ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ଉତ୍ସବ  ଦେଖିବାକୁ ମିଳିଲେନି ପରିଚାଳନା କମିଟି ସଦସ୍ୟ


ାା ପ୍ରଭାନୁ୍ୟଜ ।ା ଧର୍ମଶାଳା : ଶୁକ୍ରବାର ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ ସ୍ୱରୂପାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସରେ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ  ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୂଖ ଯୋଗ ଦେଇ ଜଣେ ବିଦ୍ୟାର୍ଥି କିପରି ଜଣେ ଭଲ ମଣିଷ ହେବ ତାହା ଉପରେ ବକ୍ତବ୍ୟ ରଖିଥିଲେ । ଯଦି ଜଣେ ଛାତ୍ର ପ୍ରଥମ ଗୋଟିଏ ଲକ୍ଷ କିମ୍ବା ସ୍ୱପ୍ନ ଭାବି ଆଗକୁ ଯାଏ ତେବେ ତାହା ମନରୁ ଭୟ ରୂପକ ଶବ୍ଦ ହଜି ଯାଏ ଓ ସେ ଜଣେ ଭଲ ମଣିଷ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ଧର୍ମଶାଳା ମହା ବିଦ୍ୟାଳୟ ସାରା ରାଜ୍ୟରେ କିପରି ଏକ ନମ୍ବର ହୋଇ ପାରିବ, ତାହା ପାଇଁ ଯାହା ସବୁ ଆବଶ୍ୟକ ତାହା ଶିକ୍ଷା ବିଭାଗ ସହିତ ଆଲୋଚନା କରି ନିଶ୍ଚିତ ଭାବେ ପୁରଣ ହେବ ବୋଲି କହିଥିଲେ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ । ଧର୍ମଶାଳା ମହାବିଦ୍ୟାଳୟ ଯାଜପୁର ଜିଲା କୁଶଳୀ ଶିକ୍ଷାର ହବ ହେବ, କୁଶଳୀଶିକ୍ଷା ପାଇଁ ନାମ ପଞ୍ଜିକୃତ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧକ୍ଷ ପ୍ରକାଶ କରିଥିଲେ । ଏହି ଅବସରରେ ଶିକ୍ଷାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ସହ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଉକôଳ କେଶରୀ ପାଲ, ଶ୍ରୀକାନ୍ତ ସାହୁ ଓ ସବ୍ୟସୁନ୍ଦରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତେବେ ବିଡ଼ମ୍ବନାର ବିଷୟ ହେଲା ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିବା ବେଳେ କଲେଜର କୌଣସି ପରିଚାଳନା କମିଟିର ସଦସ୍ୟଙ୍କୁ ଦେଖିବାକୁ ମିଳି ନଥିଲା । ଯାହା ଚର୍ଚ୍ଚାର ବିଷୟ ହୋଇଥିଲା ।