କୋଟ୍ପା ଆଇନ୍ ଦିଗହରା : ତିଆରି ହେଉଛି ମାରାତ୍ମକ ଗୁଟଖା
ଜୟପୁରରୁ ସାନୋ ଚୌଧୁରୀ : ଜୟପୁର ପୌର ଏବଂ ଗ୍ରାମାଞ୍ଚଳରେ ମାରାତ୍ମକ ଗୁଟୁକା ବିକ୍ରି ଅପ୍ରଜ୍ୟାପ୍ତ ବଢିଥିବା ଦେଖାଯାଇଛି । ବିଷାକ୍ତ ଗୁଟୁଖା ଜରି ଗୁଡିକ ଜୟପୁର ପୌର ଠାରୁ ଗ୍ରାମାଞ୍ଚଳରେ କୁଢ଼ କୁଢ଼ ଗଦା ହୋଇ ପଡିଥିବା ଯୋଗୁଁ ପରିବେଶକୁ ଦୂଷିତ କରୁଥିବା ଦୃଷ୍ଟିକୁ ଆସିଛି । ବିଗତ ୨୦୨୨ ଅଗଷ୍ଟ ମାସ ୧୩ ତାରିଖରେ ‘ସୂଯ୍ୟପ୍ରଭା’ରେ ପ୍ରକାଶିତ ଖବର ଗୁଟୁଖା ବିକ୍ରି ଯୋଗୁଁ ବଢୁଛି କ୍ୟାନ୍ସର ପରେ ମଧ୍ୟ ଜିଲ୍ଲା ପ୍ରଶାସନ କାହିଁକି ତତ୍ପର ହୋଇନଥିବା କାରଣ ଖୋଜାଯିବା ପରେ ଜଣେ ପୁଲିସ କର୍ମଚାରୀ ନିଜ ନାମ ପ୍ରକାଶ ନକରିବା ସର୍ତରେ କାରଣ ଖୁଲାସା କରିବା ପରିପ୍ରେକ୍ଷୀରେ ଜୟପୁରର ଦୁଇ ଜଣ ଗୁଟୁଖା ବ୍ୟବସାୟୀଙ୍କ ସହ ଜଣେ ପୁଲିସ ଅଧିକାରୀଙ୍କ ସୁସମ୍ପର୍କ ରହିଥିବା ଯୋଗୁଁ ସମସ୍ତ ଗଣମାଧ୍ୟମରେ ଗୁଟୁଖା ବ୍ୟବସାୟୀଙ୍କ ସମ୍ଭନେ୍ଧ ଖବର ପ୍ରକାଶନ କଲେ ସୁଦ୍ଧା କୌଣସି କୌଣସି କାର୍ଯାନୁଷ୍ଠାନ ହେଉନାହିଁ । ଯଦି କାଁ ଭାଁ କେବେ ଧରପଗଡ଼ ହେଲେ ପୁଲିସ ବିଭାଗରେ ରହିଥିବା ଜୟଚନ୍ଦ୍ର ମାନେ ଆଗୁଆ ସୂଚନା ଗୁଟୁକା ବ୍ୟବସାୟୀଙ୍କୁ ଦେଉଛନ୍ତି । ତେଣୁ ଗୁଟୁକା ଜବତ ହୋଇ ପାରୁନାହିଁ । ଜିଲ୍ଲା ଖାଦ୍ୟ ଅଧିକାରୀ, ପୌର ସ୍ୱାସ୍ଥ୍ୟ ଅଧିକାରୀ, ପୁଲିସର ପଦସ୍ତ ଅଧିକାରୀ, ସିଜିଏସ୍ଟି ଏନଫୋର୍ସମେଣ୍ଟ ଅଧିକାରୀ ମାନେ ଚୁପ ବସୁଛନ୍ତି ବୋଲି ସୂଚନା ଦେଇଛନ୍ତି । ଅନ୍ୟ ଏକ କାରଣ ବହୁ ବର୍ଷ ଧରି ଜିଲ୍ଲାରେ ଜଣେ ସ୍ଥାୟୀ ଖାଦ୍ୟ ଅଧିକାରୀ ଏବଂ ପୌରରେ ସ୍ଥାୟୀ ସ୍ୱାସ୍ଥ୍ୟ ଅଧିକାରୀ ନ ଥିବା ଯୋଗୁଁ ଅସାଧୁ ଗୁଟୁଖା ବ୍ୟବସାୟୀ ମାନଙ୍କ ୌରାତ୍ମ ବଢିଥିବା ସ୍ୱଷ୍ଟ ଦୃଷ୍ଟିକୁ ଆସିଥିବା ବେଳେ କୋଟପା ଆଇନର ଦିଗହରା ହୋଇଥିବା ସାଧାରଣରେ ବୋହୁଳ ଚର୍ଚ୍ଚା ହେଉଥିବା ଦେଖାଯାଇଛି । କେବଳ ଜୟପୁର ସହରରେ ଦୁଇ ଜଣ ଗୁଟଖା ବ୍ୟବସାୟୀ ମନୋଜ ଗୁପ୍ତା ଗୁଡୁ ଏବଂ ସୁକାନ୍ତ ନାରାୟଣ ସାହୁ । ଜୟପୁର ବ୍ଲକ ଅଧିନସ୍ତ ପଞ୍ଚାୟତରେ କିଛି ବେନାମି ଗୁଟଖା ମେସିନ ଯୋଗେ ତିଆରି ହେଉଛି ଯାହାର ନାମ ଆରଏସ ଏବଂ ହରଡ଼ାଖଣ୍ଡି ଆରଏକ୍ସ ୧୦୦ ରଖାଯାଇଛି ଏବଂ ଏହା ଏନସିପି ପ୍ରଡକ୍ଟ ବ୍ରହ୍ମପୁର ନାମରେ ହେଉଛି । ଏହି ପେକେଟ ଉପରେ କୋଣସି ଲାଇସେନ୍ସ ନଂ ଲିଖିତ ହୋଇନାହିଁ । ଏହି ତିଆରି ଗୁଟଖା ଗୁଡ଼ିକୁ ଗାଡ଼ି ନମ୍ୱର ଓଡି ୧୦ ଭି ୨୫୮୧ ରେ ବୋହି ଜିଲ୍ଲାର ବିଭିନ୍ନ ସ୍ଥାନକୁ ବେଆଇନ ଗୁଟଖା ଚାଲାଣ କରି କୋଟି କୋଟି ଟଙ୍କାର ବେନାମୀ ଆର୍ଥ ଉପାର୍ଜନ କରି ବେନାମୀ ସମ୍ପତ୍ତି କରିଥିବା ସାଧାରଣରେ ବୋହୁଳ ଚର୍ଚ୍ଚା ହେଉଥିବା ଦେଖାଯାଇଛି ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୋଟାପା ଆଇନକୁ କଡାକଡ଼ି ଭାବେ ପାଳନ କରିବା ନିମନ୍ତେ ନିଦେ୍ର୍ଦଶ ଦେବା ସହ, ନଗର ଉନ୍ନୟନ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ନିରୀହ ସାଧାରଣ ଜନତା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହେବା ସହ କେନ୍ଦ୍ର ଏବଂ ରାଜ୍ୟର ବହୁତ ରାଜସ୍ୱ ହାନି ଘଟିବା ସୁନିଶ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ କେନ୍ଦ୍ର ଆୟକର ବିଭାଗ ଏବଂ କେନ୍ଦ୍ର ସିଟି ଜିଏସଟି ବିଭାଗ ଦ୍ୱାରା ଏକ ଉଚ୍ଚସ୍ତରୀୟ ଯାଞ୍ଚ କଲେ ରାଜସ୍ୱ ବୃଦ୍ଧି ହେବା ସହ ଦୋଷୀ ମାନେ ଉଚିତ ଦଣ୍ଡ ପାଇବେ