ଅନନ୍ୟ ଜନନାୟକ ନବକୃଷ୍ଣ ଚୌଧୁରୀ


ଶ୍ରାଦେ୍ଧାତ୍ସବ ଉପଲକ୍ଷେ : ଅନନ୍ୟ ଜନନାୟକ ଥିଲେ ନବକୃଷ୍ଣ ଚୈାଧୁରୀ  । ତାଙ୍କପରି ଜନନେତା ଆଜିର ଦୁନିଆରେ ବିରଳ । ଏକାଧାରରେ ସିଏ ଥିଲେ  ସାମ୍ୟବାଦୀ ଚିନ୍ତା ଓ ଚେତନାର ପୂଜାରୀ, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖ ଦୁଃଖର ସାଥୀ, ସରଳ, ନିରାଡ଼ମ୍ବର, ନିରହଂକାରୀ ମଣିଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  । ଯଥାର୍ଥରେ ସେ ଥିଲେ ଗାନ୍ଧି ମଣିଷ  । ବିସ୍ମୃତିର ପାଣିକନା ସମୟ ସ୍ଲେଟରୁ ଅନେକ କଥା ପୋଛିଦେଲେବି ଏମିତି କିଛି ଲେଖା ପୋଛି ହୁଏନି, ଯାହା ସ୍ମୃତି ହୋଇ ରହିଯାଏ  । । ସେଥିପାଇଁ ଦେଉଳର ଅନ୍ଧାର ଘର ଭିତରେ ସେ ଭଗବାନଙ୍କୁ ନଖୋଜି ଧୂଳିଧୂସର ·ଷୀ ଓ ପଥର ଭାଙ୍ଗୁଥିବା ମୂଲିଆଙ୍କ ପାଖକୁ ଯାଇ ସେ ଭଗବାନଙ୍କୁ ଖୋଜିଥିଲେ । ଏହି ମହାନ୍ ଜନନାୟକ ୧୯୦୧ ମସିହା ନଭେମ୍ବର୨୩ ତାରଖରେ ପିତା ଗୋକୁଳାନନ୍ଦ ଚୌଧୁରୀ ଓ ମାତା ପଦ୍ମାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ ପୈତୃକ ଜନ୍ମସ୍ଥାନ ହେଲା ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଖେରସ ଗ୍ରାମରେ । ବାଲ୍ୟକାଳରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଚିନ୍ତା ଓ ଚେତନା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ସୌଭାଗ୍ୟକୁ ସେ ଏପରି ଏକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯେଉଁଠି ଦେଶଟାଯାକର ସ୍ୱପ୍ନ ସେଇ ଘର ଭିତରେ ଜମାଟ ବାନ୍ଧି ରହିଥିଲା । ଘରସାରା ପ୍ରବାହିତ ହେଉଥିଲା ସଂଗ୍ରାମର ଏକ ଆବହାୱା । ଏହି ପରିବାରର ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ,ଉକ୍ରଳର ମା’ ରମାଦେବୀ,ମହୀୟସୀ ନାରୀ ନେତ୍ରୀ ମାଳତୀ ଚୌଧୁରୀଓ ଅଗ୍ନିକନ୍ୟା  ଅନପୂର୍ଣ୍ଣା ମହାରଣାଙ୍କୁ ଅବା ନ ଜାଣେ କିଏ? ଏମାନଙ୍କ ପ୍ରେରଣା ହିଁ ତାଙ୍କୁ ଜଣେ ବିପ୍ଳବୀ ଓ ଜନନାୟକ ଭାବେ ଗଢିବା ନିମନ୍ତେ ଅନୁକୂଳ ପରିବେଶ ଯୋଗାଇଥିଲା । ୧୯୨୧ ମସିହାର କଥା । ସେତେବେଳେ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଥାଏ ସମଗ୍ର ଦେଶରେ । ଗାନ୍ଧିଜୀଙ୍କ ଆହ୍ୱାନରେ ଯେଉଁ କଲେଜ ଛାତ୍ରମାନେ ପାଠପଢା ଛାଡି ଅସହଯୋଗ ଆନେ୍ଦାଳନରେ ଯୋଗଦେଲେ ସେମାନଙ୍କ ଭିତରୁ ଜଣେ ଥିଲେ ନବକୃଷ୍ଣ ଚୌଧୁରୀ ।  ଆଉ ତା’ ପରଠାରୁ ସେ ହୋଇଗଲେ ସଚ୍ଚା ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ । ୧୯୨୭ ମସିହା ଜୁଲାଇ ୨୭ ତାରିଖରେ ବଙ୍ଗୀୟ କନ୍ୟା ମାଳତୀ ସେନ୍ ନବକୃଷ୍ଣଙ୍କ ଧର୍ମପନôୀରୂପେ ଗ୍ରହଣ କରିଥିଲେ । ବିବାହର କିଛିଦିନ ପରେ ନବକୃଷ୍ଣ ସ୍ତ୍ରୀ ମାଳତୀଙ୍କୁ ଧରି ଜଗତସିଂହପୁର ଠାରୁ ପ୍ରାୟ ୮ କି.ମି ଦୂର ତରିକୁନ୍ଦ ଠାରେ ଥିବା ତାଙ୍କ କୃଷି ଫାର୍ମରେ ଯାଇ ରହିଲେ । ସେଠାରେ ନବକୃଷ୍ଣ ଚାଷ କାମରେ ଲାଗିପଡିଲେ ଓ ଜଣେ ଚାଷୀର ପୁଅ-ବୋହୂ ଭଳି ସେମାନେ ଜୀବନ ଅତିବାହିତ କରିବାକୁ ଲାଗିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ତାହା ରୂପାନ୍ତରିତ ହୋଇଥିଲା ‘ତରି ଆଶ୍ରମ’ ରୂପେ । ୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ପରେ ନବକୃଷ୍ଣ ଚୌଧୁରୀ ୧୯୩୭ ମସିହାରେ ତିର୍ତ୍ତୋଲ-ଏରସମା ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନ ସଭାକୁ  ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ୧୯୪୬ ମସିହାରେ ଉତ୍ତର କେନ୍ଦ୍ରାପଡା ଆସନରୁ ନିର୍ବାଚିତ ହୋଇ ଡକ୍ଟର ହରେକୃଷ୍ଣ ମହତାବଙ୍କ  ମନ୍ତ୍ରିମଣ୍ଡଳରେ  ରାଜସ୍ୱ, ଯୋଗାଣ ଓ ପରିବହନ ବିଭାଗ ମନ୍ତ୍ରୀଭାବେ ତାଙ୍କର ଦକ୍ଷତା ପ୍ରତିପାଦିତ କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବକୃଷ୍ଣ ଙ୍କ କାର୍ଯ୍ୟକଳାପ ଅନେକ ଦିଗରୁ ମହତ୍ୱ ରଖେ । ତାଙ୍କ ଶାସନ କାଳରେ ୧୯୫୧-୫୨ରୁ ୧୯୫୫-୫୬ ପର୍ଯ୍ୟନ୍ତ ପ୍ତଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏହି ସମୟ ଭିତରେ ହୀରାକୁଦ ବହୁମୁଖୀ ଯୋଜନା ତଥା ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ ଶିଳ୍ପ ଯୋଜନା ରାଉରକେଲା ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏଥର ସହିତ ଭାଗଚାଷୀ ଆଇନ, ଜମିଦାରୀ ଉଚ୍ଛେଦ, ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଆଇନ, ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରଣୟନ ଭଳିି ବହୁ ବଳିଷ୍ଠ ଓ ଜନହିତକର କାର୍ଯ୍ୟକରି ସେ ସେ ଓଡିଶାରେ ନିର୍ମାଣ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କର ଥିଲା ଅହେତୁକ ମମତା । ତେଣୁ ସେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରିବାପାଇଁ ସବ ୁପ୍ରକାର ବ୍ୟବସ୍ଥା କରିଥିଲେ । ମାତ୍ର ସେ ଯେଉଁଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେଦିନରୁ ଓଡିଆ ଭାଷାରେ ହେଉଥିବା କାର୍ଯ୍ୟ ବନ୍ଦ ହୋଇଗଲା । ୧୯୮୪ ମସିହା ଆଜିର ତାରିଖରେ ଏହି ମହାନ ଜନନାୟକଙ୍କର ପରଲୋକ ହୋଇଥିଲା ।
ମୋ - ୯୩୩୭୨୨୧୯୨୪