୍ଟ ୧ କିମ୍ବା କାଉଣ୍ଟ ୫ରେ  ଆଦାନୀ କିମ୍ବା ତାଙ୍କ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ ହୋଇନାହିଁ ବୋଲି ରୋହତଗୀ କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଆଇନଗତ ମତାମତ ବୋଲି ବରିଷ୍ଠ ଆଇନଜୀବୀ ସ୍ପଷ୍ଟ କରିଛନ୍ତି । ମୁଁ ଆଦାନୀ ଗ୍ରୁପର ମୁଖପାତ୍ର ନୁହେଁ । ମୁଁ ଜଣେ ଓକିଲ ଏବଂ ଅନେକ ମାମଲାରେ ଆଦାନୀ ଗ୍ରୁପ୍ ପକ୍ଷରୁ ହାଜର ହୋଇଆସୁଛି । ଦୁଇ ଆଦାନିଙ୍କ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଏହି ଅଭିଯୋଗର କାଉଣ୍ଟ ନମ୍ବର ୧ ରହିଛି । ଏଥିରେ ସେମାନଙ୍କର କିଛି ଅଧିକାରୀ ଏବଂ ଜଣେ ବିଦେଶୀ ବ୍ୟକ୍ତି ଅଛନ୍ତି । ପ୍ରଥମ ଅଭିଯୋଗ ହେଉଛି ଆମେରିକୀୟ ସଂସଦ ଦ୍ୱାରା ପ୍ରସ୍ତୁତ ବୈଦେଶିକ ଦୁର୍ନୀତି ଅଭ୍ୟାସ ଆଇନକୁ ଉଲ୍ଲଂଘନ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ଏଥିରେ ଆଦାନୀମାନଙ୍କ ନାମ ନାହିଁ, ସେମାନଙ୍କ ଅଧିକାରୀଙ୍କ ନାମ ନିଆଯାଇପାରେ ବୋଲି ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ କହିଛନ୍ତି ।