ଉକ୍ରଳୀୟ ନବଜାଗରଣ ଓ ଫକୀରମୋହନ
ଡକ୍ଟର ଲକ୍ଷ୍ମଣ ସାହୁ : ଊନବିଂଶ ଶତକରେ ଓଡିଶାରେ ଯେତେବେଳେ ନବଜାଗରଣର ଜୁଆର ଉଠିଲା ନୂତନ ରୁଚି ପରିଚର୍ଯ୍ୟାର ଇଛାର ସୃଷ୍ଟି ଘଟିଲା । ନୂତନ ଚିନ୍ତା ଓ ଚେତନାର ସୁଅ ପ୍ରବାହିତ ହେଉଥିଲା । ତା'ର ଅନ୍ତରାଳରେ ଯେଉଁ କେତେଜଣ ମୁଷ୍ଟିମେୟ ଜାତିପ୍ରାଣ ଓଡିଆ ଥିଲେ , ସେମାନଙ୍କ ମଧ୍ୟରୁ ଫକୀରମୋହନ ଅନ୍ୟତମ ସାରଥୀ । ଫକୀରମୋହନ ଜଣେ ଏଭଳି ସ୍ରଷ୍ଟା ଭାରତୀୟ ସାହିତ୍ୟ ଜଗତରେ ଏଯାବତ୍ କେହି ତାଙ୍କପରି ହୋଇଥିବା ମନେହୁଏନାହିଁ । ତାଙ୍କର ଜନ୍ମ ବାଲେଶ୍ୱରର ଏକ ସମ୍ଭ୍ରାନ୍ତ ବଂଶରେ ଘଟିଥିଲା । ହେଲେ ସେ ଥିଲେ ଶୈଶବରୁ ପିତୃମାତୃହୀନ, କପର୍ଦ୍ଦକଶୂନ୍ୟ, ସ୍ୱଳ୍ପଶିକ୍ଷାପ୍ରାପ୍ତ ଓ ରୁଗ୍ଣ ବ୍ୟକ୍ତିଟିଏ । ବାଲ୍ୟାବସ୍ଥାରେ ବୃଦ୍ଧା ପିତାମହୀଙ୍କ ପାଖରେ ପାଳିତ ହୋଇଥିଲେ ଓ ସ୍ୱଳ୍ପଶିକ୍ଷାପ୍ରାପ୍ତ ପରେ ଅର୍ଥାଭାବରୁ ବାଲେଶ୍ୱର ବନ୍ଦରରେ ପାଲ ସିଲେଇ କାମ ତଦାରଖ କରିବା ନିମନ୍ତେ ସେ ନିଜକୁ ନିୟୋଢିତ କରିଥିଲେ ।
ଫକୀରମୋହନ ଏକାଧାରରେ କବି, ଔପନ୍ୟାସିକ, ଶାସକ, ପଣ୍ଡିତ, ସମାଜ-ସଂସ୍କାରକ, ମୁଦ୍ରାକର, ସଂପାଦକ, ବ୍ୟବସାୟୀ, ସର୍ବୋପରି ଜଣେ ଦେଶଭକ୍ତ ଓ ଜାତି ସେବକ ଥିଲେ । ତାଙ୍କ ଜୀବନ ଅତି ରୋମାଂଚକର । ଯାହାଫଳରେ ସେ ତାଙ୍କର ଅନବଦ୍ୟ ଗଳ୍ପ-ଉପନ୍ୟାସ ଦ୍ୱାରା ନିଜମାତୃଭାଷାକୁ ପ୍ରଚୁର ଉର୍ବର କରିବାରେ ସଫଳ ହୋଇପାରିଥିଲେ । ଅଧିକ ବିସ୍ମୟ ସେ ଦୁଇଟି ବର୍ଷରୁ ଅଧିକ ସ୍କୁଲ ମାଡି ପାଠପଢିବାର ସୁଯୋଗ ପାଇନଥିବା ବେଳେ ସେ ନିଜ ଚେଷ୍ଟାବଳରେ ଶିକ୍ଷକତା କରିବା ସମୟରେ ଇଂରାଜୀ ଓ ସଂସ୍କୃତ ସମେତ ପାଂଚଟି ଭାଷାକୁ ଆୟତ୍ତ କରି ଏକ ବିରାଟ ପ୍ରତିଭାର ପରିଚୟ ଦେଇଥିଲେ । ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ , ବଙ୍ଗାଳୀ ଓ ପାର୍ସୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ । ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବୀ ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ । ତାଙ୍କ ଅସାଧାରଣ ବିଚକ୍ଷଣତା ଯୋଗୁଁ ତକôାଳୀନ ବହୁ ଉଚ୍ଚପଦସ୍ଥ ଇଂରେଜ କର୍ମଚାରୀଙ୍କ ବନ୍ଧୁ ହେବା ସଂଗେ ସଂଗେ ସେ ଦେଶୀୟ ରାଜ୍ୟମାନଙ୍କର ଶାସକ ମଧ୍ୟ ହୋଇଥିଲେ ।
ସେ ଖ୍ରୀଷ୍ଟୀୟାନ ମିଶନ ସ୍କୁଲର ପ୍ରଧାନ ଶିକ୍ଷକ ଥିବା ବେଳେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ । ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରିଥିଲେ । ଜଣେ ସ୍ୱାଭିମାନୀ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଓ ଓଡ଼ିଆ ଭାଷାର ସମ୍ମାନ ବଢାଇଥିଲେ । ଖ୍ରୀଷ୍ଟୀୟାନ ମିଶନ ସ୍କୁଲରେ ସେ ୧୮୭୧ ଯାଏ କାର୍ଯ୍ୟ କରିଆସିଥିଲେ । ଯାହା ଫଳରେ ତାଙ୍କର ପରିଚୟ ହୁଏ ବାଲେଶ୍ୱରର ତକôାଳୀନ କଲେକ୍ଟର ଜନ୍ ବିମ୍ସଙ୍କ ସହ । ‘ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ’ ପରି ବିମ୍ସ ସାହେବ ଯିଏ ନିଜେ ଜଣେ ପଣ୍ଡିତ ଥିଲେ, ଫକୀରମୋହନଙ୍କ ଅନ୍ତର୍ନିହିତ ପାଣ୍ଡିତ୍ୟକୁ ଚିହ୍ନିପାରିଥିଲେ । ସୁବର୍ଣ୍ଣ ସୁଯୋଗ ସଂଯୋଗ ହେତୁ ବିମ୍ସ ସାହେବ ବିଭିନ୍ନ ଭାରତୀୟ ଭାଷାର ତୁଳନାତ୍ମକ ବ୍ୟାକରଣ ଉପରେ ଗୋଟିଏ ପୁସ୍ତକ ରଚନା କରୁଥିଲେ । ସେ ଫକୀରମୋହନଙ୍କଠାରୁ ଏଥିଲାଗି ଓଡ଼ିଆ ଶିକ୍ଷା କରିଥିଲେ ।
ଫକୀରମୋହନ କେବଳ ମୌଳିକ ରଚନାରେ ନୁହଁନ୍ତି, ଛାପାଖାନାପ୍ରତିଷ୍ଠା, ପାଠ୍ୟପୁସ୍ତକ ପ୍ରଣୟନ, ପତ୍ରପତ୍ରିକା ସଂପାଦନ, ପ୍ରଶାସନ, ସମାଜସେବା, ଭାଷା ଓ ସାହିତ୍ୟର ସୁରକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିଛନ୍ତି, ସେଥିପାଇଁ ଓଡିଆ ଜାତି ତାଙ୍କ ପାଖରେ ଯୁଗେଯୁଗେ ଋଣୀହୋଇ ରହିଥିବ । ସେ ଥିଲେ ମନ ଓ ମନନରେ ଖାଣ୍ଟି ଓଡିଆ । ଭାଷା ଆନେ୍ଦାଳନରେ ଓ ଦେଶମିଶ୍ରଣ ଆନେ୍ଦାଳନରେ ସେ ଯେପରି ସଫଳ ଭୂମିକା ଗ୍ରହଣ କରିଛନ୍ତି, ସେପରି ମଧ୍ୟ ତାଙ୍କ ଭାଷା ଓ ପ୍ରକାଶଭଙ୍ଗୀ ସ୍ପଷ୍ଟ ଓ ନିର୍ଭୀକ ଯାହା ଓଡିଆ ଜାତିର ପ୍ରାଣକୁ ନିବିଡ ଭାବରେ ସ୍ପର୍ଶ କରିଛି । ତେଣୁ କଥାଶିଳ୍ପୀ ଫକୀରମୋହନ ଏ ଜାତିର ସାହିତ୍ୟରେ ଅଦ୍ୱିତୀୟ ଓ ଚିରନମସ୍ୟ ହୋଇରହିଛନ୍ତି ।
ଫକୀରମୋହନ ମାନବ ଜୀବନର ବାସ୍ତବ ଅନୁଭୂତି, ନାନାବିଧ ସମସ୍ୟା, ଅନ୍ତଦ୍ୱର୍ନ୍ଦ୍ୱ ଆଦିକୁ ନାନା ବର୍ଣ୍ଣବିଭାରେ ଉଦ୍ଘାଟନ କରିଛନ୍ତି । ଜୀବନ ଓ ଜଗତକୁ ଆଧାରର କ୍ଷେତ୍ରଭାବରେ ଧାରଣ କରି ସୃଷ୍ଟିକର୍ମରେ ମନୋନିବେଶ କରିଛନ୍ତି । ଜୀବନର ବିଶ୍ଳେଷଣ ସହିତ ସମାଜର ମୂଲ୍ୟବୋଧକୁ ନିରୂପଣ କରିଛନ୍ତି । ତାଙ୍କର ସୃଷ୍ଟି ମଧ୍ୟରେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା ଓ ଆତ୍ମଜୀବନୀ ଆଦି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତାଙ୍କର କୃତିସମୂହ ଓଡିଆ ସାହିତ୍ୟ ଭଣ୍ଡାରର ଏକ ଏକ ଅନନ୍ୟ ସାଧାରଣ ଲିପି-ସଂପଦ । ତାଙ୍କର ଅମ୍ଳାନ କୃତିଗୁଡିକ କବିତା- ପୁଷ୍ପମାଳା, ଉପହାର ଓ ଅବସର ବାସରେ, କାବ୍ୟଗୁଡିକ ହେଉଛି- ଉକôଳ ଭ୍ରମଣ, ବୌଦ୍ଧବତାର କାବ୍ୟ, ପୂଜାଫୁଲ ଧୂଳି । ସେ ଥିଲେ ସଫଳ ଅନୁବାଦକ, ମହାଭାରତ (ଅସଂପୂର୍ଣ୍ଣ), ରାମାୟଣ, ଶ୍ରୀମଦ୍ ଭଗବତ୍ ଗୀତା ଓ ଉପନିଷଦର ଅନୁବାଦ କରିଛନ୍ତି । ତାଙ୍କର ରାମାୟଣ ଓ ମହାଭାରତ ରଚନା ଦ୍ୱୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଛି । ତକôାଳୀନ ବାମଣ୍ଡାର ରାଜାଙ୍କଦ୍ୱାରା ସେ ମଧ୍ୟ "ସରସ୍ୱତୀ" ଉପାଧିରେ ପୁରସ୍କୃତ ହୋଇଥିଲେ ।
ଇତିହାସ ରଚନାରେ ଭାରତବର୍ଷର ଇତିହାସ ଗ୍ରନ୍ଥ ଦ୍ୱୟ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ତାଙ୍କର କୋଡିଏଟି ଗଳ୍ପ ଓ ଚାରୋଟି ଉପନ୍ୟାସ- ଛ'ମାଣ ଆଠଗଣ୍ଠ, ଲଛମା, ମାମୁ ଓ ପ୍ରାୟଶ୍ଚିତ ଏକ ଏକ ଅମର କୃତି । ତାଙ୍କ ରଚିତ କବିତା ଓ କାବ୍ୟ ଗୁଡିକରେ ବ୍ୟକ୍ତିଗତ ବିଷାଦବୋଧ, ଅତୀତପ୍ରୀତି, ପଲ୍ଲୀପ୍ରାଣତା ଜାତୀୟତା , ସମାଜଚିନ୍ତନ, ନାରୀବାଦୀ ଦୃଷ୍ଟିଭଙ୍ଗୀ, ମୃତୁ୍ୟବୋଧ, ବ୍ୟଙ୍ଗଧର୍ମିତା ଆଦିରେ ସ୍ୱରସଂଭାର ରହିଛି । ବିଶେଷତଃ ଦୁଇଦୁଇଟି ପନôୀ ଓ ମାତାମହୀ ଆଦିଙ୍କ ପ୍ରଭାବପୁଷ୍ଟ ତିକ୍ତ-ମଧୁର ଅନୁଭୂତି ତାଙ୍କ କାବ୍ୟ କବିତା, ଗଳ୍ପ ଉପନ୍ୟାସ ଓ ଆତ୍ମକାହାଣୀରେ ନାନା ଚରିତ୍ର ଓ ଭାବଭାବନାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରକାଶ ଲାଭ କରି ପାଠକୀୟ ହୃଦୟ ମନ୍ଥନ କରିଛି । ପ୍ରତ୍ୟେକଟି ଗଳ୍ପ, ଉପନ୍ୟାସ ଓ ଆତ୍ମଜୀବନୀରେ ସମାଜ, ସଂସ୍କୃତି, ରାଜନୀତି, ଧର୍ମ ଆଦି ନାନା ପ୍ରସଂଗ ଉପସ୍ଥାପନର କଳାତ୍ମକ ଚିତ୍ର ପ୍ରତିଫଳିତ । ବିଶେଷତଃ ଉନବିଂଶ ଓ ବିଂଶ ଶତକର ଜୀବନଚିତ୍ର ଅଙ୍କନ କରିବା ତାଙ୍କ ସୃଷ୍ଟିର ଶ୍ରେଷ୍ଠ ଉପାଦାନ ଥିଲା । ହାସ୍ୟବ୍ୟଙ୍ଗ ଶୈଳୀ, କଟାକ୍ଷ, କରୁଣ ମଧୁର ରସ ପରିବେଷଣ ହିଁ ତାଙ୍କ ସାହିତ୍ୟର ବୈଶିଷ୍ଟ୍ୟ । ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ମାୟାଧର ମାନସିଂହ ତାଙ୍କୁ ସମଗ୍ର ଆଧୁନିକ ଭାରତୀୟ ସାହିତ୍ୟର ପ୍ରଥମ ଲୋକ-ଲେଖକର ସମ୍ମାନ ଦେବାକୁ ଯାଇ ବିଖ୍ୟାତ ବଙ୍ଗଳା ଔପନ୍ୟାସିକ ବଙ୍କିମଚନ୍ଦ୍ର ଓ ହିନ୍ଦୀ ଔପନ୍ୟାସିକ ପ୍ରେମ୍ଚନ୍ଦଙ୍କ ସହ ତୁଳନା କରିଛନ୍ତି ।
ଉକôଳୀୟ ନବ ଜାଗରଣ ଯୁଗର ସେ ଜଣେ ସମୟ ସଚେତନ କର୍ମୀ ଓ କଳାକାର । ଓଡିଆ ସାହିତ୍ୟରେ ଏକ ଅଭିନବ ଗଦ୍ୟରୀତିର ପ୍ରବର୍ତ୍ତକ ଓ ସଫଳ ପରୀକ୍ଷକ ରୂପେ ସ୍ୱୀକୃତ ଓ ସମ୍ମାନିତ ତଥା ଓଡିଆ ଭାଷା ସୁରକ୍ଷା ଆନେ୍ଦାଳନର ଅନ୍ୟତମ କର୍ଣ୍ଣଧାର ସେନାପତି ଫକୀର ମୋହନ ଓଡିଆ ଭାଷାରେ ସାର୍ଥକ ଉପନ୍ୟାସ ଓ ଆଧୁନିକ କ୍ଷୁଦ୍ରଗଳ୍ପର ସ୍ରଷ୍ଟା । ଓଡିଶାର ବିଭିନ୍ନ ଅଞ୍ଚଳର ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟକ୍ଷ ଅନୁଭୂତି ତଥା ପ୍ରଶାସକ ଜୀବନର ପ୍ରଚୁର ଅଭିଜ୍ଞତାକୁ ଭିତ୍ତି କରି ପରିଣତ ବୟସରେ ସୃଷ୍ଟି କରିଥିବା ତାଙ୍କ କଥା ସାହିତ୍ୟରେ ସାଧାରଣ ଲୋକ ଜୀବନର ପ୍ରତିଛବି ଫୁଟି ଉଠିଛି ।
ପ୍ରକୃତ ପକ୍ଷେ ଫକୀର ମୋହନ ଆଧୁନିକ ଓଡିଆ ଗଳ୍ପର ଆଦ୍ୟ ଜନକ । ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ତାଙ୍କ ପୂର୍ବରୁ ଓଡିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନାର ଭିତ୍ତି ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଏହି ପ୍ରାକ୍ ଫକୀର ମୋହନୀୟ ଗଳ୍ପରେ ମୁଖ୍ୟତଃ ବିଦେଶୀୟ କଥାବସ୍ତୁ ଅନୁସରଣରେ ପ୍ରେମ ଓ କାରୁଣ୍ୟ ଦେଖିବାକୁ ମିଳିଛି । ଉକôଳୀୟ ସମାଜ ସଂସ୍କାର ଆଧାରରେ ବ୍ୟଙ୍ଗାତ୍ମକ ଧାରାକୁ ଭିତ୍ତି କରି ଗଳ୍ପ ରଚନା ହୋଇଥିବା ଦୃଷ୍ଟିଗୋଚର ହୁଏ । ଗଳ୍ପଗୁଡିକରେ ରୋମାଞ୍ଚକର ପରିବେଶ, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି, କଥାବସ୍ତୁର ଆରମ୍ଭ ଓ ପରିଣତିରେ ଚମକôାରିତା ଓ କଥାର କ୍ରମବିକାଶ ଥିଲେ ମଧ୍ୟ କ୍ଷୁଦ୍ରଗଳ୍ପର ଆତ୍ମିକ ଓ ଆଙ୍ଗିକ ମୂଲ୍ୟବୋଧ ନଥିବାରୁ ତାହାକୁ ଯଥାର୍ଥ କ୍ଷୁଦ୍ରଗଳ୍ପ ବୋଲି କୁହାଯାଇ ପାରେନାହିଁ । ୧୮୯୮ ମସିହା ଅକ୍ଟୋବର ମାସରେ ‘ଉକôଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ରେବତୀ’ ଗଳ୍ପ ଓଡିଆ ଭାଷାରେ ପ୍ରକାଶିତ ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ । ‘ରେବତୀ’ ଗଳ୍ପ ରଚନା ପୂର୍ବରୁ ଫକୀର ମୋହନ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ ।ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏପରି ଉଲ୍ଲେଖ କରି ଲେଖିଛନ୍ତି – “ବାଲେଶ୍ୱରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା । ସେଠାକାର ପ୍ରେସ୍ରୁ ଖଣ୍ଡେ ମାସିକ ପତ୍ରିକା ବାହାରୁ ଥିଲା । ମୁଁ ସେଥିରେ ଆମୋଦ ଜନକ କବିତା ଲେଖୁଥିଲି ।"
କୁହାଯାଇପାରେ ଫକୀରମୋହନ ତାଙ୍କ ଜୀବନର ଶେଷ ୨୧ ବର୍ଷ ମଧ୍ୟରେ ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ‘ଲଛମନିଆ’, ତାଙ୍କରିଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଆତ୍ମଜୀବନୀରେ ଏ ବିଷୟରେ ସାମନ୍ୟ ଟିକିଏ ବର୍ଣ୍ଣନା ବ୍ୟତୀତ ଏହି ଗଳ୍ପର ଉତ୍ସ ସମ୍ବନ୍ଧରେ ଅନ୍ୟ କୌଣସି ଖିଅ ମିଳେନାହିଁ । ନଚେତ୍ ସେ ସମଗ୍ର ଭାରତବର୍ଷରେ ସାହିତ୍ୟିକ ବିଭାଗର ସ୍ରଷ୍ଟା ରୂପେ ବିବେଚିତ ହୋଇଥା’ନ୍ତେ । ୧୮୯୮ରେ ତାଙ୍କ ରଚିତ ‘ରେବତୀ’ ଉକôଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇ ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଇଲା । ‘ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉସôାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି ।
ଫକୀର ମୋହନ ସେନାପତି ଜାତୀୟତା ଓ ଭାଷାକୁ ଏକତ୍ର କରିଥିଲେ । କାରଣ ସେ ବିଶ୍ୱାସ କରୁଥିଲେ ଯେ ‘ଜାତୀୟତା ଭାଷା ଦ୍ୱାରା ନିର୍ଣ୍ଣୟ କରାଯାଏ’ । ଏଥିପାଇଁ ସେ ଚାରୋଟି ଅର୍ଥ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ଜାତୀୟ ସାହିତ୍ୟକୁ ପ୍ରୋସôାହିତ କରିବା ପାଇଁ କରିବା ଉଚିତ୍ । ଏହାକୁ ପଢ଼ିବା, ଲେଖିବା ଓ ଅନ୍ୟମାନଙ୍କୁ ଏହାକୁ ଲେଖିବା ପାଇଁ ପ୍ରବର୍ତ୍ତାଇବା । ସେ କହିଛନ୍ତି ଯେ ମାତୃଭାଷା ହରାଇ ଏକ ରାଷ୍ଟ୍ର ଅଗ୍ରଗତି କରିପାରିବ ନାହିଁ ଓ ବିଶ୍ୱାସ କରେ ଯେ ଗୋଟିଏ ଦେଶର ଭାଷା ପାଇଁ ସାହିତ୍ୟର ବିକାଶ ଏକ ମୌଳିକ ଅଟେ । ଅର୍ଥାତ୍ ତାଙ୍କ ଭାଷାରେ “ଯେଉଁ ଦେଶର ଭାଷା ବିକଶିତ ହୋଇନାହିଁ, ଜାଗ୍ରତ ନୁହେଁ । ଏଥିରେ ଉଦ୍ୟମର ଅଭାବ ରହିଛି ଏବଂ ଆତ୍ମ ସମ୍ମାନ ବଜାୟ ରଖିବାରେ ଅସମର୍ଥ । ”
ବାସ୍ତବରେ ଫକୀରମୋହନଙ୍କ ସୃଷ୍ଟି ସଂପଦକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ସେ ଯେଭଳି ଜଣସାଧାରଣଙ୍କ ଲୌକିକ ଭାଷାକୁ ମାଟି ଓ ପ୍ରକୃତି ସହ ଘନିଷ୍ଠ ଭାବେ ସଂପୃକ୍ତଥିବା ନରନାରୀମାନଙ୍କୁ ସାହିତ୍ୟରେ ଅଙ୍ଗୀକାର କରି ଆମକୁ ବିଶ୍ୱଜନୀନତାର ଯେଉଁ ସ୍ୱାଦ ଦେଇଛନ୍ତି , ଯର୍ଥାଥରେ ସେ ‘ବ୍ୟାସକବି' ଓ ‘ସରସ୍ୱତୀ' ଉପାଧିର ଯୋଗ୍ୟ ଏକ ଅମ୍ଳାନ ମହାପୁରୁଷ ।
ଅଧ୍ୟକ୍ଷ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ଡିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ- ୪
ଦୂରଭାଷ: ୯୦୪୦୧୫ ୧୪୭୫