ଢଳି ରହିଛି ବିଦୁ୍ୟତ ଖୁଣ୍ଟ,କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗ


ାା ପ୍ରଭାନୁ୍ୟଜ୍ାା ରାଜନଗର; ରାଜନଗର ବ୍ଲକ ରାଜନଗର-ଗୋପାଳପୁର ଘେରୀବନ୍ଧର ଗୁପ୍ତି ପଚାଂୟତ କନକପୁର ଡାଲଖାଇ ନିକଟରେ ଗତବାତ୍ୟା ଦାନାରେ ବିଦୁ୍ୟତ ଖୁଂଟ ଢଳି ଯାଇଥିଲା । ଦିନକୁ ଦିନ ୧୧କେଭି ବିଦୁ୍ୟତ ତାର ତଳକୁ ଓହଳିବାରେ ଲାଗିଛି । ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଏପରିକି ଏହି ରାସ୍ତାରେ ଯାଉଥିବା ଗାଈଗୋରୁ, ବନ୍ୟଜୀବଙ୍କ ପ୍ରତି ମଧ୍ୟ ବିପଦ ଦେଖାଦେଇଛି । ବିଦୁ୍ୟତ ବିଭାଗ ଯନ୍ତ୍ରୀ କିମ୍ବା କର୍ମଚାରୀମାନେ ଏହାକୁ ତନଖି କରୁନଥିବାରୁ କେତେବେଳେ ଯେ ଅଘଟଣ ନଘଟିବ ସେ କଥା କିଏ କହିବ । ଏନେଇ କନିଷ୍ଠ ଯନ୍ତ୍ରୀ ନିରଂଜନ ବରାଳଙ୍କୁ ପଚାରିବାରୁ ମୁଁ ଆପଣମାନଙ୍କଠାରୁ ଜାଣିବାକୁ ପାଇଲି । ଆସନ୍ତା କାଲି ସଜାଡିବୁ ବୋଲି କହିଛନ୍ତି ।