ଆଇନସେବା ପ୍ରାଧିକରଣ ସଚିବଙ୍କର ମହିଳା ସମିତି ପରିଦର୍ଶନ

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ କୋରୁଆ ସ୍ଥିତ ପଲିଶ୍ରୀ ମହିଳା ସମିତି ପରିଦର୍ଶନ କରିଛନ୍ତି । ଉକ୍ତ ମହିଳା ସମିତିରେ ସଚିବ ଅନ୍ତେବାସୀମାନଙ୍କୁ ନେଇ ବୈଠକରେ ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ସହିତ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ, ଖାଦ୍ୟପେୟ, ପାଠପଢା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ଏହି ଅନ୍ତେବାସୀମାନେ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ନିୟୋଜିତ କରିବେ ଓ ଜଣେ ଜଣେ କିପରି ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହେବେ ସେ ସଂପର୍କରେ ପ୍ରେରଣା ଦେଇଥିଲେ । ପରିଶେଷରେ ପରିସ୍କାର, ପରିଚ୍ଛନ୍ନତା ଉପରେ ଧ୍ୟାନ ନିବେଶ କରିବେ ଓ ସୁସ୍ଥ ସମାଜ ଗଠନରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରିବେ ସେ ଉପରେ ଉପଦେଶ ଦେଇଥିଲେ ।