ଗୋପୀନାଥ ମନ୍ଦିରରେ ଝୁଲଣ ଯାତ୍ରା 

 ଆସିକା: ସ୍ଥାନୀୟ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର(ବାଲାଜୀ ଦୋରା ମଠ)ରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି  । ସନ୍ଧ୍ୟାରେ ମନ୍ଦିରରେ ଅଧିବାସ ପୂଜା ପରେ ମହପ୍ରଭୁଙ୍କୁ ଝୁଲଣ ଦୋଳିରେ ବିଜେ କରାଯାଇଛି । ଏହି ଅବସରରେ ଚାରଣ ଗୋଷ୍ଠୀ ଆସିକା ଶାଖା ପକ୍ଷରୁ ୧୪ଦିନିଆ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ  ଆୟୋଜିତ ହୋଇଛି । ପ୍ରବଚନର ପ୍ରଥମ ଦିବସରେ ପ୍ରବଚକ ମହନ୍ତ ବିଜୟ ରଘବେନ୍ଦ୍ର ଦାସ ମହାରାଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ମାନବସେବା ସମିତିର ସଭାପତି ତଥା ବର୍ଷିୟାନ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ ଚାରଣ ଗୋଷ୍ଠୀ ଆସିକା ଶାଖାର ଦଳପତି  ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ଦଳପତି ତଥା ସଂଗଠକ ସୀମାଞ୍ଚଳ ରଥ ପ୍ରମୁଖ ଏହାର ଶୁଭାରମ୍ଭ କରିଥିଲେ । ଚାରଣ ଗୋଷ୍ଠୀ ଆସିକା ଶାଖାର ଦଳପତି  ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ଦଳପତି ତଥା ସଂଗଠକ ସୀମାଞ୍ଚଳ ରଥ, ଉପ ଦଳପତି ଡି. ଲିଙ୍ଗରାଜ ପାତ୍ର, ସମ୍ପାଦକ କାମେଶ୍ୱର ଅଚାରୀ, କୋଷାଧ୍ୟକ୍ଷ  ପି. ତିରୁପତି ପାତ୍ର, ଡି. ରାହୁଲ ପାତ୍ର, ବିନୋଦ ପାତ୍ର, ସୁରି ବିଶୋଇ, ଭଗବାନ ମହାରଣା, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସତ୍ୟ ନାରାୟଣ ପାତ୍ର, ମହିଳା ଶାଖାର ସଭାନେତ୍ରୀ ଅନିତା ମିଶ୍ରଙ୍କ ସମେତ ବହୁ ସଭ୍ୟ ଓ ସହଯୋଗୀ ବିଭିନ୍ନ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।