ଦୁଇ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
ଧର୍ମଶାଳା: ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ସୁରବାଳା ଷଡ଼ଙ୍ଗୀ ଏବଂ ସୁରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ ସ୍ମୃତିରେ ମ୍ୟାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ନାମ ଲେଖାଇଥିବା ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା, ସମାଜସେବୀ ମିନତୀ ସାହୁ, ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁ ଓ ଛାତ୍ରବୃତିର ପ୍ରତିଷ୍ଠାତା ତୃପ୍ତି ଷଡ଼ଙ୍ଗୀ ଓ ତାଙ୍କ ସ୍ୱାମୀ ରବିନାରାୟଣ କର ଯୋଗଦେଇ +୨ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ସ୍ଥିତିପ୍ରଜ୍ଞା ବରାଳ ଓ ଛାତ୍ର ଦିବ୍ୟ ପ୍ରିୟଦର୍ଶନ ବିଶ୍ୱାଳଙ୍କୁ ୧୨ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କଲେଜ ପ୍ରାଧ୍ୟାପକ ସନ୍ତୋଷ କୁମାର ଦାଶ, ଅଭିନ୍ନ ଦାଶ ବିଶ୍ୱଜିତ୍ ନାୟକ ଅଧ୍ୟାପିକା ଦେବସ୍ମିତା ଦାସ, ଶ୍ରୀପଦା ପ୍ରିୟଦର୍ଶିନୀ, ତୁଳସୀ ପଣ୍ଡା, ସୁଚିଶ୍ମିତା ଲେଙ୍କା ଓ ବିନି ରୋଜର ତ୍ରୀପାଠୀ ଉପସ୍ଥିତ ଥିଲେ । ଧର୍ମଶାଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଅରବିନ୍ଦ କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।